ତାପମାତ୍ରା ୪୨ ଡିଗ୍ରୀ ଛୁଇଁଲା, ଜନଜୀବନ ଅସ୍ତବ୍ୟସ୍ତ
ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଆଜି ଅପରାହ୍ନ ୨ଟା ୩୦ ମିନିଟ୍ ସୁଦ୍ଧା ଭଦ୍ରକ ଜିଲା ଅଧୀନ ଚାନ୍ଦବାଲିରେ ତାପମାତ୍ରା ୪୨
ତାପମାତ୍ରା ୪୨ ଡିଗ୍ରୀ ଛୁଇଁଲା, ଜନଜୀବନ ଅସ୍ତବ୍ୟସ୍ତ


ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଆଜି ଅପରାହ୍ନ ୨ଟା ୩୦ ମିନିଟ୍ ସୁଦ୍ଧା ଭଦ୍ରକ ଜିଲା ଅଧୀନ ଚାନ୍ଦବାଲିରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଅନୁଭୂତ ହୋଇଛି । ଯଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ପ୍ରତି ଛକ ବଜାର ମାନଙ୍କରେ ଜଳଛତ୍ର ଖୋଲାଯିବା ସହ ଅସ୍ଥାୟୀ ବିଶ୍ରାମଗାର ଓ ଅନ୍ୟାନ୍ୟ ଅଂଶୁଘାତ ନିରାକରଣ ଜନିତ ହାତକୁ ନେବା ପାଇଁ ଜିଲାପାଳ ଏକ ପ୍ରସ୍ତୁତି ବୈଠକ ଜରିଆରେ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର କାର୍ଯ୍ୟକାରିତା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande