ମା'ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଶ୍ଵ ରଞ୍ଜନ
ଧର୍ମଶାଳା, ୨୫ଏପ୍ରିଲ (ହି.ସ.)- ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ସେମ
ମା’ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଶ୍ୱ ରଞ୍ଜନ


ଧର୍ମଶାଳା, ୨୫ଏପ୍ରିଲ (ହି.ସ.)- ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି କ୍ରମରେ ଯାଜପୁର ଜିଲା ବରୀ ବିଧାନସଭାକ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବିଶ୍ଵ ରଂଜନ ମଲ୍ଲିକଙ୍କ ଉପରେ ଭରଷା କରି ଟିକେଟ୍ ପ୍ରଦାନ କରିଛି ଦଳ। ଏନେଇ ଆଜି ବିଶ୍ଵ ରଂଜନ ବରୀ ନିର୍ବାଚନ ମଣ୍ଡଳୀ ଗୋଳକୁଣ୍ଡ ପଂଚାୟତସ୍ଥ ମା’ ମଙ୍ଗଳା ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ପଣ୍ଡିତଙ୍କ ଦ୍ଵାରା ମା’ଙ୍କ ନିକଟରେ ପୂଜା କରାଯାଇଥିଲା । ବିଶ୍ଵ ମନ୍ଦିରରେ ପଂହଚିବା ପରେ ସ୍ଥାନୀୟ ନେତୃ ମଣ୍ଡଳୀ, ବରିଷ୍ଠ ନେତା, ଯୁବ କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଂଗଠନକୁ ସୁଦୃଢ କରାଯିବା ସହିତ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯିବ ବୋଲି ବିଧାୟକ ପ୍ରାର୍ଥୀ ବିଶ୍ଵ ରଂଜନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande