ଲକ୍ଷ୍ନୌ ଏକ୍ସପ୍ରେସୱେରେ  କଣ୍ଟେନର ସହ ଧକ୍କା ହୋଇଥିଲା ବସ ,3 ମୃତ 12 ଆହତ
ଫିରୋଜାବାଦ 8 ନଭେମ୍ବର (ହି.ସ)-ନସୀରପୁର ଥାନା ଅଞ୍ଚଳ ଅନ୍ତର୍ଗତ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ଶୁକ୍ରବାର ଅଯୋଧ୍ୟାରୁ ଦର୍ଶନ କରି ବୃନ୍ଦାବନ ଯାଉଥିବା ଭକ୍ତଙ୍କ ଏକ ବସ କଣ୍ଟେନର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏକ କିଶୋର ସହିତ ତିନିଜଣଙ୍କ ମୃ
ଲକ୍ଷ୍ନୌ ଏକ୍ସପ୍ରେସୱେରେ  କଣ୍ଟେନର ସହ ଧକ୍କା ହୋଇଥିଲା ବସ ,3 ମୃତ 12 ଆହତ


ଫିରୋଜାବାଦ 8 ନଭେମ୍ବର

(ହି.ସ)-ନସୀରପୁର ଥାନା ଅଞ୍ଚଳ ଅନ୍ତର୍ଗତ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ଶୁକ୍ରବାର ଅଯୋଧ୍ୟାରୁ

ଦର୍ଶନ କରି ବୃନ୍ଦାବନ ଯାଉଥିବା ଭକ୍ତଙ୍କ ଏକ ବସ କଣ୍ଟେନର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ

ହୋଇଛି। ଦୁର୍ଘଟଣାରେ ଏକ କିଶୋର ସହିତ ତିନିଜଣଙ୍କ ମୃତ୍ୟୁ ହୋଇଛି।ଏଥିରେ ଏକ ଦର୍ଜନ ଲୋକ ଆହତ

ହୋଇଥିଲେ।ପୋଲିସ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରିଛି।ଗୁଜୁରାଟ ରାଜ୍ୟର ବଡସାଲ ବାସିନ୍ଦା

ଡ୍ରାଇଭର ମନୀଷ ପୁଅ ନାନୁବାଇ 2 ନଭେମ୍ବରକୁ ଗୁଜୁରାଟରୁ ଏକ ମିନୀ ବସରେ 19 ଯାତ୍ରୀଙ୍କୁ ନେଇ

ଦେଶର ବିଭିନ୍ନ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇଥିଲେ। ତାର୍ଥଯାତ୍ରୀ ଦଳ ପ୍ରଥମେ ଅଯୋଧ୍ୟା

ଧାମରେ ଭଗବାନ ଶ୍ରୀରୀମଙ୍କ ଦର୍ଶନ କରିଥିଲେ।ଶୁକ୍ରବାର ଦିନ ବସ ବୃନ୍ଦାବନ ପାଇଁ ଆଗ୍ରା

ଲକ୍ଷ୍ନୌ ଏକ୍ସପ୍ରେସୱେ ଦେଇ ଆଗ୍ରା ଅଭିମୁଖେ ଯାଉଥିଲା।ଭକ୍ତଙ୍କ

କହିବା ଅନୁସାରେ ବସ ଥାନା ନସୀରପୁର ଅଞ୍ଚଳ ରୁ 54 କିଲୋମିଟର ଷ୍ଟୋନ ନିକଟରେ ପହଁଞ୍ଚିବା

ମାତ୍ରେ ପଛରୁ ଏକ ଆୟଶର କ୍ୟାଣ୍ଟର ଦ୍ରୁତ ଗତିରେ ବସକୁ ଓଭରଟେକ କରିଥିଲା। ଏହି ସମୟ ମଧ୍ୟରେ ଗାଡିକୁ ସ୍କ୍ରାଚରୁ ବଞ୍ଚାଇବା ପାଇଁ

ବସ ଚାଳକ ମିନି ବସକୁ ଦୁରେଇବାକୁ ଚେଷ୍ଟା କରିଥିଲା ,ତାପରେ ହଠାତ ବସ ଆଗକୁ ଯାଉଥିବା ଏକ

କଣ୍ଟେନର ସହ ଧକ୍କା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande