ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ ୨୪/୪ ପ୍ରତ୍ୟେକ ଜୀବନ ମୂଲ୍ୟବାନ।ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସ
sadaksurakshya


ପୁରୀ ୨୪/୪ ପ୍ରତ୍ୟେକ ଜୀବନ ମୂଲ୍ୟବାନ।ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଭୋଇ ସଡକ ସୁରକ୍ଷା ପାଇଁ ଥିବା ନିୟମ ଓ ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବ ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।

ଜିଲ୍ଲାରେ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୧୬୮ ଟି ରାସ୍ତା ଦୁର୍ଘଟଣା ହୋଇ ଥିବା ବେଳେ ୪୬ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୩ ମାର୍ଚ୍ଚ ସୁଦ୍ଧା ୪୧ ଟି ଦୁର୍ଘଟଣା ଘଟିଥିବା ବେଳେ ୩୯ ଜଣଙ୍କ ର ମୃତ୍ୟୁ ଘଟିଥିଲା।୨୦୨୩ ଜାନୁଆରୀ ରୁ ଡିସେମ୍ବର ସୁଦ୍ଧା ୩୩୦ ଦୁର୍ଘଟଣା ଘଟି ୧୬୧ ଙ୍କ ର ମୃତ୍ୟୁ ଘଟିଥିଲା। ସେହିପରି ୫୨୯୮ ବିନା ହେଲମେଟ ଯାଞ୍ଚ କରାଯାଇ ୩୭୬ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୫୯୯୪ କେଶ ମଧ୍ୟରୁ ୧୨୧୨ ଲାଇସେନ୍ସ ସସପେଣ୍ଡ କରାଯାଇଛି।ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୪୫୪ ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୪୪୯ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୪୫୧ ଜଣଙ୍କୁ ଚିହ୍ନଟ କରାଯାଇଥିଲା।ମୋଟ ୧୩୫୫୫ କେଶ ମଧ୍ୟରୁ ୧୮୧୭ ଜଣଙ୍କ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା

ଯାଇଥିଲା ।୨୦୨୪ ଜାନୁଆରୀ ରୁ ମାର୍ଚ୍ଚ ମାସ ସୁଦ୍ଧା ମୋଟ ୮୨୬ ଜଣ ବିନା ହେଲମେଟ ଗାଡି ଚାଳକ ଙ୍କୁ ଧରା ଯାଇ ୨୮ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।ଓଭର ସ୍ପିଡ କ୍ଷେତ୍ରରେ ୧୪୩୮ ଜଣ ଙ୍କୁ ଧରାଯାଇ ୨୨୬ ଜଣଙ୍କ ଲାଇସେନ୍ସ ରଦ୍ଦ,ସିଟ ବେଲ୍ଟ ବ୍ୟବହାର କରୁ ନ ଥିବା କ୍ଷେତ୍ରରେ ୧୭,ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୪୪ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୭୬ ଜଣ ଙ୍କୁ ଧରା ଯାଇ ୨୧ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା।ଏହିପରି ମୋଟ ୨୪୧୨ ମାମଲା ରେ ୨୭୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।୨୦୨୪ ମାର୍ଚ୍ଚ ମାସ ରେ ୧୯୯୯ ଚାଲାଣ କଟାଯାଇ ୯୩୮ ଫଏସଲା ହୋଇ ୪୫,୫୧,୯୩୨ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୧୦୬୧ ଟି ପେଣ୍ଡିଙ୍ଗ ରହିଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ର ପ୍ରତିନିଧି,ବସ ମାଲିକ ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର /ବିଜୟ /ବନ୍ଦନା


 rajesh pande