ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର, 20 ଏପ୍ରିଲ - ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକ
ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର


ଭୁବନେଶ୍ୱର, 20 ଏପ୍ରିଲ - ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି । ତେବେ ଏବେ ବି ଜଣେ ନିଖୋଜ ଥିବା କୁହା ଯାଉଛି । ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଏହାକୁ ମିଶାଇ ଏବେ ଯାଏଁ ଡଙ୍ଗା ବୁଡ଼ିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୫ଟାରୁ ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ୫ ଜଣ ସ୍କୁବା ଡାଇଭର ନିୟୋଜିତ ହୋଇଛନ୍ତି । ଡଙ୍ଗା ବୁଡ଼ି ଘଟଣାରେ ମୃତକ ମାନେ ସମସ୍ତେ ଛତିଶଗଡ଼ର ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande