24ଘଣ୍ଟାରେ ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ, ତୀବ୍ରତା 4.6
କାବୁଲ, 29 ମାର୍ଚ୍ଚ (ହି.ସ.) - ଆଫଗାନିସ୍ତାନରେ 24ଘଂଟାରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସ୍ଥାନୀୟ ସମୟ ଅ
24ଘଣ୍ଟାରେ ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ, ତୀବ୍ରତା 4.6


କାବୁଲ, 29 ମାର୍ଚ୍ଚ (ହି.ସ.) - ଆଫଗାନିସ୍ତାନରେ 24ଘଂଟାରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସ୍ଥାନୀୟ ସମୟ ଅନୁସାରେ ସକାଳ 5.11 ବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.6 ରେକର୍ଡ ହୋଇଛି । ନୂଆଦିଲ୍ଲୀର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାପୂର୍ବରୁ କାଲି ସକାଳ ସ୍ଥାନୀୟ ସମୟାନୁସାରେ 5.44 ବେଳେ ରିକ୍ଟର ସ୍କେଲରେ 4.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande