ମୋଜାମ୍ବିକ ଓ ତାଂଜିନିଆ ନୌସେନା ସହିତ ଭାରତର ଅଭ୍ୟାସ ଶେଷ
ନୂଆଦିଲ୍ଲୀ, 29 ମାର୍ଚ୍ଚ (ହି.ସ.) -ମୋଜାମ୍ବିକ ଓ ତାଂଜାନିଆର ନୌସେନା ସହିତ ଭାରତର ସାମୁଦ୍ରିକ ଅଭ୍ୟାସ ‘ଆଇଏମଟି ଟ୍ର
ମୋଜାମ୍ବିକ ଓ ତାଂଜିନିଆ ନୌସେନା ସହିତ ଭାରତର ଅଭ୍ୟାସ ଶେଷ


ନୂଆଦିଲ୍ଲୀ, 29 ମାର୍ଚ୍ଚ (ହି.ସ.) -ମୋଜାମ୍ବିକ ଓ ତାଂଜାନିଆର ନୌସେନା ସହିତ ଭାରତର ସାମୁଦ୍ରିକ ଅଭ୍ୟାସ ‘ଆଇଏମଟି ଟ୍ରିଲେଟ’ ଶେଷ ହୋଇଛି । ମୋଜାମ୍ବିକର ନାକାଲା ଠାରୁ ଏକ ସପ୍ତାହ ବ୍ୟାପୀ ଚାଲିଥିବା ଏହି ଅଭ୍ୟାସରେ ତିନି ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧିର ଗୁରୁତ୍ୱକୁ ରେଖାଙ୍କିତ କରାଯାଇଛି । ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ତିର ଏବଂ ସୁଜାତା ମିଳିତ ଅଭ୍ୟାସ, ତାଲିମ ଅଧିବେଶନ ଏବଂ ସହଯୋଗାତ୍ମକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ । ଅଭ୍ୟାସ ସମୟରେ ତିନି ନୌସେନାକୁ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ଏବଂ କ୍ଷମତାକୁ ବୃଦ୍ଧି କରିବା ପାଇଁ ସୁଯୋଗ ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande