ମୁମ୍ବାଇ ଠାରେ ଆୟୋଜିତ ' ଇଂଡିଆ କେମ  2024' ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁମ୍ବାଇ ଠାରେ ଆୟୋଜିତ ' ଇଂଡିଆ କେମ 2024' ରେ ପ୍ରମୁଖ ନେତୃତ୍ଵଙ୍କ ସହ ଯୋଗଦେଇଛନ୍ତି । ଦେଶରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ
ମୁମ୍ବାଇ ଠାରେ ଆୟୋଜିତ ' ଇଂଡିଆ କେମ  2024' ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁମ୍ବାଇ ଠାରେ ଆୟୋଜିତ ' ଇଂଡିଆ କେମ 2024' ରେ ପ୍ରମୁଖ ନେତୃତ୍ଵଙ୍କ ସହ ଯୋଗଦେଇଛନ୍ତି । ଦେଶରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଫଳ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବିଶ୍ବରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ଭାରତର ବିଶେଷ ଯୋଗଦାନ ରହିଛି। ନୂତନ ସମ୍ଭାବନାକୁ ପ୍ରୋତ୍ସାହନ, ବୈଦେଶିକ ରାସାୟନିକ ଉଦ୍ଯୋଗକୁ ନିବେଶ ସୁଯୋଗ ପ୍ରଦାନ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇଦେଉଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତକୁ ବିଶ୍ଵର ରାସାୟନିକ ଉଦ୍ୟୋଗର କେନ୍ଦ୍ରବିନ୍ଦୁ କରିବା ନିମନ୍ତେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ସେ କହିଛନ୍ତି ଯେ, ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ 'ପୂର୍ବୋଦୟ ବିକାଶ'ର ସ୍ଵପ୍ନକୁ ସାକାର କରିବା ନିମନ୍ତେ ଓଡ଼ିଶା ମଧ୍ୟ ନିଜର ଯୋଗଦାନକୁ ଆହୁରି ସଶକ୍ତ କରିଛି। ରାସାୟନିକ କ୍ଷେତ୍ରରେ ନୂତନ ଉଦ୍ଯୋଗ ସହିତ ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହାକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ଆୟୋଜନ କରିବାକୁ ଯାଉଛି।

ନିବେଶକଙ୍କ ନିମନ୍ତେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ। ଯାହାକି ଆଗାମି ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣରେ ପ୍ରମୁଖ ଭୂମିକା ନେବା ସହିତ ଭାରତର ଆର୍ଥିକ ପ୍ରଗତିରେ ନିଶ୍ଚୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande