ଭୁବନେଶ୍ୱର, 8 ନଭେମ୍ବର (ହି.ସ.)
-ସଭ୍ୟ ସଂଗ୍ରହ
ଅଭିଯାନ ମାଧ୍ୟମରେ ବିଜୁ ଜନତା ଦଳ ସହ ଲୋକଙ୍କୁ ଯୋଡ଼ିବାକୁ ଛାତ୍ରମାନଙ୍କ ପାଇଁ ଆୟୋଜିତ ସ୍ଵତନ୍ତ୍ର
କର୍ମଶାଳାରେ ସାମିଲ ହୋଇଛନ୍ତି ନବୀନ ପଟ୍ଟନାୟକ। ଏନେଇ ନବୀନ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି
ଯେ, ଖୁସିର କଥା ଆମ ଛାତ୍ର ସଙ୍ଗଠନ ସକ୍ରିୟ ଭାବେ ଏହାର ନେତୃତ୍ୱ ନେଉଛନ୍ତି। ଆମର ଛାତ୍ରମାନେ, ଆମ ଯୁବକମାନେ ହେଉଛନ୍ତି ଓଡ଼ିଶା ବିଜେଡିର ଭବିଷ୍ୟତ।
ବିଜେଡି ସରକାର ଅମଳରେ
ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଛି।
ଏହା ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି କରିଛି। ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ। ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା
ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା।
ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇଭଉଣୀମାନଙ୍କ ଚାଉଳକୁ ବିଜେପି
ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି। ବହୁତ ଦୁଃଖର କଥା
ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି।
ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡ଼ାରେ ସାରିଦେଇଛନ୍ତି।
ବିଜେଡି ସରକାର ସମୟରେ ଏନଏଫଏସରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ
ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା। ଆଶା କରୁଛି ବର୍ତ୍ତମାନର ସରକାର
ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ। ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି
ସାଲିସ୍ କରାଯାଇପାରିବ ନାହିଁ। ପ୍ରତିଟି ଜୀବନ ମୂଲ୍ୟବାନ।
ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ସମସ୍ତେ ଓଡ଼ିଆ ସ୍ୱାଭିମାନର ସୁରକ୍ଷା
ତଥା ଓଡ଼ିଆ ପରିଚୟକୁ ଉଜ୍ଜ୍ଵଳ କରିବା ପାଇଁ କାମ ଜାରି ରଖନ୍ତୁ। ସାମାଜିକ ଗଣମାଧ୍ୟମରେ ସକ୍ରିୟ
ରହି ବିରୋଧୀଙ୍କ ଅପପ୍ରଚାରର ଦୃଢ ଜବାବ ଦିଅନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା