ଭଦ୍ରକରେ ତାଏକ୍ୱୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା
ଭଦ୍ରକ, ୧୭ ମାର୍ଚ୍ଚ (ହି.ସ.) - ‘ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକ’ ଆନୁକୂଲ୍ୟରେ ରବିବାର ଦିନ ବାର୍ଷିକ କଲର୍ ବେଲ
ଭଦ୍ରକରେ ତାଏକ୍ବୋଣ୍ଡୋ କଲର୍ ବେଲ୍ଝ ପରୀକ୍ଷା


ଭଦ୍ରକ, ୧୭ ମାର୍ଚ୍ଚ (ହି.ସ.) - ‘ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକ’ ଆନୁକୂଲ୍ୟରେ ରବିବାର ଦିନ ବାର୍ଷିକ କଲର୍ ବେଲ୍ଟ ପରୀକ୍ଷା ହେପ୍ପୀହୋମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୭ ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୫୦ ଶିକ୍ଷାର୍ଥୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨୦ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ କଲର୍ ବେଲ୍ଟ ସହିତ ପ୍ରମାଣପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡିଶା ର ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ମୁଖ୍ୟ ପରୀକ୍ଷକ ରୂପେ ଯୋଗ ଦେଇଥିଲା ବେଳେ କୋଷାଧ୍ୟକ୍ଷା ସଂଘମିତ୍ରା ନନ୍ଦିନୀ ଦାସ, ସଦସ୍ୟ ବିଦ୍ୟାଧର ବାରିକ, ବିଶାଲ୍ ଗୋପାଲ୍ ଲଖାନୀ, ଅଜୟ କୁମାର ଧଳ, ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ । ପରୀକ୍ଷା ଅନ୍ତେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ‘ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା’ (ତାଓ) ର କାର୍ଯ୍ୟକାରୀ ସଭାପତି, ପ୍ରଫେସର ବିଜୟ କୁମାର ଜେନା ସଭାପତିତ୍ୱ କରିଥିଲେ । ବରିଷ୍ଠ ଆଇନଜୀବୀ ଯତିକାନ୍ତ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ତାଓ ସଦସ୍ୟ ଆଇନଜୀବୀ ପବନ କୁମାର ଶର୍ମା, ଜ୍ୟୋତି କନଭେଟ୍ ସ୍କୁଲର ଅଧ୍ୟକ୍ଷ ଫାଦର୍ ଆଲେକ୍ସ, ହେପ୍ପୀହୋମ୍ ସ୍କୁଲର ମ୍ୟାନେଜିଂ ଡାଇରେକ୍ଟର ପ୍ରଜ୍ଞା ପରିମିତା ପଲାଇ, ଅଧ୍ୟାପିକା ଶାଲିନୀ ଗୁପ୍ତା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହ ବେଲ୍ଟ ପ୍ରଦାନ କରାଯାଇଥିଲା । ଶେଷରେ ଅତିଥି ତଥା ଦର୍ଶକ ମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାରେ ପ୍ରତିଷ୍ଠିତ ତାଏକ୍ୱୋଣ୍ଡୋ କେନ୍ଦ୍ରର ଶିକ୍ଷାର୍ଥୀ ମାନେ ଏହି ସାମରିକ କଳାର କୌଶଳ ପ୍ରଦର୍ଶନ କରିଥିଲେ । ଏହି କେନ୍ଦ୍ର ଗୁଡିକ ଥିଲେ : କଦମବେଡା, ଦୋଳସାହି, ବାଇପାସ୍, ବନ୍ତ ଛକ, ତିହିଡି ଓ ହେପ୍ପୀହୋମ୍ । ସବୁଠାରୁ ଆକର୍ଷଣୀୟ ଥିଲା ମିସ୍ ଜାଗୃତି ପ୍ରିୟଦର୍ଶିନୀ ଦାସ ଙ୍କ ଏକକ ପ୍ରଦର୍ଶନ । ଏହି କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବେଶ୍ ଆମୋଦିତ କରିଥିଲା । ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକର ସାଧାରଣ ସମ୍ପାଦକ ସଂଗ୍ରାମ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କଲର୍ ବେଲ୍ଟ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ବ୍ଲାକ୍ ବେଲ୍ଟ ମର୍ଯ୍ୟାଦା ପ୍ରାପ୍ତ ରେଫେରୀ ଓ କୋଚ୍ ଗଣ ଯଥା : ତାରିଣୀ ସାହୁ, ଧନେଶ୍ୱର ଜେନା, ସୁରେଶ କୁମାର ନାୟକ, ହରିହର ବାରିକ, ବାଣୀ ପ୍ରସନ୍ନ ପାଣିଗ୍ରାହୀ, ବିବେକ କୁମାର ବେହେରା, ସେକ୍ ସର୍ମୀ, ଦେବାଶିଷ ପହୀ ଓ ଆଶୁତୋଷ ନାୟକ । ସେହିପରି ଉତ୍ସବ ଅନୁଷ୍ଠାନରେ ସହଯୋଗ କରିଥିଲେ କବିତା ବେହେରା, ସବିତା ବେହେରା, ରୀତାରାଣୀ ନାୟକ, ଖଗେଶ୍ୱର ଓଝା, ମଧୁସୂଦନ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ଦାସ ଓ ରବିନାରାୟଣ ଓଝା । ଏହି ବାର୍ଷିକ ସଂସ୍କରଣର ସଫଳତା ନିମନ୍ତେ ଆସୋସିଏସନ୍ ତରଫରୁ ହେପ୍ପୀହୋମ୍, ଜ୍ୟୋତି କନଭେଟ୍, କାର୍ମେଲ୍ ସ୍କୁଲ୍, ସବୁଜ କ୍ଲବ୍, ୟୁନାଇଟେଡ୍ କ୍ଲବ୍ ତଥା ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ/ବନ୍ଦନା


 rajesh pande