ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସବୁଠୁ ଉତପ୍ତ ସହର
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ମଇ ଦ୍ୱିତୀୟ ସପ୍ତାହ ଯାଏଁ ତାତି ଜାରିରହ
ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସବୁଠୁ ଉତପ୍ତ ସହର


ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ମଇ ଦ୍ୱିତୀୟ ସପ୍ତାହ ଯାଏଁ ତାତି ଜାରିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆକଳନ ଅନୁଯାୟୀ ୩ ରୁ ୯ ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରିରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବ । ସେହିପରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା ରହିଛି । ଏହ କ୍ରମରେ ଗୁରୁବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୩.୬ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର, ହୀରାକୁଦ ଓ ସମ୍ବଲପୁରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କେନ୍ଦୁଝର ୪୧.୮ , ଚାନ୍ଦବାଲି ୪୧.୮, ରାଉରକେଲା ୪୧.୪ ,

ବାଲେଶ୍ୱର: ୪୧, ପୁରୀ: ୩୫ , ଗୋପାଳପୁର ୩୪.୮ ଏବଂ ପାରାଦ୍ୱୀପ: ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande