ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଖସିଲା ଡ୍ରୋନ୍
ଝାରସୁଗୁଡ଼ା, ୨୫ ଅପ୍ରେଲ (ହି.ସ.)- ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପାଖରେ
ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଖସିଲା ଡ୍ରୋନ୍


ଝାରସୁଗୁଡ଼ା, ୨୫ ଅପ୍ରେଲ (ହି.ସ.)- ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପାଖରେ ଆଜି ଏକ ଡ୍ରୋନ୍ ଖସି ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି ସନ୍ଦିଗ୍ଧ ଡ୍ରୋନ୍ ଟି କାହାର ତାହା ଜଣାପଡିନାହିଁ । ଏ ସମ୍ପର୍କରେ ଶ୍ରୀ ପୂଜାରୀ ଏସପିଙ୍କୁ ଜଣାଇବା ପରେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । କିଏ ଓ କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପଡେଟ୍ କରୁଥିଲା ସେନେଇ ଖୋଳତାଡ଼ ଚଳାଇଛି ପୋଲିସ ।

ଏଠାରେ ଉଲ୍ଲେଖଯୋଗ୍ୟ, ସୁରେଶ ପୂଜାରୀ ଚଳିତ ନିର୍ବାଚନରେ ବ୍ରଜରାଜନଗର ବିଧାନସଭା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଏଥିପାଇଁ ବେଲପାହାଡ଼ ୪୯ ନଂ ଜାତୀୟ ରାଜପଥର ଆମ୍ବଝର ନିକଟରେ ଏକ ଦୁଇ ମହଲା ବିଶିଷ୍ଟ ଘର ଭଡ଼ାରେ ନେଇ ସେଠାରେ ଦଳୀୟ କାର୍ଯ୍ୟାଳୟ କରିବା ସହ ସେ ନିଜେ ରହୁଛନ୍ତି । ତେବେ ଏହି ଡ୍ରୋନ୍ ଟି ଘର ନିକଟରେ ଉଡୁଥିବା ସମୟରେ ସେଠାରେ ଥିବା ଏଲଟି ଟାୱାର ସହିତ ଧକ୍କା ହୋଇ ତଳେ ଖସି ପଡିଥିଲା ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande