ଡ. ସୁଦର୍ଶନ ପୂଜାରୀଙ୍କ କବିତା ସଂକଳନ ଜୀବନ ଚିତ୍ର ଉନ୍ମୋଚିତ
ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍ ଡ. ସୁଦର୍ଶନ ପୂଜାରୀଙ୍କ ରଚିତ କବିତା ସଂକଳନ ‘ଜୀ
ଡ. ସୁଦର୍ଶନ ପୂଜାରୀଙ୍କ କବିତା ସଂକଳନ ଜୀବନ ଚିତ୍ର ଉନ୍ମୋଚିତ


ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍ ଡ. ସୁଦର୍ଶନ ପୂଜାରୀଙ୍କ ରଚିତ କବିତା ସଂକଳନ ‘ଜୀବନ ଚିତ୍ର’ ଉନ୍ମୋଚିତ ହୋଇଛି । ଏହି ସଂକଳନର ଉନ୍ମୋଚନ ଉତ୍ସବରେ ଶିକ୍ଷାବିତ୍ ବିପିନ୍ ବିହାରୀ ନନ୍ଦ, ଶିକ୍ଷାବିତ୍ ଡ. ପଞ୍ଚାନନ ପୂଜାରୀ, ବରଗଡ଼ ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ହୋତା, ସାହିତ୍ୟିକ ଡ. ସଂଘମିତ୍ରା ମିତ୍ର, ଅଧ୍ୟାପିକା ଡ. ମୌସୁମୀ ଲିଜା ନାୟକ, କବି ଡ. ପୂଜାରୀ, ଶ୍ରୀମତୀ ଶାନ୍ତାମୟୀ ପୂଜାରୀ, ଅତାବିରା କଲେଜର ସହଯୋଗୀ ପ୍ରଫେସର ଡ. ବିଶ୍ୱରଞ୍ଜନ ପୂଜାରୀ, ଏଡ଼ଭୋକେଟ ରବି ରଞ୍ଜନପୂଜାରୀ ଓ ବିଶ୍ୱରଞ୍ଜନ ପୂଜାରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି କବିତା ସଂକଳନରେ ଡ. ପୂଜାରୀଙ୍କ ଛାତ୍ର ଜୀବନରୁ ଦୀର୍ଘ ଦିନର ଜୀବନର ଅଭିଜ୍ଞତା, ଅନୁଭବ, ଅନ୍ଵେଷଣକୁ ନେଇ ୧୦୦ଟି କବିତା ସନ୍ନିବେଶିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande