ଦୁର୍ଘଟଣାରେ ହେଲପର ମୃତ, ଡ୍ରାଇଭର ଗୁରୁତର
ଖୋର୍ଦ୍ଧା, ୨୫ ଅପ୍ରେଲ (ହି.ସ.)-୧୬ ନଂ ଜାତୀୟ ରାଜପଥ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥ
ଦୁର୍ଘଟଣା


ଖୋର୍ଦ୍ଧା, ୨୫ ଅପ୍ରେଲ (ହି.ସ.)-୧୬ ନଂ ଜାତୀୟ ରାଜପଥ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ମୁତାବକ, ଆଜି ଭୋରରୁ ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକ ଯାଉଥିଲା। ବେଲପଡା ଛକରେ ଟ୍ରକ୍ ଟି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଥିଲା। ଫଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଜଣକ ଫସି ରହିଥିବା ବେଳେ ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଓ ବାଣପୁର ଥାନା ପୋଲିସ ପହଞ୍ଚିଥିଲେ। ଅକ୍ଲାନ୍ତ ପରିଶ୍ରମ ପରେ କଟର ସାହାଯ୍ୟରେ ଟ୍ରକକୁ କାଟି ଗୁରୁତର ଡ୍ରାଇଭରଙ୍କୁ ବାହାର କରାଯାଇଛି। ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ହେଲପରଙ୍କ ମୃତଦେହକୁ ଟ୍ରକରୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande