ନଦୀରେ ଗାଧୋଇବା ବେଳେ ଛାତ୍ରୀ ନିଖୋଜ
ଭୁବନେଶ୍ୱର/ମହାକାଳପଡ଼ା, 27 ଏପ୍ରିଲ (ହି.ସ.) -କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗ୍ରାମରେ ଅଘଟଣ ।
ନଦୀରେ ଗାଧୋଇବା ବେଳେ ଛାତ୍ରୀ ନିଖୋଜ


ଭୁବନେଶ୍ୱର/ମହାକାଳପଡ଼ା, 27 ଏପ୍ରିଲ (ହି.ସ.) -କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗ୍ରାମରେ ଅଘଟଣ । ଲୁଣା ନଦୀରେ ଗାଧୋଉଥିବା ସମୟରେ ଦୁଇଜଣ ଛାତ୍ରୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଅନ୍ୟଜଣେ ଏବେବି ନିଖୋଜ । ନିଖୋଜ ନବମ ଶ୍ରେଣୀର ଛାତ୍ରୀ ବନ୍ଧପଡା ଗ୍ରାମର ଅଭିଲିପ୍ସା ବେହେରା । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande