କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ନିର୍ବାଚନ ରୁ ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ
କଳାହାଣ୍ଡି ଜିଲ୍ଲା ରେ ଏମ ପି ଓ ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ -------- ଭବାନୀପାଟଣା 23ଏପ୍ରିଲ (ହିଁ. ସ
କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ନିର୍ବାଚନ ରୁ ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ


କଳାହାଣ୍ଡି ଜିଲ୍ଲା ରେ ଏମ ପି ଓ ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ

--------

ଭବାନୀପାଟଣା 23ଏପ୍ରିଲ (ହିଁ. ସ )ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ଏମ ପି ଓ ବିଧାୟକ ପ୍ରାର୍ଥୀ ମାନଙ୍କ ନାମାଙ୍କନ ହୋଇଛି, ଏହି ପ୍ରାର୍ଥୀ ଙ୍କ ମଧ୍ୟରେ ଗଙ୍ଗାଧର ଜାଲ, ବହୁଜନ ମୁକ୍ତି ପାର୍ଟି ଓ ବିରଞ୍ଚି ନାରାୟଣ ଦୁର୍ଗା ବି ଏସ ପି ଦଳ ରୁ ନାମାଙ୍କନ ଦାଖଲ କରିଥିବା ବେଳେ ଧର୍ମଗଡ଼ ବିଧାୟକ ପାଇଁ ହେମାଙ୍ଗିନୀ ହଂସ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଏବଂ ତୀର୍ଥରାଜ ଦୁର୍ଗା ବି ଏସ ପି ରୁ ଦାଖଲ କରିଛନ୍ତି, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରୁ ପୂର୍ବତନ ମନ୍ତ୍ରୀ, ଭେଟେରାନ ନେତା ଦିବ୍ୟସଙ୍କର ମିଶ୍ର,ବି ଜେ ଡି ଦଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଦୁଲେଶ୍ୱର ନାଏକ ଏଇ ଏନ ସି ଓ ପରମେଶ୍ୱର କାଣ୍ଡ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଲାଞ୍ଜିଗଡ ରୁ ରମେଶ ଚନ୍ଦ୍ର ମାଝୀ ବି ଜେ ପି ଦଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ସେହିଭଳି ନର୍ଲା ନିର୍ବାଚନ ମଣ୍ଡଳୀ ରୁ ମନୋରମା ମହାନ୍ତି, ବି ଜେ ଡି ଦଳ ରୁ ନାମାଙ୍କନ ଭରିଛନ୍ତି, ଦୁର୍ଯ୍ୟୋଧନ କୁମାର ବି ଏସ ପି ଦଳ ରୁ ନାମାଙ୍କନ ଦାଖଲ କରିଛନ୍ତି, ଶିବ ରାମ ନାୟକ ଏ ଏଫବି ରୁ ଏବଂ ଗଭୀର ସୁନା ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ରୁ ନାମାଙ୍କନ ଦାଖଲ କରିଛନ୍ତି, ବର୍ତ୍ତମାନ କଳାହାଣ୍ଡି ଜିଲାରେ ରାଜନୀତି ଚର୍ଚ୍ଚା ଜୋର ଧରିବାରେ ଲାଗିଛି. ହିନ୍ଦୁସ୍ଥାନ ସମାଚାର /ଜୟକୃଷ୍ଣ/ସମନ୍ୱୟ


 rajesh pande