ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଆଲୋଚନା ସଭାରେ ଅବାଧ, ହିଂସା ମୁକ୍ତ ତଥା ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ଵାରୋପ
ବ୍ରହ୍ମପୁର, ୨୩ ଅପ୍ରେଲ (ହି.ସ.)- ଭାରତୀୟ ଗଣତନ୍ତ୍ରର ମହାନ ମହୋତ୍ସବ ଜାତୀୟ ନିର୍ବାଚନ ୨୦୨୪ ଅବାଧ, ହିଂସା ମୁକ୍ତ
ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ


ବ୍ରହ୍ମପୁର, ୨୩ ଅପ୍ରେଲ (ହି.ସ.)- ଭାରତୀୟ ଗଣତନ୍ତ୍ରର ମହାନ ମହୋତ୍ସବ ଜାତୀୟ ନିର୍ବାଚନ ୨୦୨୪ ଅବାଧ, ହିଂସା ମୁକ୍ତ ତଥା ନିରପେକ୍ଷ ହେବା ଉପରେ ଗୁରୁତ୍ଵାରୋପ କରାଯାଇ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭାରେ ମତପ୍ରକାଶ ପାଇଥିଲା। ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ପ୍ରାୟତଃ ଶାନ୍ତି ପୂର୍ଣ୍ଣ ରହିଥିବା ବିଷୟ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ସହ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ସନ୍ତୋଷ ଜନକ ମତ ପ୍ରକାଶ ପାଇଛି। ତେଣୁ ନିର୍ବାଚନ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଆମ ରାଜ୍ୟ ତଥା ଦେଶରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ତେଣୁ ନିର୍ବାଚନ ସମୟରେ ସରକାର ଏହାର ନିରାକରଣ ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆଲୋଚନା କରାଯାଇଥିଲା। ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ସଭାରେ ସଭାପତି ଶ୍ରୀ ରାଧା ଚରଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, କନଭେନର୍ ଗୌରୀଶଙ୍କର ପଟ୍ଟନାୟକ ଏବଂ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।

ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଆକାଶବାଣୀର ବରିଷ୍ଠ ଗୀତିକାର, କବୟିତ୍ରୀ ତଥା ଶିକ୍ଷାବିତ ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀଙ୍କ ବିୟୋଗରେ ଆତ୍ମାର ସଦଗତି କାମନା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଏବଂ ସ୍ବର୍ଗତା ତ୍ରିପାଠୀଙ୍କ ରଚିତ ଭଜନକୁ ଅନୁଷ୍ଠାନର ସଦସ୍ୟ ତଥା ଅବସରପ୍ରାପ୍ତ ପୁଲିସ ଅଧିକ୍ଷକ ତପନ କୁମାର ପାଢୀ ଗାନ କରିଥିଲେ।

ଏହି ଅବସରରେ ଆଲୋଚନା ସହ ଚଳିତ ମାସରେ ଜନ୍ମଗ୍ରହଣ କରିଥିବା ଅନୁଷ୍ଠାନ ସଦସ୍ୟ ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ଗୌରୀଶଙ୍କର ପଟ୍ଟନାୟକ, ସୁବାସ ଚନ୍ଦ୍ର ସୁବୁଦ୍ଧି ଏବଂ ରବୀନ୍ଦ୍ର କୁମାର ନାୟକ ଙ୍କୁ ଜନ୍ମଦିନ ଶୁଭେଚ୍ଛା ଅର୍ପଣ କରାଯାଇ ମହାମୃଞ୍ଜୟ ମନ୍ତ୍ର ପାଠ ଯାଇଥିଲା ଏବଂ ସଭାକୁ ଆସୁଥିବା ବେଳେ ଅନୁଷ୍ଠାନର ସଦସ୍ୟ ରାମକୃଷ୍ଣ ଆଚାରୀ ରାସ୍ତାରେ ଆଘାତ ପ୍ରାପ୍ତ ହୋଇ ଚିକିତ୍ସିତ ହେଉଛନ୍ତି ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା।ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠାନ ର ସ୍ଵନକ୍ଷତ୍ର ଉତ୍ସବ ପାଳନ କରାଯିବା ସ୍ଥିର କରାଯାଇ ମୁଖପତ୍ର ନିମନ୍ତେ ଲେଖା ଆହ୍ବାନ କରାଯାଇଥିଲା ଏବଂ ଅନୁଷ୍ଠାନ ର ନୂତନ ସଦସ୍ୟତା ଗ୍ରହଣ କରିଥିବା ମୃତ୍ତିକା ସଂରକ୍ଷଣ ବିଭାଗର ଅବସରପ୍ରାପ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ଙ୍କୁ ସ୍ଵାଗତ କରାଯାଇଥିଲା।ଏହି ଆଲୋଚନା ସଭାରେ ସର୍ବଶ୍ରୀ ଗୋପାଳ କୃଷ୍ଣ ପାଢୀ, ବିଜୟ କୁମାର ସାହୁ, କେ. କିରଣ କୁମାର ଦୋରା, ହାଡିବନ୍ଧୁ ମାଳି, ବନଓ୍ବାରୀ ପାତ୍ର,ଏସ୍. ଅଶୋକ କୁମାର ପାତ୍ର, ବିଶ୍ବମ୍ବର ପାଣିଗ୍ରାହୀ, ସଦାଶିବ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ନାୟକ, ରବୀନ୍ଦ୍ର କୁମାର ସାହୁ,

ତପନ କୁମାର ପାଢୀ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଶେଷରେ ଗୌରୀଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande