ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର
ପାଇଁ ଅଗ୍ରୀମ ଟଙ୍କା ମିଳିବ । ନୂଆ ଜମି କିଣିବା
ଲାଗି ମଧ୍ୟ ଅଗ୍ରୀମ ଦିଆଯିବ। ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା
କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ
ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି।
ଏସବୁ ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି
। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ । -ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ
ମଧ୍ୟ ଦାଖଲ କରିବେ ବୋଲି ଏଥିରେ ଉଲ୍ଲେଖ
କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ