କ୍ଷମତା ପାଇଁ ଛଟପଟ କଂଗ୍ରେସ ପାଇଁ ନିଜ ପରିବାର ହିଁ ସବୁକିଛି – ନରେନ୍ଦ୍ର ମୋଦୀ
ମଧ୍ୟ ପ୍ରଦେଶର ମୁରୈନା ଠାରେ ଆୟୋଜିତ ବିଜୟ ସଂକଳ୍ପ ରାଲୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ମୁରୈନା
କ୍ଷମତା ପାଇଁ ଛଟପଟ କଂଗ୍ରେସ ପାଇଁ ନିଜ ପରିବାର ହିଁ ସବୁକିଛି – ନରେନ୍ଦ୍ର ମୋଦୀ


ମଧ୍ୟ ପ୍ରଦେଶର ମୁରୈନା ଠାରେ ଆୟୋଜିତ ବିଜୟ ସଂକଳ୍ପ ରାଲୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ମୁରୈନା, ୨୫ ଏପ୍ରିଲ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିନ ମଧ୍ୟ ପ୍ରଦେଶର ମୁରୈନା ଠାରେ ଆୟୋଜିତ ଏକ ବିଶାଳ ବିଜୟ ସଂକଳ୍ପ ରାଲୀକୁ ସମ୍ବୋଧିତ କରି କଂଗ୍ରେସର ଇନହେରିଟେନ୍ସ ଟ୍ୟାକ୍ସ ଉପରେ ଦୋମୁହାଁ ଚରିତ୍ରକୁ ସ୍ପଷ୍ଟ କରିଛନ୍ତି ଓ ପୁଣି ଥରେ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁନାରୁ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟ ପ୍ରଦେଶର ବିଜେପି ସଭାପତି ତଥା ଖଜୁରାହୋ ପ୍ରାର୍ଥୀ ବିଷ୍ଣୁ ଦତ ଶର୍ମା, ମୁରୈନାରୁ ପ୍ରାର୍ଥୀ ମଂଗଲ ସିଂହ ତୋମର, ଭିଂଡରୁ ପ୍ରାର୍ଥୀ ସଂଧ୍ୟା ରାୟ ଓ ଗ୍ୱାଲିୟରରୁ ପ୍ରାର୍ଥୀ ଭରତ ସିଂହ ମଂଚ ଉପରେ ଉପସ୍ଥିତ ଥିଲେ ।

କଂଗ୍ରେସକୁ ମଧ୍ୟ ପ୍ରଦେଶର ବିକାଶର ବିରୋଧୀ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁରୈନା ସବୁବେଳେ ଯାହାଙ୍କ ପାଇଁ ରାଷ୍ଟ୍ର ପ୍ରଥମ ସେଭଳି ଲୋକଙ୍କ ସାଥିରେ ରହି ଆସିଛି । ମଧ୍ୟ ପ୍ରଦେଶର ଜନସାଧାରଣ ଜାଣନ୍ତି ଯେ ସମସ୍ୟାରୁ ଥରେ ମୁକ୍ତି ପାଇବା ପରେ ସେହି ସମସ୍ୟାରୂ ଦୂରରେ ରହିବା ହିଁ ଭଲ । ଜନସାଧାରଣ ଏହା ମଧ୍ୟ ଜାଣନ୍ତି ଯେ କଂଗ୍ରେସ ହେଉଛି ଏଭଳି ଏକ ସମସ୍ୟା ଯିଏ କି ବିକାଶ ବିରୋଧୀ । ଚମ୍ବଲର ଲୋକ ମାନେ କଂଗ୍ରେସର କୁଶାସନର ସମୟକୁ କେବେ ହେଲେ ଭୁଲି ପାରିବେ ନାହି, ଯେତେବେଳେ କଂଗ୍ରେସ ଚମ୍ବଲର ପରିଚୟ ଖରାପ ଆଇନ ଶୃଙ୍ଖଳା ସ୍ଥିତି ରୂପେ କରି ଦେଇଥିଲେ ।

କଂଗ୍ରେସ ମଧ୍ୟପ୍ରଦେଶକୁ ଦେଶର ଅସୁସ୍ଥ ରାଜ୍ୟର ବର୍ଗରେ ଠିଆ କରିଦେଇଥିଲା, କିନ୍ତୁ ବିଜେପି ସରକାର କଂଗ୍ରେସ ଦ୍ୱାରା କରାଯାଇଥିବା ଗାତକୁ ଭରିବା ପରେ ମଧ୍ୟପ୍ରଦେଶକୁ ନୂଆ ପରିଚୟ ପ୍ରଦାନ କରିଛି । ବିଜେପି ସରକାରରେ ଚମ୍ବଲ, କାଲୀ ସିନ୍ଧ, ପାର୍ବତୀ ଲିଙ୍କ ପ୍ରକଳ୍ପରୁ ଜଳସେଚନ ପରି ସମସ୍ୟା ଦୂର ହେବ । ପାଣିର ସମସ୍ୟାକୁ ଶେଷ କରିବା ପାଇଁ ମୁନ୍ଦରୀ ବନ୍ଧ ପରି ପ୍ରକଳ୍ପ ଉପରେ କାର୍ଯ୍ୟ ହେଉଛି । ପ୍ରାୟ ୨.୫ ହଜାର କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ଗ୍ୱାଲିୟର-ଶ୍ୟୋପୁର ରେଲୱେ ଟ୍ରାକ ପରି ଆଧୁନିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ଏହି ଅଂଚଳର ଚିତ୍ର ବଦଳୁଛି । ଏଠାରେ ଲେଦର ପାର୍କ ବି ବିକଶିତ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆର ତଦାରଖରେ ଗ୍ୱାଲିୟର ବି ସୁଦୃଢ ହେଉଛି । ବିଜେପି ସରକାରରେ ହୋଇଥିବା ବିକାଶକୁ ଭିଂଡ, ମୁରୈନା, ଗ୍ୱାଲିୟରର ଲୋକେ ଅଧିକ ଅନୁଭବ କରୁଛନ୍ତି, ଯେଉଁମାନେ କଂଗ୍ରେସର ସେହି କଳା ସମୟ ଦେଖିଛନ୍ତି । ଜୁନ ୪ ତାରିଖ ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶର ବିକାଶ ପୂର୍ବାପେକ୍ଷା ଅଧିକ କ୍ଷିପ୍ର ବେଗରେ ହେବ ।

ଦେଶର ସାମରିକ ଶକ୍ତିକୁ ଦୁର୍ବଳ କରିବା ପାଇଁ କଂଗ୍ରେସକୁ ଦାୟୀ କରି ଶ୍ରୀ ମୋଦି କହିଛନ୍ତି ଯେ, ବିଜେପି ପାଇଁ ଦେଶଠାରୁ ବଡ ଆଉ କିଛି ବି ନୁହେଁ, କିନ୍ତୁ କଂଗ୍ରେସ ପାଇଁ ନିଜ ପରିବାର ହିଁ ସବୁକିଛି ଅଟେ । କଂଗ୍ରେସର ନୀତି ଅଟେ, ଯିଏ ଦେଶ ପାଇଁ ସବୁଠୁ ଅଧିକ ଯୋଗଦାନ କରିବ, ପରିଶ୍ରମ କରିବ, ସମର୍ପଣ କରିବ, ତାକୁ ପଛରେ ରଖାଯିବ । ଏଥିପାଇଁ କଂଗ୍ରେସ ଅନେକ ବର୍ଷ ଯାଏ ସେନାର ଯବାନଙ୍କ ‘ୱାନ ରାଙ୍କ ୱାନ ପେନସନ’ ପରି ଦାବି ପୂରଣ କରିନଥିଲା, କିନ୍ତୁ ବିଜେପି ସରକାର ଗଠନ ହେବା ପରେ ୱାନ ରାଙ୍କ ୱାନ ପେନସନ ଲାଗୁ କରାଗଲା ଏବଂ ସୀମା ଉପରେ ଠିଆ ହେଉଥିବା ଯବାନଙ୍କୁ ସମ୍ମାନ ଦିଆଗଲା । କଂଗ୍ରେସ ଶାସନରେ ବୀର ଯବାନଙ୍କ ହାତ ବନ୍ଧା ହୋଇଥିଲା, କିନ୍ତୁ ବିଜେପି ଯବାନଙ୍କୁ ଇଟାର ଜବାବ ପଥରରେ ଦେବାକୁ ଅନୁମତି ଦେଇଛି ଏବଂ ଶତ୍ରୁଙ୍କୁ ମୁହଁତୋଡ ଜବାବ ଦିଆଯାଉଛି । ଦେଶରେ ଲକ୍ଷଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ସହଯୋଗ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗାଁ-ଗାଁରେ ଶୌଚାଳୟ ନିର୍ମାଣ କରି ମାଆ ଭଉଣୀଙ୍କ ସମ୍ମାନ ରକ୍ଷା କରିଛନ୍ତି ଏବଂ ଆଗାମୀ ୫ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଗ୍ୟାରେଂଟି ଦେଇଛନ୍ତି ।

ଧର୍ମ ଆଧାରରେ ଦେଶକୁ ବାଂଟିବା ପାଇଁ କଂଗ୍ରେସକୁ କାଠଗଡାରେ ଠିଆ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ସମୟରେ କଂଗ୍ରେସ ଧର୍ମ ନାମରେ ଦେଶର ବିଭାଜନ କରିଥିଲା , ମା’ ଭାରତୀଙ୍କ ହାତରୁ ଶିକୁଳି କାଟିବା ଜାଗାରେ କଂଗ୍ରେସ ମା’ ଭାରତୀର ହାତ ହିଁ କାଟି ଦେଇଥିଲା । କଂଗ୍ରେସ ଦେଶକୁ ଖଣ୍ଡ ଖଣ୍ଡ କରିଦେଇଥିଲା । କଂଗ୍ରେସକୁ ଲାଗୁଛି ଯେ ତାର ଫାଇଦାର ରାସ୍ତା ଓ ଆଜି ପୁଣି ଥରୋ କଂଗ୍ରେସ ଶାସନ ଗାଦି ପାଇଁ ଛଟପଟ ହେଉଛି । କଂଗ୍ରେସ ଆସନ ପାଇବା ପାଇଁ ଭିନ୍ନ ଭିନ୍ନ ଖେଳ ରଚୁଛି । କଂଗ୍ରେସ ଦେଶର କୋଟି କୋଟି ନାଗରିକଙ୍କ ଆଖିରେ ଧୂଳି ଦେଇ ଶାସନ ହାତେଇବା ପାଇଁ ଜନତାଙ୍କ ଭବିଷ୍ୟତ ବରବାଦ କରୁଛି । କଂଗ୍ରେସ ପୁଣି ଥରେ ଧାର୍ମିକ ତୁଷ୍ଟିକରଣକୁ ମୋହରା କରୁଛି । କଂଗ୍ରେସ ସରକାର କର୍ଣ୍ଣାଟକରେ ବିଶେଷ ସମ୍ପ୍ରଦାୟକୁ ଓବିସି ଘୋଷଣା କରିଦେଲା ଏବଂ କଂଗ୍ରେସ ଓବିସି ସମାଜର ଶିକ୍ଷା ଓ ସରକାରୀ ଚାକିରୀରେ ହକ୍ ଛଡେଇ ଏକ ବିଶେଷ ବର୍ଗଙ୍କୁ ଦେଇଦେଲା ।

ଧାର୍ମିକ ଆଧାରରେ ସଂରକ୍ଷଣ ଦେବାର ରାଜନୈତିକ ଷଡଯନ୍ତ୍ର କରିବା ପାଇଁ କଂଗ୍ରେସର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାବା ସାହେବ ଆମ୍ବେଦକର ଧର୍ମ ଆଧାରିତ ସଂରକ୍ଷଣକୁ ଅସ୍ୱୀକାର କରିଥିଲେ କିନ୍ତୁ କଂଗ୍ରେସ କର୍ଣ୍ଣାଟକରେ ଛଳ କରି ଏକ ବିଶେଷ ବର୍ଗଙ୍କୁ ସଂରକ୍ଷଣ ଦେଇ ଦେଲା । ଭୋଟ ବ୍ୟାଙ୍କ ଓ ତୁଷ୍ଟିକରଣ ରେ ବୁଡି କଂଗ୍ରେସ କର୍ଣ୍ଣାଟକରେ ଏହି ମଡେଲକୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ କରିବାକୁ ଚାହୁଁଛି । କଂଗ୍ରେସ ଦଳିତ , ପଛୁଆ ଓ ଆଦିବାସୀଙ୍କ ଅଧିକାରକୁ ଛଡେଇବାର ଷଡଯନ୍ତ୍ର ଲମ୍ବା ସମୟରୁ ରଚନା କରିଆସୁଛି । କଂଗ୍ରେସ ୧୯ ଡିସେମ୍ବର ୨୦୧୧ରେ କେନ୍ଦ୍ର ସରକାରରେ ଥିବା ବେଳେ ସଂସଦରେ ଓବିସି ସମାଜର ୨୭ ପ୍ରତିଶତ ସଂରକ୍ଷଣର ଗୋଟିଏ ଅଂଶ କାଟି ଧାର୍ମିକ ଆଧାରରେ ଏକ ଧର୍ମ ବିଶେଷକୁ କୋଟା ଦେବାର ପ୍ରସ୍ତାବ ରଖିଥିଲା । ଏହାପରେ ୨୨ ଡିସେମ୍ବର ୨୦୧୧ରେ ଏହାର ଆଦେଶ ମଧ୍ୟ ଦେଇଥିଲା କିନ୍ତୁ ପରେ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ସରକାରର ଏହି ଆଦେଶକୁ ରଦ୍ଦ କରିଦେଲେ । ଏହାପରେ କଂଗ୍ରେସ ଉଚ୍ଚତମ ନ୍ୟାୟାଳୟ ଯାଇଥିଲା କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିଲା ନାହିଁ । ଏହାପରେ କଂଗ୍ରେସ ୨୦୧୪ରେ ନିଜର ଘୋଷଣାପତ୍ରରେ ଧାର୍ମିକ ସଂରକ୍ଷଣ ପାଇଁ ଆଇନ୍ ଆଣିବା ପାଇଁ ପ୍ରତିଶ୍ରୁତି ଦେଲା । କିନ୍ତୁ ୨୦୧୪ରେ ଦଳିତ, ଓବିସି ଓ ଆଦିବାସୀ ସମାଜ ଏକଜୁଟ ହୋଇ ଏହାର ବିରୋଧ କଲେ ଏବଂ କଂଗ୍ରେସ କୁ ଶାସନରୁ ହଟାଇଲେ । କିନ୍ତୁ କଂଗ୍ରେସ ନିଜ ଅଧୁରା କାମ ପୂରଣ କରିବା ପାଇଁ ପୁଣି ଥରେ ନୂଆ ଚାଲ ଚଳାଉଛି । କଂଗ୍ରେସ ଶାସନରେ ଆସିବା ପରେ ମଧ୍ୟପ୍ରଦେଶର କୁଶୱାହା, ଯାଦବ, ଗୁଜ୍ଜର, ଗଡରିୟା ଓ ଧାକଡ ପ୍ରଜାପତି ସମାଜର ସଂରକ୍ଷଣ ଛଡେଇ ନିଜର ଆପଣାର ଭୋଟ ବ୍ୟାଙ୍କ୍ କୁ ଦେବାକୁ ମନ କରି ବସିଛି । କିନ୍ତୁ ଜନତା କଂଗ୍ରେସକୁ ତାର ଉଦ୍ଦେଶ୍ୟରେ ସଫଳ ହେବାକୁ ଦେବ ନାହିଁ ଏବଂ କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ସଫା କରିଦେବେ ।

ତୁଷ୍ଟିକରଣକୁ ପ୍ରୋତ୍ସାହନ ଦେଉଥିବା କଂଗ୍ରେସକୁ ଟାର୍ଗେଟ୍ କରି ଶ୍ରୀ ମୋଦୀ କହିଛନ୍ତି ଯେ ଭାଜପା ସବକା ସାଥ , ସବକା ବିକାଶ ର ମନ୍ତ୍ର ଉପରେ ଚାଲୁଥିବା ଦଳ ଅଟେ । ଭାଜପା ସରକାର ବିନା କୌଣସି ଭେଦଭାବ ରେ ୮୦ କୋଟି ହିତାଧିକାରୀଙ୍କୁ ମାଗଣା ରାସନ ଦେଇଛି , ୪ କୋଟି ଗରୀବଙ୍କୁ ପକ୍କା ଘର ଦେଇଛି ଓ ୧୧ କୋଟି ଘରକୁ ଟ୍ୟାପ୍ ଯୋଗେ ପାଣି ପହଂଚାଇଛି । ପ୍ରତି ବର୍ଗକୁ ସବୁ ସୁବିଧା ସମାନ ରୂପରେ ମିଳିବା ଦରକାର କିନ୍ତୁ ଯଦି କଂଗ୍ରେସ ସରକାର ଥାଆନ୍ତା ତେବେ ଏହି ସବୁ ସୁବିଧା ଦଳିତ , ବଂଚିତ , ଗରୀବ ଓ ଆଦିବାସୀଙ୍କୁ ଦେବା ବଦଳରେ ଧର୍ମ ଆଧାରରେ ଦିଆଯାଇଥାନ୍ତା କାରଣ କଂଗ୍ରେସ ଦୃଢ ଭାବେ କହିଥାନ୍ତା ଯେ ଦେଶର ସଂସାଧନ ଉପରେ ପ୍ରଥମ ଅଧିକାର ଏକ ବିଶେଷ ସମ୍ପ୍ରଦାୟର ରହିଛି । କିନ୍ତୁ ମୋଦୀ କହୁଛି ଦେଶର ସଂସାଧନ ଉପରେ ପ୍ରଥମ ଅଧିକାର ଦେଶର ଗରୀବ , ପଛୁଆ ଓ ଆଦିବାସୀଙ୍କର । କଂଗ୍ରେସ ଗୋଟିଏ ପରେ ଗାଟିଏ ଦେଶ ଓ ଜନତାଙ୍କ ପରିବାକୁ ଦୁର୍ବଳ କରିବା ଭଳି ଘୋଷଣା କରୁଛି । କଂଗ୍ରେସର ଯୁବରାଜଙ୍କୁ ପ୍ରତିଦିନ ମୋଦୀର ଅପମାନ କରିବାରେମଜା ଆସୁଛି ଏବଂ ତାଙ୍କ ଭାଷା ଉପରେ ଆପତ୍ତି ମଧ୍ୟ ଉଠୁଛି । କିନ୍ତୁ ତାଙ୍କ ଭାଷା ଉପରେ ଦୁଃଖୀ ହେଉଥିବା ଲୋକ ଏହା ଉପରେ ଆପତ୍ତି କରନ୍ତୁ ନାହିଁ କାରଣ କଂଗ୍ରେସ ନାମଦାର ଓ ଭାଜପା କାମଦାର । ନାମଦାର କାମଦାରମାନଙ୍କୁ ଯୁବ ଯୁବ ଧରି ଏହିପରି ଆଘାତ ଦେଇ ଆସିଛନ୍ତି । କଂଗ୍ରେସର ଯୁବରାଜ ଅତ୍ୟଧିକ ନିରାଶ ହୋଇଯାଇଛି ଏଥିପାଇଁ ଦେଶର ଶିକ୍ଷିତ ଜନତାଙ୍କୁ ଏହି ନାମଦାରଙ୍କ ଉପରେ ନିଜର ସମୟ ବ୍ୟର୍ଥ କରିବାର ଆବଶ୍ୟକତା ନାହିଁ କାରଣ ଆମେ କାମଦାର ସହି ଯିବୁ ଏବଂ ମା’ ଭାରତୀଙ୍କ ସେବା ମଧ୍ୟ କରିବୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ ପରିବାରର ଯୁବରାଜ ଦେଶର ସମ୍ପତ୍ତି ଓ ମହିଳାଙ୍କ ଗହଣାଗାଣ୍ଠିର ସର୍ଭେ କରି ଜବତ କରିବା ଏବଂ ତାହାକୁ ନିଜ ଭୋଟ ବ୍ୟାଙ୍କ ମଧ୍ୟରେ ବାଂଟିବାକୁ ସାର୍ବଜନିନ ଭାବେ ଘୋଷଣା କରିଛି । ପୂର୍ବରୁ ମଧ୍ୟ କୁହାଯାଇଥିଲା ଯେ କଂଗ୍ରେସର ଘୋଷଣାପତ୍ରରେ ମୁସଲିମ୍ ଲିଗ୍ ର ଛାପ ରହିଛି । ଏହ ବ୍ୟତୀତ କଂଗ୍ରେସ ମୃତ୍ୟୁ ପରେ ବଂଚିଥିବା ସମ୍ପତ୍ତି ଉପରେ ଐତିହ୍ୟ କର ଲଗାଇ ତାହାକୁ ମଧ୍ୟ ଛଡାଇ ନେବାର ଯୋଜନା କରୁଛି । ଐତିହ୍ୟ କର ସହିତ ଜଡିତ ତଥ୍ୟ ଦେଶର ଆଖି ଖୋଲିଦେବ ।

ଶ୍ରୀ ମୋଦୀ ଲକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ଦେଶ ସାମ୍ନାରେ ରଖି କହିଛନ୍ତି ଯେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ୱର୍ଗବାସ ପରେ ତାଙ୍କ ସମ୍ପତ୍ତି ଏକ ଅଂଶ ତାଙ୍କ ପିଲାମାନଙ୍କୁ ମିଳିବା ପୂର୍ବରୁ ସରକାର ଛଡେଇ ନେିଥିଲା କାରଣ କଂଗ୍ରେସ ପୂର୍ବରୁ ମଧ୍ୟ ଏଭଳି ଆଇନ୍ ତିଆରି କରିଥିଲା । କିନ୍ତୁ ନିଜ ସମ୍ପତ୍ତି କୁ ବଂଚାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ତଥା ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଐତିହ୍ୟ କରର ଆଇନ କୁ ଶେଷ କରିଦେଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ପୁରା ସମ୍ପତ୍ତି ବିନା ଟ୍ୟାକ୍ସ ଦେଇ ନିଜ ନାମରେ କରିଥିଲେ । ଯେତେବେଳେ ନିଜ ଉପରେ କଥା ଆସିଲା ତେବେ ଆଇନ୍ ହଟାଇଦେଲେ ଏବଂ ଏବେ ପୁଣି ଗାଦି ପାଇବା ପାଇଁ କଂଗ୍ରେସ ସେହି ଆଇନ ଆହୁରି କଡା କରି ପୁଣି ଥରେ ଲଗାଇବା କଥା କହୁଛି । ଜାରି-ଚାରି ପୀଢୀ ରୁ ନିଜ ପରିବାରର ସମ୍ପତ୍ତି ବିନା ଟ୍ୟାକ୍ସରେ ପାଇବା ପରେ ଏବେ ଏହି କଂଗ୍ରେସୀ ନେତା ଦେଶର ଜନତାଙ୍କ ଉପରେ ଐତିହ୍ୟ କର ଲଗାଇ ତାଙ୍କର ଅଧା ସମ୍ପତ୍ତି ଲୁଟିବାକୁ ଚାହୁଁଛି । ଆଜି ଏଥିପାଇଁ ଦେଶ କହୁଛି ଯେ କଂଗ୍ରେସର ଲୁଟ୍ ଜୀନ୍ଦେଗୀ କେ ସାଥ୍ ଭି ଔର ଜୀନ୍ଦେଗୀକେ ବାଦ୍ ଭି । କଂଗ୍ରେସର ଏହି ବିପଦଜନକ ଉଦ୍ଦେଶ୍ୟ ଓ ଦେଶର ଜନତାଙ୍କ ମଧ୍ୟରେ ମୋଦୀ ପାଚେରୀ ହୋଇ ଠିଆ ହୋଇଛି । ଏହି ଅପଶବ୍ଦ ଏଥିପାଇଁ କୁହାଯାଉଛି କାରଣ ମୋଦୀ ୫୬ ଇଂଚ ର ଛାତି ଚଉଡା କରି ଠିଆ ହୋଇଛି । କଂଗ୍ରେସର ଉଦ୍ଦେଶ୍ୟ ସଫଳ ହେବ ନାହିଁ , ଏହା ମୋଦୀର ଗ୍ୟାରେଂଟି । ପଦ୍ମ ଚିହ୍ନରେ ଦିଆଯାଇଥିବା ଗୋଟିଏ ଗୋଟିଏ ଭୋଟ ମୋଦୀକୁ ମଜବୁତ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନ ସମୁଦ୍ରଙ୍କୁ କଂଗ୍ରେସର ଉଦ୍ଦେଶ୍ୟକୁ ପୂରଣ ହେବାରୁ ରୋକିବା ପାଇଁ ପଦ୍ମ ଫୁଲରେ ଭୋଟ କରିବା , ଦେଶରେ ପୁଣି ଥରେ ମୋଦୀ ସରକାର ଗଢିବା ଏବଂ ସ୍ଥାନୀୟ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande