ସହରୀ ସ୍ଵାସ୍ଥ୍ୟ କାର୍ଯ୍ୟ ଯୋଜନା
ପୁରୀ, ୨୯ ସେପ୍ଟେମ୍ବର (ହି.ସ.)- ସହରୀ ସ୍ୱାସ୍ଥ୍ୟ କାର୍ଯ୍ୟ ଯୋଜନା (ସିଟି ହେଲଥ୍ ଆକ୍ସନ୍ ପ୍ଲାନ) ସମ୍ୱନ୍ଧରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଏସିଆନ ଡେଭେଲପ୍-ମେଣ୍ଟ ବ୍ୟାଙ୍କ ଏବଂ ପାଥ୍ ର ମିଳିତ ସହଭାଗିତାରେ ଦ୍ୱିତୀୟ ଥର ପାଇଁ ଆଉଏକ କର୍ମଶାଳା ହୋଟେଲ ହଲିଡେ ରିସର୍ଟ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି
ସହରୀ ସ୍ୱାସ୍ଥ୍ୟ କାର୍ଯ୍ୟ ଯୋଜ


ପୁରୀ, ୨୯ ସେପ୍ଟେମ୍ବର (ହି.ସ.)- ସହରୀ ସ୍ୱାସ୍ଥ୍ୟ କାର୍ଯ୍ୟ ଯୋଜନା (ସିଟି ହେଲଥ୍ ଆକ୍ସନ୍ ପ୍ଲାନ) ସମ୍ୱନ୍ଧରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଏସିଆନ ଡେଭେଲପ୍-ମେଣ୍ଟ ବ୍ୟାଙ୍କ ଏବଂ ପାଥ୍ ର ମିଳିତ ସହଭାଗିତାରେ ଦ୍ୱିତୀୟ ଥର ପାଇଁ ଆଉଏକ କର୍ମଶାଳା ହୋଟେଲ ହଲିଡେ ରିସର୍ଟ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କର୍ମଶାଳାରେ ପୁରୀ ମହାନଗର ନିଗମର ଯୁଗ୍ମ କମିସନର ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ଏହି କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏବଂ କହିଥିଲେ ସମସ୍ତ ବିଭାଗର ମିଳିତ ଉଦ୍ୟମରେ ସହରାଂଚଳରେ ଜନସ୍ୱାସ୍ଥ୍ୟ ବିକାଶ ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାର ସଫଳ ରୂପାୟନରେ ଅନେକ ପଦକ୍ଷପ ନେବାର ଆବଶ୍ୟକତା ରହିଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁକାନ୍ତ ଚନ୍ଦ୍ର ରଥ ଏହି କର୍ମଶାଳାରେ ଉପସ୍ଥିତ ସମସ୍ତଙ୍କୁ ସହରାଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଥିବା ଚ୍ୟାଲେଞ୍ଜ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଓ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ | କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ନିରୋଦ କୁମାର ସାହୁ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପାଇଁ ଥିବା ଚ୍ୟାଲେଞ୍ଜ ଗୁଡ଼ିକୁ ସମ୍ମୁଖୀନ କରିବା ସହିତ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆହ୍ବାନ ଦେଇଥିଲେ | ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡାକ୍ତର ସବିତା ମହାପାତ୍ର ସମସ୍ତଙ୍କୁ ଉଦବୋଧନ ଦେଇ ପୁରୀ ସହରାଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଆହୁରି ଅନେକ ଅଭିନବ ପ୍ରୟାସ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ | ପାଥ୍ ର ଡାକ୍ତର ଯତୀନ ଢିଙ୍ଗରା କର୍ମଶାଳାର ଆରମ୍ଭରେ ସହରୀ ସ୍ୱାସ୍ଥ୍ୟ କାର୍ଯ୍ୟ ଯୋଜନା (ସିଟି ହେଲଥ୍ ଆକ୍ସନ୍ ପ୍ଲାନ) ର ଲକ୍ଷ୍ୟ ଏବଂ ଆବଶ୍ୟକତା ଉପରେ ସବିଶେଷ ଆଲୋଚନା କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସଂଜୁ ଦାଶ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ବିନୋଦ ବିହାରୀ ରଥ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ), ଡାକ୍ତର ଲଲାଟେନ୍ଦୁ ମିଶ୍ର ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା ରୋଗ), ଡାକ୍ତର ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଡାକ୍ତର ମାନସ ରଞ୍ଜନ ଦାଶ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ) ଏବଂ ଡାକ୍ତର ଆର୍.ଏନ୍ ମିଶ୍ର ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରମୁଖ ଉପସ୍ଥିତ ଥିଲେ | କର୍ମଶାଳାରେ ଏସିଆନ ଡେଭେଲପ୍-ମେଣ୍ଟ ବ୍ୟାଙ୍କର ଡାକ୍ତର ମଧୁସୂଦନ ଯାଦବ ଓ ପାଥ୍ ର ଡାକ୍ତର ଭାରତ ଠାକରେ ଓ ଜନ୍ ସ୍ନୋ ଇଣ୍ଡିଆର ସନ୍ତୋଷ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଅନେକ ମୂଲ୍ୟବାନ ମତାମତ ରଖିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ସୁକାନ୍ତ ମିଶ୍ର, ଶ୍ୟାମ ସୁନ୍ଦର ତ୍ରୀପାଠି, ସର୍ବେଶ୍ୱର ପ୍ରଧାନ ଏବଂ ସନ୍ଦୀପ ବରଣ ଓଝା ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande