ଠକେଇ ମାମଲାରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ସାତଜଣଙ୍କୁ ତିନିରୁ ସାତ ବର୍ଷର ଦଂଡାଦେଶ ଶୁଣାଇଲା ସିବିଆଇ କୋର୍ଟ
ନୂଆଦିଲ୍ଲୀ, ୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରୀୟ ଯାଂଚ ବ୍ୟୁରୋ(ସିବିଆଇ)ର ଲକ୍ଷେ୍ଣø ସ୍ଥିତ ଅଦାଲତ ଗୁରୁବାର ଦିନ ଠକେଇର
ଠକେଇ ମାମଲାରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ସାତଜଣଙ୍କୁ ତିନିରୁ ସାତ ବର୍ଷର ଦଂଡାଦେଶ ଶୁଣାଇଲା ସିବିଆଇ କୋର୍ଟ


ନୂଆଦିଲ୍ଲୀ, ୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରୀୟ ଯାଂଚ ବ୍ୟୁରୋ(ସିବିଆଇ)ର ଲକ୍ଷେ୍ଣø ସ୍ଥିତ ଅଦାଲତ ଗୁରୁବାର ଦିନ ଠକେଇର ଦୁଇ ଅଲଗା ଅଲଗା ମାମଲାରେ ୭ଜଣଙ୍କୁ ୩ରୁ ୭ବର୍ଷର ସଜ୍ଜା ଶୁଣାଇଛି । ଏଥିରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଅନ୍ୟ ଲୋକ ମଧ୍ୟ ଅଛନ୍ତି ।

ଲକ୍ଷେ୍ଣøସ୍ଥିତ ବିଶେଷ ନ୍ୟାୟାଧୀଶଙ୍କ ଏକ ଅଦାଲତ ଏହ୍ଲାବାଦ ବ୍ୟାଙ୍କର ତତ୍କାଳୀନ ଅଧିକାରୀ ରାଧା ରମନ ବାଜପେୟୀଙ୍କୁ ୭ବର୍ଷର ସଶ୍ରମ କାରାବାସ ଏବଂ ୨ଲକ୍ଷ ଟଙ୍କାର ଜରିମାନାର ସଜ୍ଜା ଶୁଣାଇଛି । ରିକେଶ କୁମାର(ନିଜି ବ୍ୟକ୍ତି) ଶୁକ୍ଳାଙ୍କ ଉପରେ ୧.୫ଲକ୍ଷ ଟଙ୍କା ଜରିମାନା ସହିତ ୫ବର୍ଷର କାରାବାସର ସଜା ଶୁଣାଇଛି ।

ଏହି ମାମଲାରେ ଆହ୍ଲାବାଦ ବ୍ୟାଙ୍କର ତତ୍କାଳୀନ ବିଶେଷ ସହାୟକ ଗୋପୀନାଥ ଟଣ୍ଡନ, ସଞ୍ଜୟ ସୋମାନୀ ଏବଂ ଦିପକ ସୋମାନୀଙ୍କୁ ୧-୧ ଲକ୍ଷ ଟଙ୍କାର ଜରିମାନା ସହିତ ୩ବର୍ଷର ସଜ୍ଜା ଶୁଣାଇଛି । ସିବିଆଇ ୨୯ ଅପ୍ରେଲ ୧୯୯୪କୁ ସଞ୍ଜୟ ସୋମାନୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ସମନ୍ୱୟ


 rajesh pande