ଶୀତଳଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ୱର ମହୋତ୍ସବ କର୍ତା ଚୟନ ଓ ପ୍ରସ୍ତୁତି ବୈଠକ
ସମ୍ବଲପୁର, ୨୫ ଅପ୍ରେଲ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଂଚାୟତ ତଥା ତତ୍କାଳୀନ ବାମଣ୍ଡା ର
ଶୀତଳଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ୱର ମହୋତ୍ସବ କର୍ତା ଚୟନ ଓ ପ୍ରସ୍ତୁତି ବୈଠକ


ସମ୍ବଲପୁର, ୨୫ ଅପ୍ରେଲ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଂଚାୟତ ତଥା ତତ୍କାଳୀନ ବାମଣ୍ଡା ରାଜ୍ୟର ସର୍ବ ପୁରାତନ ଶୈବ ପୀଠ ଶଗଡ଼େଶ୍ୱର ବାବାଙ୍କ ଦଶମ ବାର୍ଷିକ ଶୀତଳଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ୱର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଲେଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ଭକ୍ତବୃନ୍ଦ ତଥା ଯାତ୍ରା କମିଟିର କର୍ମକର୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ସର୍ବସମ୍ମତି କ୍ରମେ ମା’ ପାର୍ବତୀଙ୍କ ପିତାମାତା ଭାବେ କୁଚିଣ୍ଡା ଅଂଚଳର ରଞ୍ଜିତ ପଟେଲ ଓ ତାଙ୍କ ଧର୍ମପତ୍ନୀ ସବିତା ପଟେଲ ଏବଂ ବାବା ମହାଦେବଙ୍କ ପିତା ମାତା ଭାବେ ଡିମିରୀମୁଣ୍ଡ ଅଂଚଳର ତଥା ସ୍ଥାନୀୟ ସରପଂଚ ପ୍ରହଲ୍ଲାଦ ଧୁରୁଆ ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମଞ୍ଜରୀ ଧୂରୁଆଙ୍କୁ କର୍ତା ଭାବେ ଅନୁମୋଦନ କରାଯାଇଛି । ଚଳିତ ବର୍ଷ ଯାତ୍ରା ଆୟୋଜନରେ ସାମାନ୍ୟ ପରିବର୍ତନ କରାଯାଇ ଶଗଡ଼େଶ୍ୱର ମନ୍ଦିରକୁ କୈଳାଶ ଓ ଉକ୍ତ ମନ୍ଦିର ପରିସରରେ ଥିବା ମା’ ଭୈରବୀଙ୍କ ମନ୍ଦିରକୁ ହିମାଳୟ ଭାବରେ ପରିକଳ୍ପନା କରାଯାଇ ଏହି ମନ୍ଦିର ପରିସରରେ ଶିବପାର୍ବତୀ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବାକୁ ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । ଯାତ୍ରା ସଂଯୋଜକ ମଳୟ ବେହେରା ଆଗାମୀ ଜୁନ୍ ୧୦ ଓ ୧୧ ଦୁଇଦିନ ଧରି ପାଳିତ ହେବାକୁ ଥିବା ଯାତ୍ରା ଓ ମହୋତ୍ସବକୁ ଭବ୍ୟ ଓ ଜାକ ଜମକରେ କରାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ମନ୍ଦିର ପରିଚାଳନା ସଭାପତି ରୁଦ୍ରନାରାୟଣ ବେହେରା, ସଂପାଦକ ସୁମନ୍ତ ବେହେରା କୋଷାଧ୍ୟକ୍ଷ ରତନଲାଲ ସିଂ, ପୂଜକ ନିତ୍ୟାନନ୍ଦ ମିଶ୍ରଙ୍କ ସମେତ ଅଂଚଳର ବହୁ ବରିଷ୍ଠ ବ୍ୟକ୍ତି, କର୍ମକର୍ତା ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

......................................./ସମନ୍ୱୟ


 rajesh pande