
- ବିଭିନ୍ନ କ୍ଷେତ୍ରରେ ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଓଡ଼ିଶା ସରକାର ୩,୨୮୦.୫୮ କୋଟି ଟଙ୍କାର ମୋଟ ନିବେଶ ସହ ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଅନୁମୋଦନ ଓଡ଼ିଶାର ବିବିଧ କ୍ଷେତ୍ରରେ ଶିଳ୍ପ ପରିବେଶକୁ ଆହୁରି ସୁଦୃଢ଼ କରିବା, ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଆଉ ଏକ ପଦକ୍ଷେପ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକରେ ଏହି ନିବେଶ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ପ୍ରଦାନ କରାଯାଇଛି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବୟନ ଓ ପୋଷାକ ଏବଂ ବୈଷୟିକ ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଂଟ,ର୍ ଜୈବ ଇନ୍ଧନ, ରାସାୟନିକ ଓ ରାସାୟନିକ ଉତ୍ପାଦ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍ ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଛି। ଏହି ନିବେଶଗୁଡ଼ିକ ପାରମ୍ପରିକ ଶିଳ୍ପ ସହ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ମଧ୍ୟ ଗୁଣାତ୍ମକ ନିବେଶ ଆକୃଷ୍ଟ କରିବା ପ୍ରତି ରାଜ୍ୟ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଥିସହ ସନ୍ତୁଳିତ ଆଂଚଳିକ ବିକାଶକୁ ମଧ୍ୟ ଏହା ସମର୍ଥନ କରିବ।
ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ଅନୁଗୋଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ ଼ଜିଲ୍ଲା ଆଦି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ ।ଏଥିସହ୮ଟିଜିଲ୍ଲା-ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ଏକଜୈବ ଇନ୍ଧନପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତାବିତ ହୋଇଛି।
ଅନୁମୋଦିତ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବୟନ, ପୋଷାକ ଓ ବୈଷୟିକ ବୟନ କ୍ଷେତ୍ରରେ ଡଲାର ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ଏକ ସମନ୍ୱିତ ହୋସିଆରୀ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ୟୁନିଟ୍?ରେ ପ୍ରସ୍ତୁତ ହୋସିଆରୀ, ନିଟିଂ ଫ୍ୟାବ୍ରିକ୍, ବ୍ଲିଚିଂ ଓ ଡାଇଂ ଭଳି କାର୍ଯ୍ୟ ସାମିଲ ରହିବ। ଏଥିପାଇଁ ୧୨୫ କୋଟି ଟଙ୍କାର ନିବେଶ କରାଯିବ ଏବଂ ୧,୧୮୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ସାଇ ୱର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ପୋଷାକ, ଅଗ୍ନି ପ୍ରତିରୋଧୀ ୱର୍କୱେୟାର ଓ ସୁରକ୍ଷାତ୍ମକ ବୈଷୟିକ ବୟନ ସାମଗ୍ରୀ ସମେତ ଏକ ସମନ୍ୱିତ ବୈଷୟିକ ବୟନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୫୯ କୋଟି ଟଙ୍କାର ନିବେଶ ସହ ୩,୬୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଦୁଇଟି ପ୍ରକଳ୍ପ ମିଳିତ ଭାବେ ଓଡ଼ିଶାର ବୟନ ଓ ବୈଷୟିକ ବୟନ ଶିଳ୍ପ ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଲିମିଟେଡ୍ ଖୋର୍ଦ୍ଧାରେ ସ୍ନାକ୍ସ, ସାଭୋରିଜ୍ ଓ ନମକିନ୍?ର ଏକ ସମନ୍ୱିତ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିପାଇଁ ୧୨୦ କୋଟି ଟଙ୍କାର ନିବେଶ କରାଯିବ ଏବଂ ୩୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ କଟକରେ ଏକ ସମନ୍ୱିତ ଖାଦ୍ୟ ଓ କନଫେକ୍ସନାରୀ କୋ-ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୧୦୦ କୋଟି ଟଙ୍କାର ନିବେଶ ସହ ୫୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଇସ୍ପାତ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ୩ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏସପିଏସ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦେବଗଡ଼ରେ ବାର୍ଷିକ ୩୦,୦୦୦ ଟନ୍ ଷ୍ଟିଲ୍ ଆଇ-ଗାର୍ଡର୍ ଓ ବକ୍ସ ବିମ୍, ୫,୦୦୦ ଟନ୍ ଫାଷ୍ଟେନର୍ ଏବଂ ୧,୫୦,୦୦୦ ଟନ୍ ଟିଏମଟି ରିବାର୍ କପ୍ଲର୍ ଉତ୍ପାଦନ ପାଇଁ ୟୁନିଟ୍ ସ୍ଥାପନ କରିବ। ଏଥିରେ ୧୪୦ କୋଟି ଟଙ୍କାର ନିବେଶ ସହ ୫୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଷ୍ଟିଲେଜ୍ ଫ୍ୟାବ୍ରିକେସନ୍ ସୁନ୍ଦରଗଡ଼ରେ ବାର୍ଷିକ ୬୦,୦୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୧୦୮.୮୨ କୋଟି ଟଙ୍କାର ନିବେଶ ସହ ୩୭୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କଟକରେ କଲ-ର୍କୋଟେଡ୍ ସିଟ୍, କୋରୁଗେଟେଡ୍ ଜିଆଇ ସିଟ୍, ପ୍ଲେନ୍ ଜିଆଇ ସିଟ୍ ଏବଂ ଜିଆଇ ଷ୍ଟ୍ରକଚରାଲ୍ କମ୍ପୋନେଣ୍ଟ୍ ଉତ୍ପାଦନ ପାଇଁ ୟୁନିଟ୍ ସ୍ଥାପନ କରିବ। ଏଥିପାଇଁ ୧୦୧.୯୯ କୋଟି ଟଙ୍କାର ନିବେଶ ସହ ୧୩୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର କ୍ଷେତ୍ରରେଟାଟା ପାୱାର୍ ଖୋର୍ଦ୍ଧାରେ୫୪.୩୧ କୋଟି ଟଙ୍କା ବିନିଯୋଗରେ ଏକ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ସ୍ଥାପନ କରିବ। ଏହା ଦ୍ୱାରା୧୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବଏବଂଓଡ଼ିଶାରେ ବଢ଼ୁଥିବା ଜ୍ଞାନଓ ପ୍ରଯୁକ୍ତିଭିତ୍ତିକ ସେବାକ୍ଷେତ୍ରକୁ ଆହୁରି ସୁଦୃଢ଼କରିବ।
ଜୈବ ଇନ୍ଧନ କ୍ଷେତ୍ରରେ ଉଲ୍ଲେଖନୀୟ ନିବେଶ ଆଗ୍ରହ ପରିଲକ୍ଷିତ ହୋଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ୮ଟି ଜିଲ୍ଲା-ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ବାର୍ଷିକ ୩୯,୬୦୦ ଟିପିଏ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୯୬୦ କୋଟି ଟଙ୍କାର ନିବେଶ ସହ ୭୬୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, କିନେଟା ଗ୍ଲୋବାଲ୍ ଲିମିଟେଡ୍ ଗଞ୍ଜାମରେ ବାର୍ଷିକ ୮,୨୫୦ ଟିପିଏ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିପାଇଁ ୧୭୦ କୋଟି ଟଙ୍କାର ନିବେଶ ସହ ୧୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ରାସାୟନିକ ଓ ରାସାୟନିକ ଉତ୍ପାଦ କ୍ଷେତ୍ରରେ ଆକ୍ୱାପ୍ରୁଫ୍?ୱାଲକେୟାର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କଟକରେ ବାର୍ଷିକ ୩,୦୫,୦୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନିର୍ମାଣ ରାସାୟନିକ ପଦାର୍ଥ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିପାଇଁ ୬୨.୬୪ କୋଟି ଟଙ୍କାର ନିବେଶ ସହ ୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ଆସିପିୟା କେମିକାଲ୍ସ ଆଣ୍ଡ ସଲଭେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ବାର୍ଷିକ ୫୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ସଲଭେଣ୍ଟ ଡିଷ୍ଟିଲେସନ୍ ୟୁନିଟ୍ ସ୍ଥାପନକରିବ। ଏହି ପ୍ରକଳ୍ପରେ ୬୦ କୋଟି ଟଙ୍କାର ନିବେଶ ସହ ୭୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସର୍କୁଲାର ଇକୋନୋମି କ୍ଷେତ୍ରରେ ରାମୁକା ଗ୍ଲୋବାଲ୍ ଏଲଏଲପି ଅନୁଗୋଳରେ ଏକ ଲୁହା ଓ ଇସ୍ପାତ ସ୍ଲାଗ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ଏହି ୟୁନିଟ୍?ରେ ବାର୍ଷିକ ୯୯୦ ଟିପିଏ ଲୁହା ଓ ଇସ୍ପାତ ସ୍ଲାଗ୍ ଏଗ୍ରିଗେଟ୍, ସ୍ଲାଗ୍ ସିମେଣ୍ଟ, ପ୍ରସ୍ତୁତ-ବ୍ୟବହାରଯୋଗ୍ୟ ପଟହୋଲ୍ ମିକ୍ସ ଏବଂ ମୃତ୍ତିକା ସ୍ଥିରୀକରଣ ସାମଗ୍ରୀ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପରେ ୫୦.୧୫ କୋଟି ଟଙ୍କାର ନିବେଶ ସହ ୪୧୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପ୍ଲାଷ୍ଟିକ୍କ୍ଷେତ୍ରରେ ଶ୍ରୀ ଦକ୍ଷିଣେଶ୍ୱରୀ ମା’ ପଲିଫାବ୍ସଲିମିଟେଡ୍େଖାର୍ଦ୍ଧାରେ ବାର୍ଷିକ୪୦,୦୦୦ମେଟ୍ରିକ୍ଟନ୍ ଚଚ ବୁଣା ଓ ଅଣବୁଣା କପଡ଼ା ଏବଂ ବ୍ୟାଗ୍ ଉତ୍ପାଦନ ପାଇଁଏକୟୁନିଟ୍ସ୍ଥାପନକରିବ। ଏହି ପ୍ରକଳ୍ପରେ ୪୦୧.୬୩ କୋଟି ଟଙ୍କାର ନିବେଶ କରାଯିବ ଏବଂ ଏଥିରେ ୪୯୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ ୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବିବିବି ହୋଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ଏକ ୫-ତାରକା ହୋଟେଲ୍ ସ୍ଥାପନ କରିବ। ଏଥିପାଇଁ ୨୦୮.୦୪ କୋଟି ଟଙ୍କାର ନିବେଶ ସହ ୩୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ହୋଟେଲ୍ ସି ପର୍ଲ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ଏସିସିଓଆର ଗ୍ରୁପ୍ ଅଫ୍ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ସହ ବ୍ରାଣ୍ଡ୍ ସହଭାଗିତାରେ ଏକ ୫-ତାରକା ବିଚ୍ ରିସର୍ଟ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୧୮୦ କୋଟି ଟଙ୍କାର ନିବେଶ ସହ ୬୩୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏଥିସହ, ହାଇଲ୍ୟାଣ୍ଡ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ୪-ତାରକା ରିସର୍ଟ ସ୍ଥାପନ କରିବ। ଏଥିପାଇଁ ୧୫୦ କୋଟି ଟଙ୍କାର ନିବେଶ ସହ ୨୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ପୁରୀ ଇକୋ-ଟୁରିଜମ୍ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ଏକ ୪-ତାରକା ରିସର୍ଟ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୧୨୪ କୋଟି ଟଙ୍କାର ନିବେଶ ସହ ୩୦୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ଓଡିସି ଲେଜର୍ ପ୍ରାଇଭେଟ୍ ଲିମିଟେଡ୍ କୋରାପୁଟରେ ଏକ ୪-ତାରକା ରିସର୍ଟ ସ୍ଥାପନ କରିବ। ଏଥିରେ ୧୦୫ କୋଟି ଟଙ୍କାର ନିବେଶ ସହ ୧୯୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ୧୫୦ତମ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ବୈଠକରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ନିବେଶ କ୍ଷେତ୍ରରେ ବଢ଼ୁଥିବା ବିବିଧତାକୁ ପ୍ରତିଫଳିତ କରୁଛି। ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ଆକୃଷ୍ଟ କରିବା ନୁହେଁ, ବରଂ ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି ସହ ବିଭିନ୍ନ ଅଞ୍ଚଳରେ ଶିଳ୍ପ ପରିବେଶକୁ ସୁଦୃଢ଼ କରିବା। ସ୍ଥାନୀୟ ସମ୍ବଳର ମୂଲ୍ୟଯୁକ୍ତ କରିବା, ଯୋଗାଣ ଶୃଙ୍ଖଳର ବିକାଶ ଏବଂ ଦୀର୍ଘସ୍ଥାୟୀ ଆର୍ôଥକ ସୁଯୋଗ ସୃଷ୍ଟି କରୁଥିବା ନିବେଶକୁ ପ୍ରୋତ୍ସାହନ ଦିଆଯାଉଛି। ନିରନ୍ତର ସହଯୋଗ ଓ ସମନ୍ୱିତ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ନିବେଶକମାନେ ଯେପରି ପ୍ରସ୍ତାବଠାରୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦକ୍ଷତାର ସହ ଆଗେଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।
୩,୨୮୦.୫୮କୋଟି ଟଙ୍କାର ମିଳିତ ନିବେଶ ଏବଂ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ଥିବା୧୯ଟି ଅନୁମୋଦିତ ପ୍ରକଳ୍ପ ଓଡ଼ିଶାର ନିବେଶ ପରି ଦୃଶ୍ୟରେ ବଢ଼ୁଥିବା ବିବିଧତାକୁ ପ୍ରତିଫଳିତ କରୁଛି। ବୈଷୟିକ ବୟନ, ଇସ୍ପାତ ଡାଉନଷ୍ଟ୍ରିମ୍ ଓ ଜୈବ ଇନ୍ଧନ ଠାରୁଆରମ୍ଭ କରି ରାସାୟନିକ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍, ପ୍ରଯୁକ୍ତି ଭିତ୍ତିକ ସେବା ଏବଂ ପର୍ଯ୍ୟଟନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ଏକ ବ୍ୟାପକ ଓ ଅଧିକ ସୁଦୃଢ଼ ଶିଳ୍ପ ଭିତ୍ତି ଗଠନରେ ଯୋଗଦାନ ରଖିବ।
ସିଙ୍ଗଲ୍ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ସରକାର ନିବେଶକଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛନ୍ତି ।ଏହାଦ୍ୱାରା ସମନ୍ୱିତ ଭାବେ ବିଭିନ୍ନ ଅନୁମୋଦନ ପ୍ରଦାନ ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି।
ଏହି ନିବେଶଗୁଡ଼ିକ ସମୃଦ୍ଧ ଓଡ଼ିଶା ୨୦୩୬ର ବ୍ୟାପକ ଲକ୍ଷ୍ୟ ସହ ସଂଯୋଜିତ । ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି, ଶିଳ୍ପ ପରିବେଶକୁ ସୁଦୃଢ଼ କରିବା, ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ସମଗ୍ର ରାଜ୍ୟରେ ଦୀର୍ଘସ୍ଥାୟୀ ଆର୍ôଥକ ବିକାଶକୁ ସୁଗମ କରିବା ଉପରେ ଏହି ନିବେଶଗୁଡ଼ିକ ଗୁରୁତ୍ୱ ଦେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା