ଖୋ ଖୋ ବନ୍ଧୁତ୍ୱ ପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଖୋ ଖୋ ବନ୍ଧୁତ୍ୱ ପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ପୁରୀ ୧୬ମାର୍ଚ୍ଚ (ହି. ସ.)-ତାଳବଣିଆ ଷ୍ଟାଡିୟମ ଠାରେ ଆଜି
khokho


ଖୋ ଖୋ ବନ୍ଧୁତ୍ୱ ପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ୧୬ମାର୍ଚ୍ଚ (ହି. ସ.)-ତାଳବଣିଆ ଷ୍ଟାଡିୟମ ଠାରେ ଆଜି ଓଡିଶା ପୁରୁଷ ଓ ମହିଳା ଖୋ ଖୋ ଦଳ ସହ ପଶ୍ଚିମବଙ୍ଗ ଖୋ ଖୋ ଦଳର ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ଅନୁଷ୍ଠିତ ହୋଇଥିଲା।ଏହି ବନ୍ଧୁତ୍ବ ପୂର୍ଣ୍ଣ ମ୍ୟାଚ ଆସନ୍ତା କାଲି ମଧ ଅନୁଷ୍ଠିତ ହେବ। ଏଥିରେ ଓଡିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ,କୋଚ ସଞ୍ଜୀବ ଶର୍ମା,ଆକାଶ ରଣା ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ।ଏହି ମ୍ୟାଚ ମଧ୍ୟରୁ ଶ୍ରେଷ୍ଠ କ୍ରୀଡାବିତ ଙ୍କୁ ଚିହ୍ନଟ କରାଯିବ ଓ ଚଳିତ ମାସ ୨୮ ରୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରେ ଅନୁଷ୍ଠିତ ହେବାରୁ ଥିବା ସିନିୟର ଜାତୀୟ ଖୋଖୋ କ୍ରୀଡା ପ୍ରତିଯୋଗିତା ପୂର୍ବରୁ ଏହି ମ୍ୟାଚ ଆମ ଖୋ ଖୋ ଖେଳାଳୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୋଚ ଶ୍ରୀ ଶର୍ମା ଆଶା ପ୍ରକାଶ କରିଛନ୍ତି।।ହିନ୍ଦୁସ୍ଥାନ ସମାଚାର /ବିଜୟ /ବନ୍ଦନା


 rajesh pande