ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରିଆ ଏବଂ ମୁଙ୍ଗେରରେ ଆୟୋଜିତ ବିଶାଳ ସାଧାରଣ ଦେଲେ ଉଦବୋଧନ
ଆଜିର ଲଢେଇ ଏନଡିଏର ସନ୍ତୁଷ୍ଟିକରଣ ମଡେଲ ଏବଂ ଇଣ୍ଡି ଆଲାଇନ୍ସର 'ତୁଷ୍ଟିକରଣ ମଡେଲ୍' ମଧ୍ୟରେ – ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରିଆ ଏବଂ ମୁଙ୍ଗେରରେ ଆୟୋଜିତ ବିଶାଳ ସାଧାରଣ ଦେଲେ ଉଦବୋଧନ


ଆଜିର ଲଢେଇ ଏନଡିଏର ସନ୍ତୁଷ୍ଟିକରଣ ମଡେଲ ଏବଂ ଇଣ୍ଡି ଆଲାଇନ୍ସର 'ତୁଷ୍ଟିକରଣ ମଡେଲ୍' ମଧ୍ୟରେ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପାଟନା, 26 ଏପ୍ରିଲ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଆରାରିଆ ଓ ମୁଙ୍ଗେରରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳର ତୁଷ୍ଟିକରଣର ରାଜନୀତିର ସତ୍ୟକୁ ଉପସ୍ଥିତ ଜନ ସମୁଦ୍ର ସମ୍ମୁଖରେ ରଖିଛନ୍ତି । ଏହା ବ୍ୟତୀତ ସେ ଇଭିଏମ ଓ ଭିଭିପାଟ ମାମଲାରେ କଂଗ୍ରେସର ଦୋହରା ଚରିତ୍ରକୁ ମଧ୍ୟ ଦର୍ଶାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ସମ୍ରାଟ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା, କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଜେନ୍ଦ୍ର ଯାଦବ, ବିହାର ବିଧାନ ପରିଷଦ ସଦସ୍ୟ ଶ୍ରୀ ଶାହନାୱାଜ ହୁସେନ୍, ହାଜିପୁରର ପ୍ରାର୍ଥୀ ଶ୍ରୀ ଚିରାଗ ପାସୱାନ୍, ଆରାରିଆରୁ ପ୍ରାର୍ଥୀ ଶ୍ରୀ ପ୍ରଦୀପ ସିଂ, ମୁଙ୍ଗେରରୁ ପ୍ରାର୍ଥୀ ଶ୍ରୀ ରାଜୀବ ରଂଜନ ସିଂ ଓରଫ ଲଲନ ସିଂ, ବେଗୁସରାଇର ପ୍ରାର୍ଥୀ ଶ୍ରୀ ଗିରିରାଜ ସିଂ, ଖଗଡିଆରୁ ପ୍ରାର୍ଥୀ ରାଜେଶ ବର୍ମା, ସୁପୌଲରୁ ପ୍ରାର୍ଥୀ ଦିଲେଶ୍ୱର କାମତଙ୍କ ସହିତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାରା ବିଶ୍ୱ ସ୍ୱୀକାର କରୁଛି ଯେ ଏହା ହେଉଛି ଭାରତର ସମୟ। ବିଶ୍ୱ ମଧ୍ୟ ଅନୁଭବ କରୁଛି ଯେ ଭାରତରେ ଯେତେ ଶକ୍ତିଶାଳୀ ସରକାର ଗଠନ ହେବ , ବିଶ୍ୱ ସେତେ ଶକ୍ତିଶାଳୀ ହେବ। ଗତ 10 ବର୍ଷ ମଧ୍ୟରେ ଭାରତର ଯେଉଁ ବିଶ୍ୱସନୀୟତା ବୃଦ୍ଧି ପାଇଛି କେବଳ ଲୋକଙ୍କ ପ୍ରତ୍ୟେକ ଭୋଟ୍ ଯୋଗୁଁ ହୋଇ ପାରିଛି । ଆଜି ବିହାର ସମେତ ଦେଶର କୋଣ ଅନୁକୋଣରେ ମୋଦୀ ସରକାରଙ୍କ ସ୍ଲୋଗାନ ପୁଣି ଥରେ ପ୍ରତିଧ୍ୱନିତ ହେଉଛି। ଗଣତନ୍ତ୍ରର ମହାନ ପର୍ବରେ ଜନସାଧାରଣଙ୍କୁ ଦେଶର ସ୍ୱାର୍ଥ ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାର କର୍ତ୍ତବ୍ୟ ପାଳନ କରିବାକୁ ପଡିବ।2024 ର ନିର୍ବାଚନ ହେଉଛି ଅର୍ଥନୈତିକ ଏବଂ ସାମାଜିକ ଦୃଷ୍ଟିରୁ ଦେଶକୁ ମଜବୁତ କରିବା ପାଇଁ ନିର୍ବାଚନ, ଯେଉଁଥିରେ ବିହାରର ଲୋକମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି । ଦାସତ୍ୱର କାଳଖଂଡ ପୂର୍ବରୁ, ଯେତେବେଳେ ବିହାର ସମୃଦ୍ଧ ଥିଲା ସେତେବେଳେ ଭାରତ ଏକ ମହାଶକ୍ତି ଥିଲା | ବିହାରର ପ୍ରତିଭା, ବୌଦ୍ଧିକତା ଏବଂ କଠିନ ପରିଶ୍ରମର ପରାକାଷ୍ଠା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ | ବିହାରର ଶକ୍ତି ବୃଦ୍ଧି ପାଇଁ ଦିଲ୍ଲୀର ଦେଶର ସେବକ ମୋଦୀ ଏବଂ ବିହାରରେ ଶ୍ରୀ ନୀତୀଶ କୁମାର କଠିନ ପରିଶ୍ରମ ସହ କାମ କରୁଛନ୍ତି । ମୋଦୀ ସରକାର ଦେଶରେ ବନ୍ଦେ ଭାରତ, ଅମୃତ ଭାରତ, ବୁଲେଟ ଟ୍ରେନ ଭଳି ନୂଆ ନୂଆ ଟ୍ରେନ ଚଳାଉଛନ୍ତି । ଆଜି ଭାରତର ରେଳ ଧାରଣା ଠାରୁ ଆରମ୍ଭ କରି ରେଳ ଡ଼ବା ଓ ଇଂଜିନ ଆଦି ଭାରତରେ ନିର୍ମାଣ କରାଯାଉଛି । ଆଗାମୀ ଦିନ ମାନଙ୍କରେ ଏଥିରୁ ବିହାରର ରେଳ କାରଖାନାକୁ ବହୁତ ଲାଭ ମିଳିବାକୁ ଯାଉଛି ।

ଶ୍ରୀ ମୋଦି କହିଛନ୍ତି ଯେ, ଗତ 10 ବର୍ଷରେ ଆମେ ଆମର ଉତ୍ତରାଧିକାର ଓ ଆମର ଐତିହ୍ୟକୁ ପୁଣି ଥରେ ବିଶ୍ୱସ୍ତରରେ ସ୍ଥାପିତ କରିଛୁ । ଦାସତ୍ୱର ମାନସିକତାରେ ଘେରିରହିଥିବା ଲୋକେ ଇଚ୍ଛା କରି ବି ଏହି ନୂଆ ଭାରତକୁ ବଦଳାଇପାରିବେ ନାହିଁ । ଦିଲ୍ଲୀରେ ଜି-20 ସମ୍ମିଳନୀ ସମୟରେ ଆମେ ଆମ ବିହାରର ମହାନ ଐତିହ୍ୟ ନାଳନ୍ଦା ବିଶ୍ୱବିଦ୍ୟାଳୟର ଗୌରବମୟୀ ଇତିହାସକୁ ଦୁନିଆ ସମ୍ମୁଖରେ ରଖିଥିଲୁ । ଆଜି ବିଶ୍ୱର ଯେତେ ବି ବଡ ନେତା ଅଛନ୍ତି ସେମାନଙ୍କ ଘରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ସହିତ ଫଟୋ ରହିଛି । ଏନଡିଏ ଭାରତକୁ ଏକ ବିଂଶତମର ବିଶ୍ୱ ଜ୍ଞାନ କେନ୍ଦ୍ର କରିବା ପାଇଁ ସମର୍ପିତ ଅଟେ । ମୁଂଗେରରେ ବିଶ୍ୱର ସବୁଠୁ ବଡ ଯୋଗ ବିଦ୍ୟାଳୟ ରହିଛି । ପଦ୍ମ ଭୂଷଣ ପୂଜ୍ୟ ସ୍ୱାମୀ ନିରଂଜନାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ ପୂରା ବିଶ୍ୱର ଲୋକେ ଏଠାକୁ ଯୋଗ ଶିଖିବାକୁ ଆସିଥାନ୍ତି । ଏହି ଦାସତ୍ୱ ମାନସିକତାରେ ଭରି ରହିଥିବା ଦଳଗୁଡିକ ଆମର ଯୋଗକୁ ବି ବିଦେଶୀମାନଙ୍କୁ ଦେଇଦେଇଥିଲେ । ଆଜି ପୂରା ବିଶ୍ୱ ଜୁନ ମାସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି, ଏଥିପାଇଁ ମୁଂଗେର ଓ ବିହାରର ଲୋକଙ୍କୁ ଗର୍ବ ହେବା ସ୍ୱାଭାବିକ ଅଟେ । ବିଜେପି ଯୋଗ ଓ ଆୟୁର୍ବେଦକୁ ବୈଶ୍ୱିକ କରିବା ପାଇଁ ବଡ ଘୋଷଣା କରିଛି । ଏନଡିଏ ସରକାର ଯୋଗ ଓ ଆୟୁର୍ବେଦକୁ ବିଶ୍ୱସ୍ତରରେ ମାନତ୍ୟ ଦେବା ଓ ପ୍ରମାଣ ପତ୍ର ଦେବାର ବ୍ୟବସ୍ଥା ସ୍ଥାପିତ କରିବ । ଏନଡିଏ ସରକାର ବିଶ୍ୱ ପାଇଁ ଯୋଗ ଓ ଆୟୁର୍ବେଦର ପ୍ରମାଣିକ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଏହାସହିତ ଜଡିତ ସଂସ୍ଥାକୁ ସହଯୋଗ ଦେବ ଏବଂ ଏହାଦ୍ୱାରା ଯୋଗ ଏବଂ ଆୟୁର୍ବେଦ କ୍ଷେତ୍ରରେ ଆମର ଯୁବକଙ୍କ ପାଇଁ ପୂରା ବିଶ୍ୱରେ ସୁଯୋଗ ସୃଷ୍ଟି ହେବ । ମୋଦିର ଆଉ ଏକ ମିଶନ ହେଉଛି ଭାରତରେ ଆମର ଛୋଟ ଚାଷୀଙ୍କ ମୋଟା ଶସ୍ୟ ଶ୍ରୀଅନ୍ନକୁ ବିଶ୍ୱର ଘରେ ଘରେ ପହଂଚାଇବାର କାମ ଅଟେ । ବିହାରରେ ଆମର ଚାଷୀ ବିପୁଳ ପରିମାଣରେ ଶ୍ରୀଅନ୍ନ ଚାଷ କରନ୍ତି, ଏଥିପାଇଁ ଏହି ଦେଶର କୋଟି କୋଟି ଛୋଟ ଚାଷୀଙ୍କ ଆୟ ବହୁଗୁଣା ବଢିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜଦ ଓ କଂଗ୍ରେସର ଇଂଡି ମେଂଟକୁ ସମ୍ବିଧାନର ଚିନ୍ତା ନାହିଁ କି ଗଣତନ୍ତ୍ରର ଚିନ୍ତା ନାହିଁ । ଏମାନେ ସେହି ଲୋକେ ଯେଉଁମାନେ ଦଶନ୍ଧି ଯାଏ ବାଲାଟ ପେପର ବାହାନାରେ ଗରିବଙ୍କ ଅଧିକାର ଲୁଟିଛନ୍ତି । ବିହାରର ଲୋକେ ରାଜଦ ଓ କଂଗ୍ରେସ ଶାସନରେ ନିର୍ବାଚନରେ ହେଉଥିବା ପୋଲିଂ ବୁଥ, ବାଲାଟ ପେପର, ମତଦାନ ପତ୍ର ଲୁଟର ସାକ୍ଷୀ ଅଟନ୍ତି । ଏପରିକି ଗରିବ, ଦଳିତ, ପଛୁଆ ଭାଇ ଭଉଣୀଙ୍କୁ ମାଡ ଦେଇ ମତଦାନ କରିବାକୁ ମନା କରିଦିଆଯାଉଥିଲା । ଆଜି ଯେତେବେଳେ ଗରିବ ଓ ଦେଶର ସଚ୍ଚୋଟ ମତଦାତାଙ୍କୁ ଇଭିଏମର ଶକ୍ତି ମିଳିଛି, ବିରୋଧୀମାନେ ଚିନ୍ତିତ ହେଉଛନ୍ତି ଯେ, କିଭଳି ବଟନ ଦବାଇ ସହଜରେ ଭୋଟ କରାଯାଉଛି ଏବଂ ଏଥିପାଇଁ ବିରୋଧୀ ଦିନ-ରାତି ଗୋଟିଏ କାମ କରୁଛନ୍ତି ଯେ, କୌଣସି ପ୍ରକାରେ ଇଭିଏମକୁ ହଟାଇବା ଦରକାର । ଇଂଡି ମେଂଟର ନେତାମାନେ ଲୋକଙ୍କ ମନରେ ଇଭିଏମକୁ ନେଇ ସନ୍ଦେହ ସୃଷ୍ଟି କରିବାର ପାପ କରିଛନ୍ତି, କିନ୍ତୁ ଦେଶର ଗଣତନ୍ତ୍ର ଓ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ ଶକ୍ତିରେ ସୁପ୍ରମିକୋର୍ଟ ଆଜି ହିଁ ଭୋଟ ବାକ୍ସ ଲୁଟିବାର ଉଦ୍ଦେଶ୍ୟ ରଖିଥିବା ଲୋକଙ୍କୁ ବଡ ଝଟ୍କା ଦେଇଛନ୍ତି ଏବଂ ତାଙ୍କର ସମସ୍ତ ସ୍ୱପ୍ନ ଚୁରମାର କରିଦେଇଛନ୍ତି । ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରି କହିଛନ୍ତି ଯେ, ବାଲାଟ ପେପରର ପୁରୁଣା ସମୟ ଫେରି କରିଆସିବ ନାହିଁ । ଆଜି ଯେତେବେଳେ ପୂରା ଦୁନିଆ ଭାରତର ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନରେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରଶଂସା କରୁଛି, ସେତେବେଳେ ଏହି ଲୋକେ ନିଜ ସ୍ୱାର୍ଥ ପାଇଁ ଭୁଲ ଉଦ୍ଦେଶ୍ୟରେ ଇଭିଏମକୁ ବଦନାମ କରୁଛନ୍ତି । ଇଂଡି ମେଂଟ ଓ ଏହାର ଗଠନକାରୀ ଦଳଗୁଡିକ ଗଣତନ୍ତ୍ର ସହିତ ଲଗାତର ବିଶ୍ୱାସଘାତ କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ଆଜି ଏହି ଲୋକଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଜବାବ ଦେଇଛନ୍ତି ଯେ, ଏମାନେ ଏବେ ମୁହଁ ଉଠାଇ କେବେ ଦେଖିପାରିବେ ନାହିଁ । ଆଜିର ଦିନ ଗଣତନ୍ତ୍ର ପାଇଁ ଶୁଭ ଓ ବିଜୟର ଦିନ ଅଟେ । ଇଂଡି ମେଂଟର ପ୍ରତ୍ୟେକ ନେତା ଦେଶର ଲୋକଙ୍କୁ କ୍ଷମା ମାଗିବା ଉଚିତ ।

ଶ୍ରୀ ମୋଦି କହିଛନ୍ତି ଯେ, ଦେଶରେ ରାଜନୀତିର ଦୁଇଟି ମୁଖ୍ୟ ଧାରା ଗଠନ ହୋଇଛି । ଗୋଟିଏ ଧାରା ବିଜେପି ଓ ଏନଡିଏର ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ଲୋକଙ୍କୁ ସଶକ୍ତ କରିବା ଏବଂ ପ୍ରତି ହିତାଧିକାରୀଙ୍କ ଦ୍ୱାର ନିକଟରେ ଲାଭ ପହଂଚାଇବା ଏବଂ ଏହାର ବିପରୀତ ଦ୍ୱିତୀୟ ଧାରା କଂଗ୍ରେସ ଓ ରାଜଦର ଅଟେ। ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ଲୋକଙ୍କ ଠାରୁ ସେମାନଙ୍କ ହକ୍ ଛଡାଇନେବା, ସେମାନଙ୍କୁ ବ୍ୟାକୁଳ କରି ରଖିବା ଏବଂ ନିଜର ଟ୍ରେଜେରୀ ଭରିବା । କଂଗ୍ରେସ ଓ ରାଜଦ ମିଳିତ ଭାବେ ବିହାରର ଲୋକଙ୍କୁ ବିକାଶ ପାଇଁ ବ୍ୟାକୁଳ କରି ରଖିଛନ୍ତି ଏବଂ ଲୋକଙ୍କୁ ପ୍ରତି ଦାନା ପାଇଁ ନିର୍ଭରଶୀଳ କରାଇଛନ୍ତି । ଲାଲଟେନ ଯୁଗରେ ଅନ୍ଧକାର ଓ ଜଙ୍ଗଲରାଜ ରହୁଥିଲା । ପ୍ରଥମେ ସମସ୍ତେ ଏଠାରୁ ସ୍ଥାନାନ୍ତର ବିଷୟରେ ଭାବୁଥିଲେ, କିନ୍ତୁ ଜେଡିୟୁ ଓ ବିଜେପି ନେତୃତ୍ୱରେ ଲାଲଟେନର ସେହି ଅନ୍ଧକାରରୁ ବିହାରକୁ ମୁକ୍ତ କରାଗଲା । ବିଜେପି ଭାରତକୁ ଡାଲିଜାତୀୟ ଓ ତୈଳଜାତୀୟରେ ଆତ୍ମନିର୍ଭର କରିବାର ସଂକଳ୍ପ ନେଇ ଚାଲୁଛି ଏବଂ ଏଥିପାଇଁ ଆଗାମୀ 5ବର୍ଷରେ ମିଶନ ମୋଡରେ କାମ ହେବ । ଏଭଳି ପରିସ୍ଥିତିରେ ଡାଲି ପାଇଁ ଏହି ଅଂଚଳର ଚାଷୀଙ୍କ ଭୁମିକା ଆହୁରି ବଡ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ 10 ବର୍ଷରେ 50ହଜାର କୋଟି ଟଙ୍କାରୁ ଅଧିକ ଧନରାଶି ଡିବିଟି ମାଧ୍ୟମରେ ସିଧା ବିହାରର ଲୋକଙ୍କ ଆକାଉଂଟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 1600 କୋଟି ଟଙ୍କା ବିନା କୌଣସି ମଧ୍ୟସ୍ଥତା ଓ ଲାଂଚରେ ସିଧା ଅରରିୟା ଓ ସୁପୌଲର ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି । ଅରରିୟା ଓ ସୁପୌଲ ଦୁଇ ଜିଲ୍ଲାରେ ଗରିବଙ୍କୁ 3ଲକ୍ଷ ପକ୍କା ଘର ମିଳିଛି । ଭଉଣୀ ଓ ଜିଅଙ୍କ ଜୀବନକୁ ସରଳ କରିବା ଏନଡିଏ ସରକାରର ପ୍ରାଥମିକତା ଅଟେ । ଏନଡିଏ ସରକାର ଦେଶର ମହିଳାଙ୍କୁ ନଳ ଯୋଗେ ଜଳ, ଶୌଚାଳୟ, ନିଶୁଳ୍କ ବିଜୁଳି ସଂଯୋଗ ଓ ମାଗଣା ରାସନ ପ୍ରଦାନ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 5ଲକ୍ଷ ଟଙ୍କା ଯାଏ ନିଶୁଳ୍କ ସ୍ୱାସ୍ଥ୍ୟସେବା, ଭଉଣୀ-ଝିଅଙ୍କ ପାଇଁ ସଂଜୀବନିର କାର୍ଯ୍ୟ କରୁଛି । ଯଦି ଦେଶର ମାଆ-ଭଉଣୀଙ୍କୁ ଯନ୍ତ୍ରଣାର ସହିତ ଜୀବନ କାଟିବାକୁ ପଡେ, ତେବେ ସେମାନଙ୍କ ଭାଇ ଓ ପୁଅ ମୋଦି ଦିଲ୍ଲୀର ବସିବାର କଣ ଲାଭ ? ଗରିବର ଏହି ପୁଅ ଦେଶର ପ୍ରତି ମହିଳାଙ୍କୁ ନିଜ ମାଆ ଓ ଭଉଣୀ ମାନିଛି । ଦେଶର ସମସ୍ତ ମହିଳାଙ୍କ ସ୍ୱାସ୍ଥ୍ୟସେବାର ଖର୍ଚ୍ଚର ବ୍ୟବସ୍ଥା ମୋଦି କରିଛି । ଏବଂ ଖୁବ ଶୀଘ୍ର ଦେଶର 70 ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟସେବା ପାଇଁ 5ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ବି ବିଜେପି ସରକାର ଉଠାଇବ ।

଼ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଓ ଆରଜେଡି ଲୋକ ମାନଙ୍କର ଅଧିକାରକୁ ଛଡାଇ ନେବାକୁ ଚାହୁଁଛନ୍ତି । କଂଗ୍ରେସ ଦେଶର ଦଳିତ, ପଛୁଆ, ଆଦିବାସୀ ମାନଙ୍କର ଅଧିକାରକୁ ଛଡାଇ ନେବାକୁ ବଡ ଷଡଯନ୍ତ୍ର କରୁଛି । ବାବା ସାହେବ ଆମ୍ବେଡକର ଦେଶର ସମ୍ବିଧାନରେ ସ୍ପଷ୍ଟ ଭାବେ ଲେଖିଥିଲେ ଯେ, ଭାରତରେ ଧର୍ମ ଆଧାରରେ ସଂରକ୍ଷଣ ହେବ ନାହିଁ । କିନ୍ତୁ କଂଗ୍ରେସ ସମ୍ପୂର୍ଣ ଦେଶରେ ଧର୍ମ ଆଧାରିତ ସଂରକ୍ଷଣ ଉପରେ ଜୋର ଲଗାଉଛି । କଂଗ୍ରେସ କର୍ଣାଟକର ସଂରକ୍ଷଣ ମଡ଼େଲକୁ ସାରା ଦେଶରେ ଲାଗୁ କରିବାକୁ ଚାହୁଁଛି । କର୍ଣାଟକରେ କଂଗ୍ରେସ ସରକାର 27 ପ୍ରତିଶତ ଓବିସିଙ୍କ ସଂରକ୍ଷଣରୁ ଚୋରି କରି ଧର୍ମ ଆଧାରରେ ବିଶେଷ ସଂପ୍ରଦାୟକୁ ଦେବାକୁ ଷ଼ଡଯନ୍ତ୍ର କରିଛି । କଂଗ୍ରେସ ରାତା ରାତି ଏକ କାଗଜରେ ଷ୍ଟାମ୍ପ ମାରି ଏକ ବର୍ଗ ବିଶେଷକୁ ଓବିସି କରି ଦେଲା ।

କଂଗ୍ରେସ ଓବିସିଙ୍କ ହକ୍ କୁ ଚୋରି କରିଛି ଏବଂ ଏହି କାମ ସାରା ଦେଶରେ କରିବାକୁ ଚାହୁଁଛନ୍ତି । ଆରଜେଡି ଏହି ଖେଳରେ କଂଗ୍ରେସର ପୂର୍ଣ୍ଣ ସମର୍ଥନ କରୁଛି । କଂଗ୍ରେସ ଓବିସି ସଂରକ୍ଷଣ ଛଡେଇ ନିଜର ଭୋଟ୍ ବ୍ୟାଙ୍କକୁ ଦେବାକୁ ଚାହୁଁଛି । କଂଗ୍ରେସ ଓବିସି ବର୍ଗ ବ୍ୟତୀତ ଏସସି ଓ ଏସଟି ର ଅଧିକାରକୁ ମଧ୍ୟ ହଡପ୍ କରିବାର ପାପ କରିବ । ତୁଷ୍ଟିକରଣ ର କାଦୁଅରେ କଂଗ୍ରେସ ଓ ଆରଜେଡି ଭଳି ଦଳ ଏହି ଭଳି ଫସି ରହିଛନ୍ତି ଯେ ତାଙ୍କ ପାଇଁ ସମ୍ବିଧାନର ଭାବନା ଓ ବାବା ସାହେବ ଆମ୍ବେଦକରଙ୍କ କଥା କିଛି ମହତ୍ତ୍ୱ ରଖେ ନାହିଁ । ୨୦୧୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କ୍ୟାବିନେଟ ଓବିସି ସଂରକ୍ଷଣର ଅଂଶ ଛଡେଇ ଧର୍ମ ଆଧାରରେ ନିଜର ଭୋଟ ବ୍ୟାଙ୍କକୁ ସଂରକ୍ଷଣ ଦେବାକୁ ମଞ୍ଜୁରୀ ଦେଇଥିଲେ , କିନ୍ତୁ ସେହି ସମୟରେ ନ୍ୟାୟାଳୟ କଂଗ୍ରେସକୁ ଏଭଳି କରିବାରୁ ବିରତ କରିଥିଲେ । ସୁପ୍ରିମକୋର୍ଟ ମନା କରିବା ସତ୍ତ୍ୱେ କଂଗ୍ରେସ ନିଜ ଭୋଟ ବ୍ୟାଙ୍କକୁ ସଂରକ୍ଷଣ ଦେବାକୁ ନିଜ ଘୋଷଣା ପତ୍ରରେ କହିଛି । ଯେତେ ପର୍ଯ୍ୟନ୍ତ ମୋଦୀ ଅଛି , ସେବେ ଯାଏଁ ଏସସି , ଏସଟି ଓ ଓବିସିଙ୍କ ଅଧିକାର ଛଡେଇ ଧର୍ମ ଆଧାରରେ ବାଣ୍ଟି ପାରିବେ ନାହିଁ , ଏହା ମୋଦୀର ଗ୍ୟାରେଣ୍ଟି । ଆଜି ବିହାରରେ ଲଢେଇ ଏନଡିଏ ର ସନ୍ତୁଷ୍ଟିକରଣ ମଡେଲ ଓ ଇଣ୍ଡି ମେଣ୍ଟ ର ତୁଷ୍ଟିକରଣ ମଡେଲ ମଧ୍ୟରେ ରହିଛି । ଇଣ୍ଡି ମେଣ୍ଟ ନିଜର ପୁରା ଶକ୍ତି କେବଳ ତୁଷ୍ଟିକରଣ ଉପରେ ଲଗାଉଛି ।

ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଏହି ଅଞ୍ଚଳରେ ସାକ୍ଷାତ ମାତା ସୀତାଙ୍କ ଚିହ୍ନ ରହିଛି । ୫୦୦ ବର୍ଷ ପରେ ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ତିଆରି ହୋଇଛି , ଯାହା ଉପରେ ସମସ୍ତ ଦେଶବାସୀ ଗର୍ବିତ । କିନ୍ତୁ କଂଗ୍ରେସ ଓ ଆରଜେଡି ବାଲାଙ୍କୁ ଏତେ ଅଧିକ ଅହଂକାର ଅଛି ଯେ ସେମାନେ ନିଜକୁ ପ୍ରଭୂ ଶ୍ରୀରାମଙ୍କ ଠାରୁ ମଧ୍ୟ ବଡ ବୋଲି ମାନୁଛନ୍ତି । କଂଗ୍ରେସ ପ୍ରଭୂ ରାମଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ଅସ୍ୱୀକାର କରିଥିଲା , ଅନ୍ୟପକ୍ଷରେ ଅନସାରୀ ପରିବାର ଯାହାର ଦୁଇ ଦୁଇଟି ପୀଢୀ ରାମ ମନ୍ଦିର ବିରୁଦ୍ଧରେ ମୁସଲମାନ ମାନଙ୍କ ପାଇଁ ମାମଲା ଲଢୁଥିଲେ , କିନ୍ତୁ ଯେତେବେଳେ ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିଲା ସେତେବେଳେ ସେମାନେ ଗର୍ବର ସହିତ ସେହି ନିଷ୍ପତ୍ତିକୁ ମୁଣ୍ଡରେ ଲଗାଇଲେ । ଶ୍ରୀ ଅନସାରୀ ନିଜେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ମୁଁ କଂଗ୍ରେସ ଦଳର ତୁଷ୍ଟିକରଣ ମନୋଭାବକୁ ଜନତାଙ୍କ ସାମ୍ନାରେ ରଖେ , କିଛି ଲୋକ କ୍ରୋଧିତ ହୋଇଯାନ୍ତି । କଂଗ୍ରେସର ପୁରା ଇକୋସିଷ୍ଟମ୍ ଏକ ସପ୍ତାହ ହେଲା ମୋ ପଛରେ ପଡିଛନ୍ତି । କିନ୍ତୁ ମୁଁ କଂଗ୍ରେସକୁ କହିବାକୁ ଚାହୁଁଛି ଯେ ମୁଁ ୨୫ ବର୍ଷ ହେଲା ଆପଣଙ୍କୁ ଡରିନାହିଁ କି ଡରିବି ନାହିଁ । କଂଗ୍ରେସ ଦେଶରେ ଏଭଳି ମିଛ ପ୍ରଚାର କରିବାକୁ ପ୍ରୟାସ କରୁଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଭଳି କୌଣସି ମନ୍ତବ୍ୟ ଦେଇ ନଥିଲେ । କିନ୍ତୁ ଆଜି ସକାଳେ ହିଁ ମନମୋହନ ସିଂହଙ୍କ ଆଉ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହୁଛନ୍ତି ଯେ ଦେଶର ସମ୍ବିଧାନ ଉପରେ ପ୍ରଥମ ଅଧିକାର ମୁସଲମାନ ମାନଙ୍କର ରହିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସର ପୁରା ଇକୋସିଷ୍ଟମ କୁ ସାପ ଶୁଂଘି ଯାଇଛି ଓ ଯେଉଁ ଭିଡିଓ ପ୍ରଥମ ମନ୍ତବ୍ୟକୁ ଭୁଲ ସାବ୍ୟସ୍ତ କରୁଥିଲା ଏବେ ସେ ମଧ୍ୟ ମୌନ ହୋଇଯାଇଛନ୍ତି । ମାତ୍ର ଦେଶର ଏହି ଜନତାଙ୍କୁ ମଧ୍ୟ ଜାଣିବା ଦରକାର ଯେ ଇଣ୍ଡି ମେଣ୍ଟ ୧୦ ବର୍ଷ ପର୍ଯ୍ୟନ୍ତ କେଉଁ ମାନସିକତାର ସହିତ ସରକାର ଚଳାଇଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସଂସାଧନ ଉପରେ ପ୍ରଥମ ଅଧିକାର ଗରୀବ , ଚାଷୀ ଓ ମହିଳାଙ୍କ ରହିଛି । ମୋଦୀର ବିଚାରରେ ବ୍ୟକ୍ତି ଯେକୌଣସି ଧର୍ମର ହେଉ , ମାତ୍ର ଯଦି ସେ ଗରୀବ ତେବେ ସଂସାଧନ ଉପରେ ପ୍ରଥମ ଅଧିକାର ସେହି ଗରୀବର । କଂଗ୍ରେସ ନିଜର ଭୋଟ ବ୍ୟାଙ୍କ୍ ର ରାଜନୀତି ପାଇଁ ଦେଶର ହିନ୍ଦୁମାନଙକ ସହ ପକ୍ଷପାତ କରିଛି , ମାତ୍ର ଆଜି କଂଗ୍ରେସର ପୋଲ ଖୋଲିଯାଇଛି । କଂଗ୍ରେସର ଘୋଷଣାପତ୍୍ରରେ ମୁସଲିମ୍ ଲିଗ୍ ର ଝଲକ ସ୍ପଷ୍ଟ ରୂପେ ଦେଖା ଯାଉଛି । ଗାଦି ପାଇଁ ଛଟପଟ ହେଉଥିବା ଲୋକ , ସମ୍ବିଧାନକୁ ବଦଳାଇବା ପର୍ଯ୍ୟନ୍ତ ଯାଇପାରନ୍ତି । ବିହାରରେ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବର୍ଷ ବର୍ଷ ଧରି ସରକାର ଚଳାଉଛି ଏବଂ ପ୍ରତି ଜାତି, ବର୍ଗ ଓ ସମାଜ ର ଲୋକଙ୍କ ବିକାଶ ପାଇଁ କାମ କରୁଛି । ଭାଜପା ଓ ଏନଡିଏ କାହାଠାରୁ କିଛି ଛଡାଇ ନାହିଁ , ମାତ୍ର କଂଗ୍ରେସ ଓ ଆରଜେଡି ଭଳି ଦଳ ନିଜ ସ୍ୱାର୍ଥ ପାଇଁ ସମ୍ବିଧାନର ମୂଳ ଭାବନାର ବିରୋଧରେ ଯାଉଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ କୌଣସି ଦେଶ ଆଗକୁ ବଢେ ତେବେ ସେହି ଦେଶର ନାଗରିକମାନଙ୍କ ସମ୍ପତ୍ତି , ଆୟ ଓ ସୁଯୋଗ ମଧ୍ୟ ଆଗକୁ ବଢେ । ଗତ ୧୦ ବର୍ଷରେ ଭାରତର ସମ୍ପଦ ଓ ସଂସାଧନ ମଧ୍ୟ ବହୁ ଗୁଣା ବଢିଛି ଏବଂ ଏହି ବଢିଥିବା ଦେଶର ସମସ୍ତ ସଂସାଧନ ଉପରେ ଦେଶର ଲୋକଙ୍କ ଅଧିକାର ରହିଛି । କିନ୍ତୁ କଂଗ୍ରେସ ଓ ଆରଜେଡିର କହିବା ହେଉଛି ଯେ ଦେଶର ଏହି ସଂସାଧନ ଉପରେ ପ୍ରଥମ ଅଧିକାର ତାଙ୍କ ଖାସ୍ ଭୋଟ୍ ବ୍ୟାଙ୍କର ଅଛି । କଂଗ୍ରେସ କହିଛି ଯେ ତାହା ଆପଣମାନଙ୍କ ସମ୍ପତ୍ତି , ଜମି ଓ ମହିଳାଙ୍କ ଗହଣାର ଯାଂଚ କରାଇବ । କଂଗ୍ରେସର ନେତା ଖୋଲା ଖୋଲି ଭାବେ କହୁଛନ୍ତି ଯେ ଦେଶର ଲୋକଙ୍କ ସମ୍ପତ୍ତି ର ଯାଞ୍ଚ ହେବ । କଂଗ୍ରେସର ଯୁବରାଜ ଙ୍କ ଏକ୍ସ ରେ ମେସିନ୍ ଏବେ ମହିଳାଙ୍କ ଆଲମିରା ଓ ଲକର କୁ ଯାଇ ସ୍ତ୍ରୀ ଧନ ଓ ମଙ୍ଗଳସୂତ୍ର ହଡପ୍ କରିବ । ମାତ୍ର ଇଣ୍ଡି ମେଣ୍ଟର ନେତାଙ୍କୁ ଏହା ଜଣାନାହିଁ ଯେ ଦେଶର ମା ଓ ଭଉଣୀ ନିଜର ମୁଣ୍ଡ କଟାଇ ପାରିବେ କିନ୍ତୁ କାହାକୁ ମଧ୍ୟ ନିଜର ସ୍ତ୍ରୀ ଧନ ଦେବେ ନାହିଁ । କଂଗ୍ରେସ ଓ ଆରଜେଡିର ଇ୍ଡି ମେଣ୍ଟର ନଜର ଲୋକଙ୍କ ସମ୍ପତ୍ତି ଉପରେ ମଧ୍ୟ ରହିଛି । କଂଗ୍ରେସ ଏହି ଘୋଷଣା କରିଛି ଯେ ଜେଜେ ବାପା ଆଦି ଦ୍ୱାରା ଏକତ୍ରିତ କରାଯାଇଥିବା ସମ୍ପତ୍ତି ର ୫୦ ପ୍ରତିଶତ ରୁ ଅଧିକ ଉପରେ ସରକାର କବଜା କରିବ ଓ ବଳକା ସମ୍ପତ୍ତି ପରିବାର ଲୋକଙ୍କୁ ଦିଆଯିବ । ଏଥିପାଇଁ ଆଜି ଗାଁ ଗାଁରେ ଗୋଟିଏ ନୂଆ ନାରା ଶୁଣା ଯାଉଛି ଯେ କଂଗ୍ରେସର ଲୁଟ୍ ଜିନ୍ଦେଗୀ କେ ସାଥ୍ ଭି ଔର ଜିନ୍ଦେଗୀ କେ ବାଦ୍ ଭି । ଇଣ୍ଡି ମେଣ୍ଟର ଏହି ବିଚାର କୁ ଏନଡିକୁ ଦିଆଯାଇଥିବା ଆପଣଙ୍କ ଗୋଟିଏ ଭୋଟ୍ ରୋକି ପାରିବ । ସେମାନଙ୍କୁ ରୋକିବାର ଶକ୍ତି ଆପଣଙ୍କ ଗୋଟିଏ ଭୋଟରେ ରହିଛି । ଆପଣଙ୍କ ଆଶୀର୍ବାଦରୁ ମୁଁ ଦୃଢ ଭାବେ ଲଢିବି କିନ୍ତୁ ସେମାନଙ୍କର ଏଭଳି ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେବି ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ଣିଆର ଇଥାନୋଲ ପ୍ଲାଂଟରୁ ଚାଷୀ ମାନଙ୍କୁ ଖୁବ ଲାଭ ହେଉଛି । ଏପରି କାମ ବିହାରରେ ନୂଆ ପୁଂଜି ବିନିଯୋଗ ଆଣିବ ଓ ପୁଂଜି ବିନିଯୋଗ କାରଣରୁ ରୋଜଗାର ସୃଜନ ହେବ । ଯୁବକ ମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ଏନଡିଏର ପ୍ରାଥମିକତା ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସାତ ମଇ ଦିନ ପଦ୍ମ ଫୁଲ ଓ ତୀର ଚିହ୍ନରେ ପ୍ରତ୍ୟେକ ବୁଥରେ ଭାରୀ ମତଦାନ କରିବାକୁ ଅପିଲ କରିଥିଲେ ଓ କହିଥିଲେ ଯେ ଆପଣଙ୍କ ଏନଡିଏ ପ୍ରାର୍ଥୀଙ୍କୁ ଦିଆଯାଇଥି୍ବା ପ୍ରତ୍ୟେକ ଭୋଟ ସିଧା ସିଧା ମୋଦୀକୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବ ।

ହିନ୍ଦୁସ୍ଥାନ ସମାଚାର //ବନ୍ଦନା


 rajesh pande