ଧର୍ମଶାଳାରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ : ବିଜେଡି ନିର୍ବାଚନ ପ୍ରଚାର ଜୋର ଧରିଲା
ଧର୍ମଶାଳା, ୨୫ ଏପ୍ରିଲ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଜୋର ଧରିଲାଣି । ଏଠ
ଧର୍ମଶାଳାରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ : ବିଜେଡି ନିର୍ବାଚନ ପ୍ରଚାର ଜୋର ଧରିଲା


ଧର୍ମଶାଳା, ୨୫ ଏପ୍ରିଲ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଜୋର ଧରିଲାଣି । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳର ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ପ୍ରଚାର ସରଗରମ ହେବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ବାଇକ ଶୋଭାଯାତ୍ରା କରି ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜୁ ଜନତା ଦଳ ଜୋନ ସ୍ତରୀୟ କର୍ମୀ ସମ୍ମିୀଳନୀ କରି ତାର ପ୍ରଚାର ଜୋରଦାର କରିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୧୩ ନଂ ଜୋନ ଅନ୍ତର୍ଗତ ଥାନୁଆଳ ପଂଚାୟତ ଠାରେ ଏକ ବିଶାଳ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଯାଜପୁର ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ ଓ ଧର୍ମଶାଳା ବିଧାନସଭା ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ତାଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ଵାନ ଦେଇଥିଲେ । ଧର୍ମଶାଳା ହେଉଛି ବିଜେଡିର ଗଡ । ଧର୍ମଶାଳା ହେଉଛି ବିକାଶର ପ୍ରୟୋଗଶାଳା । ଲୋକମାନେ ଯେଉଁ ଭରଷା ଦେଇଛନ୍ତି ତାହାକୁ ଦଳ ଗୁରୁତର ସହ ନେଇ ବିକାଶକୁ ଶୀର୍ଷରେ ପଂହଚାଇଛି ବୋଲି ପ୍ରାର୍ଥୀମାନେ ମତ ପ୍ରକାଶ କରିଥିଲେ । ଏବଂ ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।

ସମ୍ମିଳନୀ ଆରମ୍ଭରେ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦୁଇ ପ୍ରାର୍ଥୀଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଏଥିରେ ଜୋନର ୮ ଗୋଟି ପଂଚାୟତରୁ ହଜାର ହଜାର ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande