ବେଗୁନିଆ ନୂଆସାହିରେ ଗୁଳିମାଡ଼ ; ଯୁବକ ଗୁରୁତର
ଖୋର୍ଦ୍ଧା, ୧୫ ଅକ୍ଟୋବର (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନୂଆସାହିରେ ଘଟିଛି ଗୁଳିକାଣ୍ଡ । ସମ୍ପର୍କୀୟ ଭଉଣୀ ଘରକ
ବେଗୁନିଆ ନୂଆସାହିରେ ଗୁଳିମାଡ଼ ; ଯୁବକ ଗୁରୁତର


ଖୋର୍ଦ୍ଧା, ୧୫ ଅକ୍ଟୋବର (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନୂଆସାହିରେ ଘଟିଛି ଗୁଳିକାଣ୍ଡ । ସମ୍ପର୍କୀୟ ଭଉଣୀ ଘରକୁ ଯାଇଥିବା ବେଳେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି । ଭଉଣୀଙ୍କ ଘରେ ପୂର୍ବରୁ ରହୁଥିବା ଜଣେ ଭଡ଼ାଟିଆ ତାଙ୍କୁ ଗୁଳି କରିଥିବା ସୂଚନା ମିଳିଛି । ତେବେ ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଛି । ଗୁରୁତର ଯୁବକଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ଗୁଳିମାଡ଼ର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ବେଗୁନିଆ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର/ରାକେଶ\ପ୍ରଦୀପ୍ତ


 rajesh pande