ଏଲ୍ଜି ସର୍ଭିସ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଜୟପୁର , ୨୯ ସେପ୍େଟମ୍ବର (ହି.ସ.) କୋରାପୁଟ ଜିଲ୍ଲା , ଜୟପୁର ସହରର ପାରାବେଡ଼ା ସତ୍ୟ ଅଧିକାରୀ ଛକରେ ଥିବା ଏକ ଏଲ୍ଜି ସର୍ଭିସ ସେଂଟରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ସର୍ଭିସ ସେଂଟରର ସାମ୍ନା ପଟ କବାଟର ତାଲା ଭାଙ୍ଗି ୩ ଅଜଣା ଦୁର୍ବୃ
ଏଲ୍ଜି ସର୍ଭିସ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି


ଜୟପୁର , ୨୯ ସେପ୍େଟମ୍ବର (ହି.ସ.) କୋରାପୁଟ ଜିଲ୍ଲା , ଜୟପୁର ସହରର ପାରାବେଡ଼ା ସତ୍ୟ ଅଧିକାରୀ ଛକରେ ଥିବା ଏକ ଏଲ୍ଜି ସର୍ଭିସ ସେଂଟରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ସର୍ଭିସ ସେଂଟରର ସାମ୍ନା ପଟ କବାଟର ତାଲା ଭାଙ୍ଗି ୩ ଅଜଣା ଦୁର୍ବୃତ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି। ଚୋରିର ସମସ୍ତ ଦୃଶ୍ୟ ସୋ’ରୁମ୍ରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ନେଇ ସର୍ଭିସ ସେଂଟର ମାଲିକ କହିଛନ୍ତି। ସୂଚନା ଅନୁଯାୟୀ, ସର୍ଭିସ ସେଂଟର ମାଲିକ ଦୀପକ କୁମାର ନାୟକ(୩୮) ଗତ ୨୭ ତାରିଖ ରାତି ପ୍ରାୟ ସାଢେ ୮ଟାରେ କର୍ମଚାରୀଙ୍କ ସହ ସୋ’ରୁମ୍କୁ ବନ୍ଦ କରି ଘରକୁ ଯାଇଥିଲେ। ତେବେ ୨୮ ତାରିଖ ସକାଳ ପ୍ରାୟ ସାଢେ ୯ଟାରେ ତାଙ୍କ ସାନଭାଇ ସୋ’ରୁମ୍ ଖୋଲିବାକୁ ଆସିଥିବାବେଳେ ସର୍ଭିସ ଷ୍ଟେସନର ସାମ୍ନା ଘରର କବାଟ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଭିତରକୁ ଯାଇ ଯାଂଚ କରିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୪ ବଣ୍ଡଲ କପର ପାଇପ୍ର ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା, ୱୟାର ୨୦ ହଜାର, ଏଲ୍ଜି ୩୨ ଇଂଚ୍ ସ୍ମାର୍ଟ ଟିଭି ୨୨ ହଜାର ଏବଂ ସ୍ପେୟାର ପାର୍ଟ ୧୫ ହଜାର ଟଙ୍କା ହୋଇଥିବା ବେଳେ ଏସବୁକୁ ମିଶାଇ ପ୍ରାୟ ୧ ଲକ୍ଷ ୨ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଦୀପକ ଏତଲାରେ ଉଲ୍ଲେଖ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ସେ ୧୧୨କୁ ଫୋନ୍ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିବା ଜଣାପଡ଼ିଛି।

ଏ ନେଇ ଦୀପକ ଟାଉନ ଥାନାରେ ଏତଲା ଦେଇ ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି।

---------------

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande