ଆପଣଙ୍କ ଭୋଟ ନିର୍ଦ୍ଧାରଣ କରିବ ଆଗାମୀ ସରକାର, ହୁଅନ୍ତୁ ସମ୍ବିଧାନର ସିପାହୀ- ରାହୁଲ
ନୂଆଦିଲ୍ଲୀ, 26 ଏପ୍ରିଲ (ହି.ସ.)- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟରଙ୍କୁ ଘରୁ ବାହାରି ମ
ଆପଣଙ୍କ ଭୋଟ ନିର୍ଦ୍ଧାରଣ କରିବ ଆଗାମୀ ସରକାର, ହୁଅନ୍ତୁ ସମ୍ବିଧାନର ସିପାହୀ- ରାହୁଲ


ନୂଆଦିଲ୍ଲୀ, 26 ଏପ୍ରିଲ (ହି.ସ.)- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟରଙ୍କୁ ଘରୁ ବାହାରି ମତଦାନ କରିବାକୁ ଅପିଲ କରିଛନ୍ତି ।

ଶୁକ୍ରବାର ସୋସିଆଲ ମିଡିଆ ଏକ୍ସରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଦେଶର ଭାଗ୍ୟର ନିଷ୍ପତ୍ତି କରିବାକୁ ଯାଉଛି ଐତିହାସିକ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ । ଆପଣଙ୍କ ଭୋଟ ନିର୍ଦ୍ଧାରଣ କରିବ ଯେ ଆଗାମୀ ସରକାର ‘କିଛି କୋଟିପତି' କିମ୍ବା '140 କୋଟି ଭାରତୀୟ'ଙ୍କର ହେବ ।

ସେ କହିଛନ୍ତି ଯେ, ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସେମାନେ ଆଜି ଘରୁ ବାହାରନ୍ତୁ ଏବଂ ସମ୍ବିଧାନର ସିପାହୀ ସାଜି ଗଣତନ୍ତ୍ରର ରକ୍ଷା ପାଇଁ ଭୋଟ କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande