ପୁରୀରେ ପହଂଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ
ପୁରୀ, ୨୫ ଅପ୍ରେଲ (ହି.ସ.)- ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଂଚିଛି ଦ୍ଵିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼
ପୁରୀରେ ପହଂଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ


ପୁରୀ, ୨୫ ଅପ୍ରେଲ (ହି.ସ.)- ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଂଚିଛି ଦ୍ଵିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନଖଣ୍ଡରୁ ଦ୍ବିତୀୟ ପର୍ଯ୍ୟାୟରେ ୨୫ ଖଣ୍ଡ ୪୦ ଫୁଟିଆ ରଥକାଠ ପହଂଚିଛି ବଡ଼ଦାଣ୍ଡରେ । ତନ୍ମଧ୍ୟରୁ ୨୩ଟି ଅସନ ଏବଂ ୨ଟି ଧଉରା କାଠ ରହିଛି ।

ତିନି ରଥ ପାଇଁ ମୋଟ୍ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତ ବର୍ଷ ୫୩ ଖଣ୍ଡ କାଠ ବଳିଥିବାରୁ ଚଳିତ ବର୍ଷ ପାଇଁ ୮୧୨ ଖଣ୍ଡ କାଠ ଆବଶ୍ୟକ ରହିଛି । ତେବେ ୩୩ ଖଣ୍ଡ କାଠ ରାମନବମୀରେ କଟକ ଖପୁରିଆ ସ୍ଥିତ କରତକଳକୁ ଚିରଟ ପାଇଁ ପଠାଯାଇଛି । ବର୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୧୨୭ ଖଣ୍ଡ ରଥକାଠ ପୁରୀରେ ଆସି ପହଂଚିଛି । ବିଭିନ୍ନ ପର୍ଯ୍ୟାୟରେ ଆହୁରି ରଥକାଠ ପୁରୀରେ ପହଂଚିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ଜୁଲାଇ ୧୫ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande