ଖ୍ୟାତିସମ୍ପନ୍ନ ପର୍ବତାରୋହୀ ଲିପିକା ସେଟ୍ଙ୍କୁ କୈବର୍ତ୍ୟ ସମାଜ ପକ୍ଷରୁ ସମ୍ମାନିତ
ସମ୍ବଲପୁର, ୨୫ ଅପ୍ରେଲ(ହି.ସ.) – ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଦଲେଇପଡ଼ା ସ୍ଥିତ ମା’ ବୁଢ଼ୀ ସମଲେଇଙ୍କ
lipikanku sanmanit


ସମ୍ବଲପୁର, ୨୫ ଅପ୍ରେଲ(ହି.ସ.) – ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଦଲେଇପଡ଼ା ସ୍ଥିତ ମା’ ବୁଢ଼ୀ ସମଲେଇଙ୍କ ମନ୍ଦିର ପରିସରରେ କୈବର୍ତ୍ୟ ସମାଜ ପକ୍ଷରୁ ଏକ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା ଓ ଭକ୍ତ ସମାବେଶ ଆୟୋଜିତ ହୋଇଯାଇଛି । ପ୍ରତ୍ୟୁଷରେ ନୂତନ ବସ୍ତ୍ର ପରିହିତା ମହିଳାମାନେ ମହାନଦୀ ଘାଟରୁ ପାଣି ଉଠାଇ ଏକ ସୁସଜ୍ଜିତ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ପରେ କଳସଗୁଡ଼ିକୁ ମନ୍ଦିର ପରିସରରେ ସ୍ଥାପନା କରିଥିଲେ । ଏହି ଅବସରରେ ଦଲେଇପଡ଼ା କଲ୍ୟାଣ ମଣ୍ଡପ ଠାରେ କୈବର୍ତ୍ୟ ସମାଜର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମାଜର ଉପସଭାପତି ଶିଶିର ପାଣ୍ଡେଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସମ୍ପାଦକ ସଂଜୀବ ବାରିକ ମଂଚାସୀନ ଥିବାବେଳେ ଦୁଃଖନାଶନ ବେହେରା, ଶ୍ୟାମସୁନ୍ଦର ସେଟ୍, ସୁରେନ୍ଦ୍ର ନାୟକ, ବିଶ୍ୱଜିତ୍ ଦେହୁରୀ, କିରଣ ସେଠ୍, ନାରାୟଣ ନାୟକ, ବବଲୁ ବାଗ୍, ରମେଶ ବାରିକ୍, ଚୈତନ୍ୟ ନାୟକ, ପ୍ରଭାକର ସେଠ୍ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସମାଜର ବିିଭିନ୍ନ ସମସ୍ୟା ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ଲିପିକା ସେଟ୍ଙ୍କୁ କୈବର୍ତ୍ୟ ସମାଜ ପକ୍ଷରୁ ଉତରୀୟ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

......................................./ସମନ୍ୱୟ


 rajesh pande