ଚଳିତ ବର୍ଷର ଓସ୍କାର ସମାରୋହ ଲାସ୍ ଏଞ୍ଜଲସ୍ ରେ ଆୟୋଜିତ, ବଲିଉଡ୍ ର ଆର୍ଟ ନିର୍ଦ୍ଦେଶକ ନିତିନ ଦେସାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଲାସ ଏଞ୍ଜଲସ୍, ୧୧ ମାର୍ଚ୍ଚ (ହି.ସ.)- ଚଳିତ ବର୍ଷର ଓସ୍କାର ସମାରୋହ ମାର୍ଚ୍ଚ ୧୧ ତାରିଖରେ ଲାସ୍ ଏଞ୍ଜଲସ୍ ର ଡାଲବି ଥି
ଚଳିତ ବର୍ଷର ଓସ୍କାର ସମାରୋହ ଲାସ୍ ଏଞ୍ଜଲସ୍ ରେ ଆୟୋଜିତ, ବଲିଉଡ୍ ର ଆର୍ଟ ନିର୍ଦ୍ଦେଶକ ନିତିନ ଦେସାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ


ଲାସ ଏଞ୍ଜଲସ୍, ୧୧ ମାର୍ଚ୍ଚ (ହି.ସ.)- ଚଳିତ ବର୍ଷର ଓସ୍କାର ସମାରୋହ ମାର୍ଚ୍ଚ ୧୧ ତାରିଖରେ ଲାସ୍ ଏଞ୍ଜଲସ୍ ର ଡାଲବି ଥିଏଟରରେ ଆୟୋଜିତ ହୋଇଛି । ଓସ୍କାର ୨୦୨୪ ମଂଚରେ ମେମୋରିୟମ ସେଗମେଂଟ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ଏକ ଭିଡ଼ିଓ ପ୍ରଦର୍ଶିତ କରାଯାଇ ଫିଲ୍ମ ଜଗତର କେତେକ ନାମୀ ଦାମୀ ଚେହେରାଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ବଲିଉଡ୍ ର ଆର୍ଟ ନିର୍ଦ୍ଦେଶକ ନିତିନ ଦେସାଇଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସିନେମାରେ ତାଙ୍କର ମହତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ଓସ୍କାର ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande