ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ-କଶ୍ମୀର ନଯିବାକୁ ପରାମର୍ଶ ଦେଲା ଆମେରିକା
ୱାଂଶିଟନ, 25 ଜୁଲାଇ (ହି.ସ.) -ଭାରତ ଭ୍ରମଣରେ ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ ଓ ଦେଶର ମଧ୍ୟ ଓ ପୂର୍ବଭାଗକୁ ଯାତ୍ରା କରିବାକୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଆମେରିକା । ଏହାସହିତ ନକ୍ସଲ ପ୍ରଭାବିତ ଅଂ
ନିଜ ନାଗରିକଙ୍କୁ ମଣିପୁର     ଓ ଜମ୍ମୁ-କଶ୍ମୀର ନଯିବାକୁ ପରାମର୍ଶ ଦେଲା ଆମେରିକା


ୱାଂଶିଟନ, 25 ଜୁଲାଇ (ହି.ସ.)

-ଭାରତ ଭ୍ରମଣରେ

ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ

ଓ ଦେଶର ମଧ୍ୟ ଓ ପୂର୍ବଭାଗକୁ ଯାତ୍ରା କରିବାକୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଆମେରିକା ।

ଏହାସହିତ ନକ୍ସଲ ପ୍ରଭାବିତ ଅଂଚଳ ବି ନଯିବାକୁ ପରାମର୍ଶ ଦେଇଛି । ଭାରତ ପାଇଁ ସଂଶୋଧିତ

ଯାତ୍ରା ପରାମର୍ଶରେ ଆମେରିକା ବୈଦେଶିକ ବିଭାଗ କହିଛି ଯେ, ଅପରାଧ, ଆତଙ୍କବାଦ ଓ ନକ୍ସଲବାଦ

କାରଣରୁ ଭାରତରେ ଅଧିକ ସାବଧାନତା ଗ୍ରହଣ କରିବା ଉଚିତ । କିଛି ଅଂଚଳରେ ବିପଦ ବଢିଛି । ଭାରତରକୁ

ଦ୍ୱିତୀୟ ଲେବୁଲରେ ରଖାଯାଇଛି । କିନ୍ତୁ ଦେଶର ଅନେକ ସ୍ଥାନକୁ ଲେବର ଚାରିରେ ରଖାଯାଇଛି ।

ଆମେରିକାର ବୈଦେଶିକ ବିଭାଗ

କହିଛି ଯେ, ଆତଙ୍କବାଦ ଓ ନାଗରିକ ଅଶାନ୍ତି କାରଣରୁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ ଓ କଶ୍ମୀରରେ

ଆକ୍ରମଣ ଆଶଙ୍କା କାରଣରୁ ଭାରତ-ପାକିସ୍ତାନ ସୀମାର 10 କିଲୋମିଟର ଭିତରେ ନକ୍ସଲବାଦ, ଉଗ୍ରବାଦ

କାରଣରୁ ମଧ୍ୟ ଓ ପୂର୍ବ ଭାରତର କିଛି ଅଂଚଳରେ ହିଂସା ଓ ଅପରାଧ କାରଣରୁ ମଣିପୁର ଯାତ୍ରାରୁ

ଦୂରେଇ ରୁହନ୍ତୁ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ବନ୍ଦନା


 rajesh pande