ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ତିନୋଟି ଲୋକସଭା ଆସନରେ ମତଦାନ, ୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା
କୋଲକାତା, ୨୫ ଏପ୍ରିଲ (ହିସ)- ପଶ୍ଚିମବଙ୍ଗରେ ବିଜେପିର ରାଜ୍ୟ ଅଧ୍ୟକ୍ଷଙ୍କ ସମେତ ୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଶୁକ୍ରବା
ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ତିନୋଟି ଲୋକସଭା ଆସନରେ ମତଦାନ, ୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା


କୋଲକାତା, ୨୫ ଏପ୍ରିଲ (ହିସ)- ପଶ୍ଚିମବଙ୍ଗରେ ବିଜେପିର ରାଜ୍ୟ ଅଧ୍ୟକ୍ଷଙ୍କ ସମେତ ୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଶୁକ୍ରବାର ଦିନ ରାଜ୍ୟର ତିନିଟି ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନରେ ଇଭିଏମେରେ ସିଲ୍ ହେବ । ଶୁକ୍ରବାର ଦିନ ଭୋଟ୍ ଅନୁଷ୍ଠିତ ହେବାକୁ ଥିବା ତିନିଟି ଲୋକସଭା ନିର୍ବାଚନମଣ୍ଡଳୀ ରାଇଗଞ୍ଜ, ଦାର୍ଜିଲିଂ ଏବଂ ବାଲୁରଘାଟର ସାଂସଦ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ତିନୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଉତର ଦିନାଜପୁର ଜିଲ୍ଲାର ରାଇଗଞ୍ଜ ନିର୍ବାଚନମଣ୍ଡଳୀରେ ସମ୍ବେଦନଶୀଳତା ହେତୁ ସୁରକ୍ଷା କଡାକଡି ହୋଇଛି ।

ଏଥର ରାଇଗଞ୍ଜରେ ବିଜେପି ପ୍ରାର୍ଥୀ ହେଉଛନ୍ତି କାର୍ତିକ ପାଲ, ଯିଏକି ନିର୍ବାଚନମଣ୍ଡଳୀର ଲୋକସଭା ସଦସ୍ୟ ଦେବଶ୍ରୀ ଚୌଧୁରୀଙ୍କ ସ୍ଥାନ ନେଇଛନ୍ତି । ଏଥର ସେ କୋଲକାତା ସାଉଥ ସିଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପାଲଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀମାନେ ହେଉଛନ୍ତି ତୃଣମୁଳ କଂଗ୍ରେସର କୃଷ୍ଣା କଲ୍ୟାଣୀ ଏବଂ କଂଗ୍ରେସର ଅଲି ଇମ୍ରାନ । ଏଥର ରାଇଗଞ୍ଜରେ ମୋଟ ୨୦ ଜଣ ପ୍ରାର୍ଥୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଏବଂ ଜଣେ ମହିଳା । ଶୁକ୍ରବାର ଦିନ ଭୋଟ୍ ଗ୍ରହଣ କରାଯାଉଥିବା ତିନୋଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ରାଇଗଞ୍ଜରେ ସର୍ବାଧିକ ସମ୍ବେଦନଶୀଳ ବୁଥ୍ ୪୧୮ ରହିଛି ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande