ବିଦ୍ୟୁତ୍ ପରିବାର ସୁରକ୍ଷା ସଚେତନତା ଶିବିର, ତାଲିମ ନେଲେ ୬୦ ପରିବାର
ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଭଦ୍ରକ ସାଉଥ ଇଲେକଟ୍ରିକାଲ ଡିଭିଜନ (ଟି.ପି.ଏନ.ଓ.ଡି.ଏଲ)ଅର୍ନ୍ତଗତ ବନ୍ତ ବ୍ଲକ ଆଗରପଡା
ବିଦୁ୍ୟତ୍ ପରିବାର ସୁରକ୍ଷା ସଚେତନତା ଶିବିର, ତାଲିମ ନେଲେ ୬୦ ପରିବାର


ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଭଦ୍ରକ ସାଉଥ ଇଲେକଟ୍ରିକାଲ ଡିଭିଜନ (ଟି.ପି.ଏନ.ଓ.ଡି.ଏଲ)ଅର୍ନ୍ତଗତ ବନ୍ତ ବ୍ଲକ ଆଗରପଡା ବିଦ୍ୟୁତ୍ ବିଭାଗ ପକ୍ଷରୁ ପରିବାର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାନ୍ଦିଆ ତେନ୍ତୁଲିଗଢିଆ ସ୍ଥିତ ପଲ୍ଲି ଟେକ୍ନିକରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ବିଦ୍ୟୁତ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପାଢୀ ସଭାକୁ ପୌରହିତ୍ୟ କରିଥିଲେ । ଏଥିରେ ଉଦଘାଟକ ଭାବେ ପଲ୍ଲି ଟେକ୍ନିକର ଅଧ୍ୟକ୍ଷ ଶରତ ଚନ୍ଦ୍ର ରାଉତ ଯୋଗଦେଇ କହିଲେ, ବିଦ୍ୟୁତ୍ ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକିୟ ତଥା ମୁଲ୍ୟବାନ ଅଟେ, ବିଦ୍ୟୁତ୍ ବିନା ଏବେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇଥିବା ବେଳେ ବିଭାଗରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ, ପରିବାର ଲୋକଙ୍କ ସମେତ ସାଧାରଣ ଜନତା ସଚେତନ ହେଲେ ଆମେ ଯେ କୌଣସି ଦୁର୍ଘଟଣାକୁ ଏଡାଇ ଦେଇ ପାରିବା । ଉପଖଣ୍ଡ ଅଧିକାରୀ ଦିପ୍ତିରଞ୍ଜନ ବିଶ୍ୱାଳ, ସୁରକ୍ଷା ସହକାରୀ ପରିଚାଳକ(ନିୟମ) ରମେଶ ଦାସ, ସୁରକ୍ଷା ଅଧିକାରୀ ପ୍ରିୟରଞ୍ଜନ ବେହେରା, ବାଣିଜ୍ୟ ଅଧିକାରୀ ଅବିନାଶ ବଳିଆର ସିଂହ, ସେକ୍ସନ୍ ସହ ପରିଚାଳକ ମନୋରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁରକ୍ଷା ସମ୍ବଦ୍ଧିୟ ଉପାଦେୟ ତଥ୍ୟ ରଖିଥିଲେ । ଶିବିରରେ ୬୦ରୁ ଉର୍ଦ୍ଧ ବିଦ୍ୟୁତ୍ କର୍ମଚାରୀଙ୍କ ପରିବାର ଉପସ୍ଥିତ ରହି ସୁରକ୍ଷା ସମ୍ବଦ୍ଧିୟ ତାଲିମ ଗ୍ରହଣ କରିଥିବା ବେଳେ ନିଜେ ସୁରକ୍ଷା ରହିବା ସହ ପରିବାରକୁ ସୁରକ୍ଷା ନେଇ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ଆଭାସି(ଏଲ.ଇ.ଡି)ମାଧ୍ୟମରେ ସଚେତନ ଧର୍ମୀ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହେବା ସହ ଶେଷରେ ଆଗରପଡା ବିଭାଗ ପକ୍ଷରୁ ଉତ୍ତମ ସେବା ଓ ସୁରକ୍ଷା ନେଇ କାର୍ଯ୍ୟ କରୁଥିବା ୯ଜଣ କର୍ମଚାରୀ ପ୍ରଶନ୍ନ ମହାନ୍ତି, କୁଳମଣି ସାହୁ, ସନ୍ତୋଷ ଦାଶ, ବିଶ୍ୱନାଥ ମୁଦୁଲି ପ୍ରମୁଖଙ୍କୁ ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ମାନସ ରଞ୍ଜନ ବେହେରା, ସତ୍ୟରଞ୍ଜନ ଜେନା, ପଞ୍ଚାନନ ପଲାଇ, ସତ୍ୟବ୍ରତ ପଣ୍ଡା, ଦଶରଥ ବେହେରା, ଦିପକ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande