ଭରତପୁର ଘଟଣା ରେ କ୍ୟାପଟେନ ଓ ବାନ୍ଧବୀ ଙ୍କୁ ନିର୍ଯାତନା ଘଟଣା ର ସମୀକ୍ଷା କରିଛନ୍ତି କମିଶନ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) – ଭରତପୁର ଥାନାରେ ଜଣେ ଜବାନ ଓ ତାଙ୍କର ବାନ୍ଧବୀଙ୍କୁ ଆକ୍ରମଣ ଘଟଣାର ଜାଂଚ ପାଇଁ ଗଠିତ ଜାଂଚ କମିଶନ ଆଜି ଏହି ଘଟଣାର ସମୀକ୍ଷା କରିଛନ୍ତି । ଆଜି ଏହି ବୈଠକରେ ଗୃହ ସଚିବ, ସ୍ୱତନ୍ତ୍ର ସଚିବ ଙ୍କ ସହ କ୍ରାଇମ ବ୍ରାଞ୍ଚ ଏ ଡିଜି ଓ ତଦନ
ଭରତପୁର ଘଟଣା ରେ     କ୍ୟାପଟେନ ଓ ବାନ୍ଧବୀ ଙ୍କୁ ନିର୍ଯାତନା ଘଟଣା ର ସମୀକ୍ଷା କରିଛନ୍ତି କମିଶନ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) –

ଭରତପୁର ଥାନାରେ ଜଣେ ଜବାନ ଓ ତାଙ୍କର ବାନ୍ଧବୀଙ୍କୁ ଆକ୍ରମଣ ଘଟଣାର ଜାଂଚ ପାଇଁ ଗଠିତ ଜାଂଚ

କମିଶନ ଆଜି ଏହି ଘଟଣାର ସମୀକ୍ଷା କରିଛନ୍ତି ।

ଆଜି ଏହି ବୈଠକରେ ଗୃହ ସଚିବ, ସ୍ୱତନ୍ତ୍ର ସଚିବ ଙ୍କ ସହ କ୍ରାଇମ ବ୍ରାଞ୍ଚ ଏ ଡିଜି ଓ ତଦନ୍ତ କାରୀ

ଅଧିକାରୀ ଯୋଗ ଦେଇଥିଲେ ।

କମିଶନ ତଦନ୍ତ କେତେ ଦୂର

ଆଗେଇଛି ସେ ନେଇ ସମୀକ୍ଷା କରିଥିବା ଜଣା ପଡିଛି ।

ମାମଲା ରେ ଗୃହ ସଚିବ ଙ୍କୁ

କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ଦିଗ ରେ ପଦକ୍ଷେପ ପାଇଁ କମିଶନ ନିର୍ଦେଶ

ଦେଇଛନ୍ତି ।

ଅନ୍ୟପଟେ ବୈଠକ ସରିବା ପରେ

କ୍ରାଇମବ୍ରାଞ୍ଚ ଏ ଡିଜି ତାଙ୍କ ପ୍ରତିକ୍ରିୟାରେ

କହିଛନ୍ତି ଯେ, ଗୁଜରାଟ ଯାଇଥିବା ପୋଲିସ ଅଧିକାରୀ ଙ୍କ ଲାଏ ଡିଟେକ୍ସନ ସରିଛି । ଦୀନକୃଷ୍ଣ

ମିଶ୍ର ଙ୍କ ର ନାରକୋ ଓ ବ୍ରେନ ମ୍ୟାପିଙ୍ଗ ସରିଛି । ମାମଲା କୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ

ଗୁଜୁରାଟ ଫରେନସିକ ଟିମ କୁ ଆମେ ଜଣାଇବୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଖୁବ

ଶୀଘ୍ର ପୀଡିତା ଙ୍କ 164 ବୟାନ ରେକର୍ଡ ହେବ । ମାମଲା ର ସତ୍ୟପାଠ ଶୀଘ୍ର କମିଶନ ଙ୍କ ଆଗରେ

ଦାଖଲ କରାଯିବ । ତଦନ୍ତ ପରେ ସତ୍ୟା ସତ୍ୟ ବାହାରିଲେ ଆଇନ ଗତ ଆକ୍ସନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande