ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ୨୪/୭ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ
ବଲାଙ୍ଗିର,୧୯ ଏପ୍ରିଲ ( ହି ସ) ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଓ ଭାରତୀୟ ନିର୍ବାଚ
ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ୨୪/୭ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ


ବଲାଙ୍ଗିର,୧୯ ଏପ୍ରିଲ ( ହି ସ) ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଓ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାପିତ କରାଯାଇଛି ଏକ ୨୪/୭ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ I ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖିବା ପାଇଁ ଏହି ସମନ୍ୱିତ କକ୍ଷକୁ କାର୍ଯ୍ୟକାରୀ କରାଯାଉଅଛି I ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଗୌରୱ ଶିୱାଜି ଈଶାଲୱାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କଣ୍ଟ୍ରୋଲ ରୁମଟି କାର୍ଯ୍ୟକାରୀ ହେଉଅଛି I

ତାଲିମପ୍ରାପ୍ତ ଅଧିକାରୀଙ୍କର ଏକ ଦଳ ଦ୍ୱାରା ପରିଚାଳିତ ଏହି ନିୟନ୍ତ୍ରଣ କକ୍ଷ ନିର୍ବାଚନ ସମ୍ବନ୍ଧୀୟ ମାମଲାର ତ୍ୱରିତ ଏବଂ ଦକ୍ଷ ସମାଧାନ ସୁନିଶ୍ଚିତ କରିବା ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ ତଦାରଖ ପାଇଁ ନିୟୋଜିତ କରାଯାଇଛି । ଏଥି ସହିତ ନିର୍ବାଚନ ସମ୍ବନ୍ଧୀୟ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ଟୋଲ୍ ଫ୍ରି ହେଲ୍ପ ଲାଇନ୍ (୧୯୫୦) ମଧ୍ୟ କାର୍ଯ୍ୟକ୍ଷମ କରାଯାଉଅଛି I ଜନସାଧାରଣ ଏହି ନମ୍ବରକୁ ଯେକୌଣସି ସମୟରେ ଫୋନ୍ କରି ନିଜର ଅଭିଯୋଗ, ସ୍ପଷ୍ଟୀକରଣ କିମ୍ବା ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟା ଏବଂ ଆବଶ୍ୟକତା ସମ୍ପର୍କରେ ମାର୍ଗଦର୍ଶନ ପାଇପାରିବେ I ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜନସାଧାରଣଙ୍କୁ ଏହି ଟୋଲ୍ ଫ୍ରି ନମ୍ବରକୁ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସାହିତ କରାଯାଉଅଛି I ଏହି କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ହେଲ୍ପ ଲାଇନ୍ ନିର୍ବାଚନ ଅବଧି ସାରା କାର୍ଯ୍ୟକ୍ଷମ ରହିବ I

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ


 rajesh pande