ବିଜେପି ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ଖାରଜ
କୋଲକାତା, ୨୬ ଏପ୍ରିଲ (ହିସ) - ଆଇପିଏସ୍ ଚାକିରି ଛାଡି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜନୀତିରେ
ବିଜେପି ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ଖାରଜ


କୋଲକାତା, ୨୬ ଏପ୍ରିଲ (ହିସ) - ଆଇପିଏସ୍ ଚାକିରି ଛାଡି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜନୀତିରେ ପ୍ରବେଶ କରିଥିବା ଅଧିକାରୀ ଦେବଶିଷ ଦହରଙ୍କ ସ୍ୱପ୍ନ ଧ୍ୱଂସ ହୋଇଯାଇଛି । ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନ ପତ୍ର ବାତିଲ କରିଛନ୍ତି । ବୀରଭୂମି ଆସନରୁ ବିଜେପି ପ୍ରାର୍ଥୀ ଦେବାଶିଷ ଦହରଙ୍କ ନାମାଙ୍କନ ଖାରଜ କରାଯାଇଛି । ଶୁକ୍ରବାର ଦିନ ସେ ତୁରନ୍ତ ଶୁଣାଣି ପାଇଁ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଟି.ଏସ୍ ସିବଗଣନମ୍ଙ୍କ କୋର୍ଟରେ ପହଂଚିଥିଲେ ମଧ୍ୟ ସେଠାରେ ତୁରନ୍ତ ଶୁଣାଣୀ କରିବାକୁ ମନା କରାଯାଇଥିଲା । ଜରୁରୀ ଶୁଣାଣି ପାଇଁ ଆବେଦନକୁ ପ୍ରଧାନ ବିଚାରପତି ପ୍ରତ୍ୟାଖ୍ୟାନ କରିଛନ୍ତି ।

କୋର୍ଟ ସୂତ୍ର ଅନୁଯାୟୀ, ଦେବାଶିଷ ହାଇକୋର୍ଟର ଏକକ ବେଂଚରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ଶୁଣାଣି ହୋଇ ନଥିଲା । ଏହା ପରେ ସେ ପ୍ରଧାନ ବିଚାରପତିଙ୍କ ଡିଭିଜନ୍ ବେଂଚ ନିକଟକୁ ଯାଇଥିଲେ କିନ୍ତୁ ସେହି ବେଂଚ ମଧ୍ୟ ଦେବଶିଶଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା । ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ମାମଲା ଗ୍ରହଣ କରାଯିବା ଉଚିତ ନୁହେଁ । ନିର୍ବାଚନ ଆବେଦନପତ୍ର ଦାଖଲ କରାଯିବା ଉଚିତ୍ । ଦାଖଲ ହୋଇଥିବା ନିର୍ବାଚନ ଆବେଦନ ସୋମବାର କିମ୍ବା ମଙ୍ଗଳବାର ଦିନ ଶୁଣାଣି ହୋଇପାରେ କିନ୍ତୁ ଆଜି ଶୁଣାଣି ସମ୍ଭବ ନୁହେଁ ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande