ପ୍ରଶାସନ ର ସମୀକ୍ଷା ବୈଠକ ବୈଠକ :ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ
ବଲାଙ୍ଗିର , ୧୯ ଏପ୍ରିଲ ( ହି ସ): ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀ
ପ୍ରଶାସନ ର ସମୀକ୍ଷା ବୈଠକ ବୈଠକ :
ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ


ପ୍ରଶାସନ ର ସମୀକ୍ଷା ବୈଠକ ବୈଠକ :
ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ


ପ୍ରଶାସନ ର ସମୀକ୍ଷା ବୈଠକ ବୈଠକ :
ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ


ବଲାଙ୍ଗିର , ୧୯ ଏପ୍ରିଲ ( ହି ସ): ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଗୌରୱ ଶିୱାଜି ଇସାଲୱାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ବିଜୟାନନ୍ଦ ସେଠୀ, ନିର୍ଵାଚନ ଖର୍ଚ୍ଚ ତଦାରଖ କମିଟି ନୋଡାଲ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ସ୍କୁଆର୍ଡର ଅଧିକାରୀ ଉପସ୍ଥିତ ଥିଲେ। ଫ୍ଲାଇଙ୍ଗ ସ୍କୁଆର୍ଡ , ସହକାରୀ ନିର୍ଵାଚନ ଖର୍ଚ୍ଚ ତଦାରଖ ଅଧିକାରୀ , ଷ୍ଟାଟିକ ସରଭେଲିଆନ୍ସ ଟିମ , ଭିଡିଓ ସରଭେଲିଆନ୍ସ ଟିମ, ଭିଡିଓ ଭିଉଇଂ ଟିମ, ଖର୍ଚ୍ଚ ହିସାବ ଟିମ ଆଦି ସାମିଲ ଥିଲେ । ନିର୍ବାଚନ ନିମନ୍ତେ ବଲାଙ୍ଗୀର ଜିଲ୍ଲା ରେ ଆସନ୍ତା ୨୬ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ଏହା ପୂର୍ବରୁ ପ୍ରଶାସନ ଏହି ସମୀକ୍ଷା ବୈଠକ କରିଛି । ନିର୍ବାଚନ ସମୟରେ ପ୍ରଚାର ପ୍ରସାର, ଯାନବାହାନ, ପ୍ରାର୍ଥୀ ମାନଙ୍କ ଖର୍ଚ ସୀମା ଓ ପ୍ରିଣ୍ଟିଂ ବ୍ୟାନର, ଅର୍ଥ ବିନିଯୋଗ, ଖାଦ୍ୟପେୟ ରେ ଖର୍ଚ୍ଚ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ନିର୍ବାଚନ କୁ ସ୍ୱଚ୍ଛ ଭାବେ ସମ୍ପାଦନା କରାଇବା ପାଇଁ ଆଲୋଚନା ହୋଇଥିଲା । ଏହା ସହ ସି ଭିଜିଲ ମାଧ୍ୟମରେ ୧୦୦ ମିନିଟ ରେ ଆଦର୍ଶ ଆଚରଣ ବିଧିର ଉଲଂଘନ ହେଉଥିବା ଅଭିଯୋଗ ର ସମାଧାନ ବାବଦରେ ଆଲୋଚନା ହୋଇଥିଲା । ଏହି ଦଳ ସହ ଭିଡିଓ ଉତ୍ତଳନକାରୀ ମଧ୍ୟ ଯିବେ । ଫଳରେ ଉପଯୁକ୍ତ ପ୍ରମାଣ ସହ କୌଣସି ଅପ୍ରୀତିକର ପରିସ୍ଥିତ କୁ ଏଡ଼ା ଯାଇପାରିବ । ଏହି ଦଳ ଗୁଡିକ ନିର୍ବାଚନ ଶେଷ ଯାଏଁ ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଚବିଶ ଘଣ୍ଟିଆ କାର୍ଯ୍ୟକାରି କରିବାକୁ ଥିବାବେଳେ ନିର୍ବାଚନ ଘୋଷଣା ଠାରୁ ଜିଲ୍ଲା ନିମନ୍ତେ ଗଠିତ ଫ୍ଲାଇଙ୍ଗ ସ୍କୁୱାର୍ଡ ଚବିଶ ଘଣ୍ଟିଆ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ


 rajesh pande