ପ୍ରଣବଙ୍କ ପ୍ରାର୍ଥୀତ୍ଵକୁ ସମ୍ବଲପୁର ବିଜେଡିର ସ୍ଵାଗତ
ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦା
ପ୍ରଣବଙ୍କ ପ୍ରାର୍ଥୀତ୍ଵକୁ ସମ୍ବଲପୁର ବିଜେଡିର ସ୍ଵାଗତ


ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା ପରେ ଜିଲ୍ଲା ବିଜେଡି ମହଲରେ ଖୁସିର ଲହର ଖେଳିଯାଇଛି । ପ୍ରଣବଙ୍କ ନାଁ ଘୋଷଣା ହେବା ପରେ ଜିଲ୍ଲା ସଭାପତି ତଥା ବିଧାୟକ ରୋହିତ ପୂଜାରୀଙ୍କ ନେତୃତ୍ଵରେ ଶହ ଶହ ସମର୍ଥକ ଗୋଲ ବଜାର ଛକ ଠାରେ ସମବେତ ହୋଇଥିଲେ । ସେଠାର ଦୁର୍ଗା ମନ୍ଦିର ଠାରେ ନିର୍ବାଚନ ରେ ସଫଳତା କାମନା କରି ପୂଜା କରାଯାଇଥିଲା । ସେହିପରି ସମ୍ବଲପୁରର ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହାଙ୍କ ନେତୃତ୍ଵରେ ଶହ ଶହ ବିଜେଡି କର୍ମୀ ଲକ୍ଷ୍ମୀ ଟକିଜ ଛକରେ ଉପସ୍ଥିତ ହୋଇ ବାଣ ଫୁଟାଇଥିଲେ । ନବୀନଙ୍କ ହାତମୁଠାକୁ ଟାଣ କରିବା ସହ ସମ୍ବଲପୁରର ଦ୍ରୁତ ବିକାଶ ପାଇଁ ପ୍ରଣବ ହିଁ ଉପଯୁକ୍ତ ସାଂସଦ ପ୍ରାର୍ଥୀ । ପ୍ରଣବଙ୍କ ପ୍ରାର୍ଥୀତ୍ଵକୁ ଏକ ବଳିଷ୍ଠ ଓ ଯୋଗ୍ୟ ନିଷ୍ପତି ବୋଲି କହିଛନ୍ତି ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ । ଏହି ଦୂରଦୃଷ୍ଟି ସମ୍ପର୍ଣ୍ଣ ନିଷ୍ପତି ପାଇଁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟନଙ୍କୁ ଶ୍ରୀ ବାବୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଦୁର୍ବଳ ସାଂସଦଙ୍କ ଯୋଗୁଁ ସମ୍ବଲପୁର ଗତ ପାଂଚ ବର୍ଷ ହେବ ଘୋର ଅବହେଳିତ ବୋଲି ସେ କହିଥିଲେ ।

ଶହ ଶହ ବିଜେଡି କର୍ମୀ ଲକ୍ଷ୍ମୀ ଟକିଜ ଛକରେ ଉପସ୍ଥିତ ରହି ବାଣ ଫୁଟାଇବା ସହ ମିଷ୍ଟାନ୍ନ ବଂଟନ କରିଥିଲେ । ସିଧାର୍ଥ ସାହାଙ୍କ ନେତୃତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡି କର୍ମୀ ସମରଜିତ ପଟ୍ଟନାୟକ, ସନି ଯାଦବ, ଆଦି ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande