କମନୱେଲଥ ଗେମ୍ ପାଇଁ ଭାରଉତୋଳନ କାରୀ ଝିଲ୍ଲି ଦଳବେହେରା ମନୋନୀତ
ଭୁବନେଶ୍ୱର, 1 ଡିସେମ୍ବର (ହି.ସ.) – ଏସିଆନ ଚମ୍ପିୟନ ଏବଂ ପୂର୍ବ ତଟ ରେଳପଥର ଭାର ଉତୋଳନକାରୀ ଝିଲ୍ଲି ଦଳବେହେରା ଉଜବେ
ିୁବରଗକରରରରରରର


ଭୁବନେଶ୍ୱର, 1 ଡିସେମ୍ବର (ହି.ସ.) – ଏସିଆନ ଚମ୍ପିୟନ ଏବଂ ପୂର୍ବ ତଟ ରେଳପଥର ଭାର ଉତୋଳନକାରୀ ଝିଲ୍ଲି ଦଳବେହେରା ଉଜବେକିସ୍ତାନରେ ଡିସେମ୍ବର ୭ ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭାରଉତୋଳନ ଚମ୍ପିୟନସିପ୍ ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ।

ପୂର୍ବରୁ ଏପ୍ରିଲ-୨୦୨୧ ରେ ଉଜବେକିସ୍ତାନ ଠାରେ ଆୟୋଜିତ ହୋଇଥିବା ଏସିଆନ ଭାରଉତୋଳନ ଚମ୍ପିୟନସିପରେ ଝିଲ୍ଲି ୪୫ କିଲୋ ମହିଳା ବିଭାଗ ରେ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଦୁଇଥର ଜାତୀୟ ଚମ୍ପିୟନ କୁମାରୀ ଦଳବେହେରା ଚାରିବର୍ଷ ଧରି ଇଣ୍ଡିଆ ଟିମ୍ ରେ ଖେଳୁଛନ୍ତି ଏବଂ ପାଟିଆଲାର ଜାତୀୟ କୋଚିଙ୍ଗ କ୍ୟାମ୍ପ୍ ରେ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବତଟ ରେଳପଥ କ୍ରୀଡା ସଂଘର ସାଧାରଣ ସମ୍ପାଦକ ଅଶୋକା କୁମାର ମିଶ୍ରଙ୍କ ସହ କ୍ରୀଡା ସଂଘର ସମସ୍ତ କର୍ମକର୍ତା ଝିଲ୍ଲି ଦଳବେହେରାକୁ ଅଭିନନ୍ଦନ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର /


 rajesh pande