ଅନଲାଇନରେ କେନେଡି ହତ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିବା ପରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିଲା ଆକ୍ରମଣକାରୀ- ଏଫବିଆଇ ନିର୍ଦ୍ଦେଶକ
ୱାଶିଂଟନ, 25 ଜୁଲାଇ (ହି.ସ.) - ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଆକ୍ରମଣ କରିବା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା ସଂପର୍କିତ ତଥ୍ୟ ଅନଲାଇନରେ ସର୍ଚ୍ଚ କରିଥିଲା । ଏଫବିଆଇର ନିର୍ଦ୍ଦେ
ଅନଲାଇନରେ କେନେଡି ହତ୍ୟା     ସଂପର୍କରେ ତଥ୍ୟ ସଂଗ୍ରହ କରିବା ପରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିଲା ଆକ୍ରମଣକାରୀ- ଏଫବିଆଇ     ନିର୍ଦ୍ଦେଶକ


ୱାଶିଂଟନ, 25 ଜୁଲାଇ (ହି.ସ.)

- ପୂର୍ବତନ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଆକ୍ରମଣ କରିବା ପୂର୍ବରୁ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା ସଂପର୍କିତ ତଥ୍ୟ ଅନଲାଇନରେ ସର୍ଚ୍ଚ

କରିଥିଲା । ଏଫବିଆଇର ନିର୍ଦ୍ଦେଶକ କ୍ରିଷ୍ଟୋଫର ବୁଧବାର ସାଂସଦଙ୍କ ସହ ଆଲୋଚନା ବେଳେ ଏହି

ଦାବି କରିଛନ୍ତି । ସେ କହିଛନ୍ତି ଯେ, ଜବତ ଲ୍ୟାପଟପରୁ ଏହି ସୂଚନା ମିଳିଛି । ଏଫବିଆଇ

ନିର୍ଦ୍ଦେଶକ କହିଛନ୍ତି ଯେ, ସେ ଘଟଣାକୁ ରୂପ ଦେବା ପୂର୍ବରୁ ଗୁଗୁଲରେ ସର୍ଚ୍ଚ କରିଥିଲା ଯେ,

କେନେଡିର ହତ୍ୟା କରିଥିବା ଓସାଭୋଲ୍ଡ କେତେ ଦୂରରେ ଠିଆ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ବନ୍ଦନା


 rajesh pande