ପଂଚାୟତିରାଜ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜଣାଇଲେ ଶୁଭକାମନା
ଭୁବନେଶ୍ୱର, 24 ଏପ୍ରିଲ – ରାଷ୍ଟ୍ରୀୟ ପଂଚାୟତିରାଜ ଦିବସରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମ
ପଂଚାୟତିରାଜ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜଣାଇଲେ ଶୁଭକାମନା


ଭୁବନେଶ୍ୱର, 24 ଏପ୍ରିଲ – ରାଷ୍ଟ୍ରୀୟ ପଂଚାୟତିରାଜ ଦିବସରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ପଂଚାୟତିରାଜ ଦିବସରେ ଅନେକ ଅନେକ ଶୁଭକାମନା । ରାଷ୍ଟ୍ରର ଉନ୍ନତିରେ ଆମ ଗାଁ ଗୁଡିକର ଓ ଗାଁ ଗୁଡିତର ଉନ୍ନତିରେ ଆମର ପଂଚାୟତ ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ନିଜର ନୀତି ଓ କାର୍ଯ୍ୟରେ ପଂଚାୟତ ସ୍ତର ଯାଏ ବିକାଶ, ସ୍ୱାସ୍ଥ୍ୟ ଓ ମୌଳିକ ଭିତିଭୂମିକୁ ପହଂଚାଇ ପଂଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାର କାମ କରିଛି । ଆଜି ପଂଚାୟତିରାଜ ଦିବସରେ ପଂଚାୟତ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସଂଲଗ୍ନ ସମସ୍ତ କର୍ମଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଉଛି ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande