ବିଶ୍ୱ ହୃଦୟ ଦିବସ ଅବସରରେ ନିଜ ହୃଦୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ବିଶ୍ୱ ହୃଦୟ ଦିବସ । ଏହି ଅବସରରେ ନିଜ ହୃଦୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି
ହୃଦୟ ଦିବସ


ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି

ବିଶ୍ୱ ହୃଦୟ ଦିବସ । ଏହି ଅବସରରେ ନିଜ ହୃଦୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସୁସ୍ଥ ହୃଦୟ

ହିଁ ଏକ ନିରୋଗ ଜୀବନ ଓ ସମୃଦ୍ଧ ସମାଜର ମୂଳଦୁଆ। ବିଶ୍ୱ ହୃଦୟ ଦିବସ ଅବସରରେ ସମସ୍ତଙ୍କୁ ମୋର

ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ନିୟମିତ ବ୍ୟାୟାମ, ସନ୍ତୁଳିତ ଆହାର, ଚାପମୁକ୍ତ ଦିନଚର୍ଯ୍ୟା ଓ ସମୟୋଚିତ ସ୍ୱାସ୍ଥ୍ୟ ପରୀକ୍ଷା ଆପଣାଇ ନିଜ

ହୃଦୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ କରୁଛି; ଆସନ୍ତୁ, ସଚେତନ ହୋଇ ଉତ୍ତମ ଜୀବନଶୈଳୀ ଗ୍ରହଣ କରିବା ଏବଂ ଏକ ନିରୋଗ ଓ ସୁସ୍ଥ ଓଡ଼ିଶା ଗଠନରେ

ସାମିଲ ହେବା।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶ୍ୱ ହୃଦୟ ଦିବସ ଅବସରରେ, ଆମ ନାଗରିକମାନଙ୍କ ସୁସ୍ଥତା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ

ହୃଦୟ ସ୍ୱାସ୍ଥ୍ୟ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ପ୍ରାଥମିକତା ଦେବା। ସୁସ୍ଥ

ଜୀବନଶୈଳୀକୁ ପ୍ରୋତ୍ସାହନ, ଅଧିକ

ସଚେତନତା ସୃଷ୍ଟି ଏବଂ ସମୟୋପଯୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏକ ସୁସ୍ଥ ଓ ଅଧିକ ସୁଦୃଢ଼

ରାଷ୍ଟ୍ର ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ।

ପ୍ରଭାତି ପରିଡା ଏକ୍ସରେ ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ସୁସ୍ଥ ହୃଦୟ ହିଁ ସୁସ୍ଥ ଜୀବନର ଆଧାର। ନିୟମିତ ବ୍ୟାୟାମ, ସନ୍ତୁଳିତ

ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇ ହୃଦୟକୁ ସୁସ୍ଥ ରଖିହେବ । ଆସନ୍ତୁ, ସୁସ୍ଥ

ହୃଦୟ ସହ ସୁସ୍ଥ ଓଡ଼ିଶା ଗଢ଼ିବା। ବିଶ୍ୱ ହୃଦୟ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସୁସ୍ଥ ହୃଦୟ, ଖୁସିର

ଜୀବନ । ବିଶ୍ୱ ହୃଦୟ ଦିବସ ଅବସରରେ, ଆସନ୍ତୁ ଆମ ହୃଦ୍ରୋଗ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ପ୍ରାଥମିକତା ଦେବା

ପାଇଁ ସଂକଳ୍ପ ନେବା। ଏକ ସୁସ୍ଥ ହୃଦୟ ହେଉଛି ଉତ୍ସାହପୂର୍ଣ୍ଣ ଓ ପରିପୂର୍ଣ୍ଣ ଜୀବନର ମୂଳଦୁଆ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande