ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳ ବ୍ୟାରେଲ ପିଛା 87 ଡଲାର
ନୂଆଦିଲ୍ଲୀ, 29 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ
ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳ ବ୍ୟାରେଲ ପିଛା 87 ଡଲାର


ନୂଆଦିଲ୍ଲୀ, 29 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 87 ଡଲାରରେ ପହଞ୍ଚିଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ 84 ଡଲାରରେ ପହଞ୍ଚିଛି । ଅନ୍ୟପଟେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 94.72 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 87.62 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 104.21 ଟଙ୍କା ଓ ଡିଜେଲ ମୂଲ୍ୟ 92.15 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 103.94 ଟଙ୍କା ଓ ଡିଜେଲ ମୂଲ୍ୟ 90.76 ଟଙ୍କା ଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 100.75 ଟଙ୍କା ଓ ଡିଜେଲ ମୂଲ୍ୟ 92.34ଟଙ୍କା ରହିଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande