ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି କରି ୪ରେ ବନ୍ଦ ଡାକରା, ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ଦେଲେ ମିଳିତ କ୍ରିୟାନୁଷ୍ଠାନ କମିଟି।
ମାଲକାନଗିରି, ୧ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲାରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଆସନ୍ତା ୪ ତାରିଖ ବନ୍ଦ ଡାକରା ଦେଇଛି ଅନୁସୂଚିତଜାତି ଜନଜାତି ସଂଘ ମିଳିତ କ୍ରିୟା ନୁଷ୍ଠାନ କମିଟି। ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦେଇଛନ୍ତି ମିଳିତ କ୍ର
ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି କରି ୪ରେ ବନ୍ଦ ଡାକରା, ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ଦେଲେ ମିଳିତ କ୍ରିୟାନୁଷ୍ଠାନ କମିଟି।


ମାଲକାନଗିରି, ୧ ଅକ୍ଟୋବର (ହି.ସ.)

ମାଲକାନଗିରି ଜିଲ୍ଲାରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଆସନ୍ତା ୪ ତାରିଖ ବନ୍ଦ ଡାକରା ଦେଇଛି ଅନୁସୂଚିତଜାତି ଜନଜାତି ସଂଘ ମିଳିତ କ୍ରିୟା ନୁଷ୍ଠାନ କମିଟି। ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦେଇଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି। ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ପ୍ରାଇମେରୀ ସ୍କୁଲରେ ନୂତନଭାବେ ଚୟନ ହୋଉଥିବା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୁକ୍ତି କରିବାକୁ ଆସିଥିଲେ। ଏ ଖବର ପାଇ ଜିଲ୍ଲାର ଅନେକ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ଓ ଶତାଧିକ ଲୋକ ସେ ସ୍ଥାନକୁ ଯାଇ ବାହାର ଜିଲ୍ଲାରୁ ଆସିଥିବା ପିଲାଙ୍କୁ ନିଯୁକ୍ତି ନଦେବାକୁ ବିରୋଧ କରିଥିଲେ। ମାଲକାନଗିରି ଜିଲ୍ଲା ଏସ,ସି/ଏସ,ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଜିଲ୍ଳାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଚାରି ଅକ୍ଟୋବର ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ସମର୍ଥନ କରି ଏହି ବନ୍ଦ ଡାକରା ଦେଇଥିବା ପାଇଁ ନିଷ୍ପତ୍ତି ନେଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ସଭାପତି ଜାରାଶବର ମାଡି, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ସଂଯୋଜକ ଡମ୍ବରୁ ବାଘ, ସାଧାରଣ ସମ୍ପାଦକ ହରି ଗୋଲୋରୀ, ଉପ ସଭାପତି ଘେନୁ ମୁଦୁଲି ଓ ସନିଆ କବାସୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande