କୋଣାର୍କ ଉତ୍ସବ - ୨୦୨୧ ଉଦଘାଟିତ
କୋଣାର୍କ /ଭୁବନେଶ୍ୱର, 1 ଡିସେମ୍ବର (ହି.ସ.) – ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ ଉଦଘାଟିତ ହୋଇଯାଇଛି
ିୀବପୁଵୂପରହକ


ୂ୬ହଗକଵିଵ ୁଵ


ିୀୈୀୁପପରର


କୋଣାର୍କ /ଭୁବନେଶ୍ୱର, 1 ଡିସେମ୍ବର (ହି.ସ.) – ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ତଥା ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ, କ୍ରୀଡା-ଯୁବ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ନିର୍ଦ୍ଦେଶକ ଅରୁଣ ମଲ୍ଲିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ପରିଚାଳିକା ଡ. ସଂଗୀତା ଗୋସାଇଁ ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବର ଶୁଭାରମ୍ଭ କରିଥିଲେ । ଏହାସହ ଚନ୍ଦ୍ରଭାଗା ବେଳାଭୂମୀରେ ୨୦୨୧ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବମଧ୍ୟ ଉଦଘାଟିତ ହୋଇଯାଇଛି । ଦେଶ ଓ ବିଦେଶରୁ ୧୦୦ ଜଣ ବାଲୁକା ଶିଳ୍ପୀ ଅଶଂଗ୍ରହଣ କରିଛନ୍ତି । ବ୍ରାଣ୍ଡ ଅମ୍ବାସଡର ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟ ପରିଚାଳକ ରୁପେ କାର୍ଯ୍ୟ ନିଭାଇ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନୀ ଶୁଭେଛା ବାର୍ତା ପ୍ରଦାନ କରିଥିଲେ ।

ପ୍ରଥମ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଦିଲ୍ଲୀ ଅବସ୍ଥାପିତ ଓଡିଶୀ ନୃତ୍ୟା ବିଦୁଷୀ ମାଧବୀ ମୁଦଗଲ ଓ ସାଥୀ ପରିବେଷଣ କରିଥିଲେ ନର୍ତନ ଗଣେଷ । ଉଭୟ ଲାସ୍ୟ ଓ ତାଣ୍ଡବ ନୃତ୍ୟ ଶଇଳୀରେ ସମୃଦ୍ଧ ନର୍ତନ ଗଣେଷ ଉପସ୍ଥାପନ ପରେ ପରେ ମାଧବୀଙ୍କ ଦ୍ୱୀତିୟ ପ୍ରସ୍ତୁତି ଥିଲା ଶୁଦ୍ଧ ନୃତ୍ୟ ପଲ୍ଲବୀ । କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚିତ ବାତ୍ସଲ୍ୟରସ ଆଧାରିତ ଉଠିଲୁ ଏଡେ ବେଗେ କାହିଁକିରେ ଦୁଃଖୀଧନ ର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଓଡିଶୀର ଅନ୍ତିମ ଉପସ୍ଥାପନାରେ ପରିବେଷିତ ହୋଇଥିଲା ତ୍ରୟି । ହିନ୍ଦୁସ୍ଥାନୀ ସଂଗୀତ ଆଧାରିତ ବସନ୍ତ ଗ୍ରଷ୍ମ ଓ ବର୍ଷା ଋତୁର ବର୍ଣ୍ଣନାରେ ଏହି ନୃତ୍ୟ ସଂଯୋଜନା ବେଶ୍ ମନଛୁଆଁ ଥିଲା ।

ଦ୍ୱୀତିୟ ଚରଣରେ ସୁବିଖ୍ୟାତ କଥକ ନୃତ୍ୟଶିଳ୍ପୀ ଭାସ୍ୱତୀ ମିଶ୍ର ଓ ସାଥୀ ନଟରାଜ ଶିବଙ୍କ ଆରଧନାରେ ପ୍ରସ୍ତୁତ ଅଭିନୟ ଶିବ ପଂଚାକ୍ଷର ପରିବେଷଣ କରିଥିଲେ । ଏହାପରେ ରସମଂଜରୀ ଯାହା ଶାସ୍ତ୍ରୀୟ କଥକର ବୈଶିଷ୍ଟ୍ୟ କୁ ପ୍ରକାଶ କରିଥିଲା , ପରେ ପରେ ନାୟିକା ର ନୃତ୍ୟସଂଯୋଜନାରେ ନାଟ୍ୟଶାସ୍ତ୍ର ଆଧାରିତ ସ୍ୱାଧୀନ ପଟ୍ଟିକା ଖଣ୍ଡିତା ଓ ବାସକସଦ୍ୱିକା ନାୟିକା ର ନିଖୁଣ ପ୍ରକାଶ ଏକ ଭିନ୍ନ ଆବେଗ ସୃଷ୍ଟି କରିଥିଲା । ଶେଷରେ ତରନ୍ନା ଯାହା ରାଗ-ବାହାର ଓ ତାଲ-ତିନତାଲ ଉପରେ ପର୍ଯ୍ୟବେସିତ ଥିଲା । ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ସଂହତି ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗ ଓ ସଂଗୀତ ନାଟକ ଏକାଡେମୀ ଅଧିକାରୀ ପରିଚାଳନାରେ ସହାୟତା ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର /


 rajesh pande