ଗୃହମନ୍ତ୍ରୀ ଅମିତ ଶାହା ନକ୍ସଲ ପ୍ରଭାବିତ ଅଂଚଳରେ ସୁରକ୍ଷା ଏବଂ ବିକାଶର ସମୀକ୍ଷା କଲେ
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.) - ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଏଠାରେ ଏକ ପ୍ରମୁଖ ସମୀକ୍ଷା ବୈଠକ କରି
ଗୃହମନ୍ତ୍ରୀ ଅମିତ ଶାହା ନକ୍ସଲ ପ୍ରଭାବିତ ଅଂଚଳରେ ସୁରକ୍ଷା ଏବଂ ବିକାଶର ସମୀକ୍ଷା କଲେ


ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.) - ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଏଠାରେ ଏକ ପ୍ରମୁଖ ସମୀକ୍ଷା ବୈଠକ କରି ବିକାଶ ପ୍ରକଳ୍ପର ସମୀକ୍ଷା ଏବଂ ନକ୍ସଲ ପ୍ରଭାବିତ ଅଂଚଳରେ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ନକ୍ସଲବାଦ ଏବଂ ଉଗ୍ରବାଦ ଦ୍ୱାରା ପ୍ରଭାବିତ ୧୦ଟି ରାଜ୍ୟ ମଧ୍ୟରୁ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଭାଗ ନେଇଥିଲେ । ଏହି ବୈଠକରେ ଅବଶିଷ୍ଟ ୪ଟି ରାଜ୍ୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଦିଲ୍ଲୀର ଭିଜିଲାନ୍ସ ଭବନରେ ଆୟୋଜିତ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ କେରଳର ମୁଖ୍ୟମନ୍ତ୍ରୀମାନେ ଏହି ସଭାରେ ଅଂଶଗ୍ରହଣ କରିନାହାଁନ୍ତି । ତେବେ ଏହି ରାଜ୍ୟ ଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ସୂଚନାଅନୁସାରେ ଏହି ବୈଠକରେ ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅଧିକାରୀଙ୍କ ସହ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ, ସୁରକ୍ଷା ପରିସ୍ଥିତି ସମେତ ବିକାଶ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଥରେ କିମ୍ବା ଦୁଇଥର ଏହି ସଭା ଅନୁଷ୍ଠିତ ହୁଏ । ଗତ ବର୍ଷ କରୋନା କାରଣରୁ ଏହି ସଭା ଅନୁଷ୍ଠିତ ହୋଇପାରିଲା ନାହିଁ ।

ମାଓବାଦୀଙ୍କ ବିରୋଧରେ ରାଜ୍ୟର ଅଭିଯାନ ଏବଂ ବିକାଶ ଯୋଜନା ସହ ଜଡ଼ିତ ଆବଶ୍ୟକତା ସମ୍ପର୍କରେ ଗୃହମନ୍ତ୍ରୀ ପଚାରି ବୁଝିଥିଲେ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗିରିରାଜ ସିଂ, ଅର୍ଜ୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ମଧ୍ୟ ଯୋଗ ଦେଇଥିଲେ । ଏହା ବ୍ୟତୀତ ଗୃହ ସଚିବ ଅଜୟ ଭାଲା, ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାର ଏବଂ କେନ୍ଦ୍ର ତଥା ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

ବର୍ତମାନ ଦେଶର ୯୦ଟି ଜିଲ୍ଲା ମାଓବାଦୀଙ୍କ ଦ୍ୱାରା ପ୍ରଭାବିତ ବୋଲି ବିବେଚନା କରାଯାଉଛି । ତେବେ ଏହି ଜିଲ୍ଲାର କେବଳ ୪୫ଟିରେ ମାଓବାଦୀ ଘଟରା ଘଟିଛି । ବିଶ୍ୱାସ କରାଯାଏ ଯେ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଏକ ବଡ଼ ଅପରେସନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାନୁ


 rajesh pande