ହୋଟଲେ ଗୁଡିକ ଉପରେ ରହୁନି ନିୟନ୍ତ୍ରଣ,୪ଦିନ କାଳ ବଳାତ୍କାରର ଶୀକାର ହେଲେ ଯୁବତୀ
,୪ଦିନ କାଳ ବଳାତ୍କାରର ଶୀକାର ହେଲେ ଯୁବାତୀ
ହୋଟଲେ ଗୁଡିକ ଉପରେ ରହୁନି ନିୟନ୍ତ୍ରଣ,୪ଦିନ କାଳ ବଳାତ୍କାରର ଶୀକାର ହେଲେ ଯୁବତୀ


Odisha, 26 ଜୁଲାଇ (ହି.ସ.) ରାଉରକେଲା,ତା୨୬/୬ ରାଉରକେଲା ରେ ଥିବା ହୋଟେଲ ଗୁଡିକ ଉପରେ କାହାର ନିୟନ୍ତ୍ରଣ ରହୁନାହିଁ, ହୋଟେଲ ଗୁଡିକ ମଧ୍ୟ ନିୟମକୁ ଖୋଲା ଖୋଲି ଉଲଲଂଘନ କରିଚାଲିଛନ୍ତି, ଫଳରେ ଅତିତରେ ରେଳ ଷ୍ଟେସନ ଅଂଚଳ ଏକ ହୋଟେଲରେ ୁ ଆତଙ୍କ ବାଦୀ ଙ୍କ ଲିଙ୍କ ଥିବା ଓ ସେମାନେ ସେଠାରେ ରହିବା କଥା ପଦାକୁ ଆସିଥିଲା ଏବେ ପୁଣି ଜଣେ ଆଦୀବାସୀ ଝିଅକୁ ୪ଦିନ କାଳ ନୃସଂଶ ମାନେ ବିଭିନ୍ନ ହୋଟେଲରେ ରଖି ବଳାତ୍କାର କରିବା ଘଟଣା ଜିଲ୍ଲାରେ ଚଚ୍ଚ୍‌ର୍ାର ବିଷୟ ହୋଇଛି ।ଖବର ରୁ ପ୍ରକାଶ ଯେ ବଣେଇ ଅଂଚଳର ଏତୁଆ ଓରାମ ଓ ତାର ସହେଯାଗୀ ସେହି ଅଂଚଳର ଜଣେ ଯୁବତୀକୁ ଆଣି ରେଳ ଷ୍ଟୋସନ ଅଂଚଳର ବିଭିନ୍ନ ହୋଟେଲରେ ୪ଦିନ କାଳ ରଖି ବଳାତ୍କାର କରି ଫେରାର ହୋଇଜିବା ପରେ କଥା ପୁଲିସ ନିକଟରେ ପହଁଚିଥିଲା, ଫଳରେ ରାଉରକେଲା ପୁଲିସ ଝିଅଟିର ଡାକ୍ତରୀ ମାଇନା କରି ତାକୁ ପୁଲିସ ର ସୁରକ୍ଷା ବଳୟ ଭିତରେ ରଖି ଅଭିଯୁକ୍ତ ମାନଙ୍କୁ ଗୀରଫ କରି କୋର୍ଟକୁ ଚାଲାଣ କରିଛି ପୁଲିସ ।ତେବେ ଏଠାରେ ପ୍ରଶ୍ନ ଉଠିଛି ରାଉରକେଲା ରେଳ ଷ୍ଟେସନ ଇଲାକାରେ ବାରମ୍ବାର ଏଭଳି ଘଟାଣ ଘଟୁଥିଲେ ବି ହୋଟେଲ ମାନେ ପ୍ରତିଦିନ କିଏ ରହିଲା କିଏ ଗଲା ତାର ରିପୋର୍ଟ ପୁଲିସ କୁ ଦେଉ ନାହାନ୍ତି କିମ୍ବା ପୁଲିସ ମଧ୍ୟ ଅଚାନକ ବଚଢାଉ କରୁନାହିଁ ,ଫଳରେ ଏଭଳି କାରବାର ବଢିଚାଲିଥିବା ଅଭିଯୋଗ ହେଉଛି ।ଅତିତରେ ରାଉରକେଲାରୁ ଧରାଯାଇଥିବା ଅତଙ୍କ ବାଦୀ ମାନେ ମଧ୍ୟ ସେହି ରେଳ ଷ୍ଟୋସନ ଇଲାକାରେ ରହୁଥିଲେ ପରେ ନାଲା ରୋଡ ଇଲାକାରେ ରହିଲେ, ଯାହାକୁ ପ୍ଲାଂଟସାଇଡ ପୁଲିସ ମଧ୍ୟ ଜାଣି ପାରିନଥିଲା, ପରେ ବାହାର ରାଜ୍ୟ ପୁଲିସି ଆସି ସେମାନଙ୍କୁ ଧରିଥିଲା ।ଏପରିକି କଲିକତା ହେଉ କିମ୍ବା ବିହାର ଲିମ୍ବା ଓଡିଶା ଯେଉଁ ଅଂଚଳତରୁ ଆସି ଯାହାକୁ ନେଇ ଏହି ରାଉରକେଲାର ହୋଟେଲ ଗୁଡିକରେ ଆରାମରେ ରହିହେବ ବୋଲି କୁହାଯାଉଛି ।ଏଭଳି ନିୟମିତ ସବୁବେଳେ ଚାଲିଛି କିଛି ନିର୍ଦ୍ଧିଷ୍ଟ ହୋଟେଲ ଏହାକୁ ବେପାରରେ ପରିଣତ କରିଥିବା କୁହାଯାଉଛି ।ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ବିହିତ ପଦେକ୍ଷେପ ନେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / କାଲିପ୍ରସାଦ ମହାପାତ୍ର / ସମନ୍ୱୟ


 rajesh pande