ପ୍ୟାରିସ ଅଲମ୍ପିକ- ସିନ୍ଧୁ ଓ କମଲଙ୍କ ନେତୃତୱରେ ଉଦଘାଟନ ସମାରୋହରେ ଭାରତର ଜୋରଦାର ସ୍ୱାଗତ
ପ୍ୟାରିସ, 27 ଜୁଲାଇ (ହି.ସ.) - ଧ୍ୱଜାବାହକ ପିଭି ସିନ୍ଧୁ ଓ ଅଭିଜ୍ଞ ଟେବୁଲ ଟେନିସ ଷ୍ଟାର ଶରତ କମଲଙ୍କ ନେତୃତ୍ୱରେ 78 ଭାରତୀୟ ଆଥଲେଟ ଓ ଅଧିକାରୀଙ୍କ ଗୋଷ୍ଠୀ ଶୁକ୍ରବାର ପ୍ୟାରିସ ଅଲମ୍ପିକ 2024ର ଉଦଘାଟନୀ ସମାରୋହରେ ସିନ୍ ନଦୀରେ ରାଷ୍ଟ୍ର ପରେଡରେ ପହଂଚିଥିଲେ । ରାଷ୍ଟ୍ରର
ପ୍ୟାରିସ ଅଲମ୍ପିକ- ସିନ୍ଧୁ ଓ କମଲଙ୍କ ନେତୃତୱରେ ଉଦଘାଟନ     ସମାରୋହରେ ଭାରତର ଜୋରଦାର ସ୍ୱାଗତ


ପ୍ୟାରିସ, 27 ଜୁଲାଇ (ହି.ସ.)

- ଧ୍ୱଜାବାହକ ପିଭି ସିନ୍ଧୁ ଓ ଅଭିଜ୍ଞ ଟେବୁଲ ଟେନିସ ଷ୍ଟାର

ଶରତ କମଲଙ୍କ ନେତୃତ୍ୱରେ 78 ଭାରତୀୟ ଆଥଲେଟ ଓ ଅଧିକାରୀଙ୍କ ଗୋଷ୍ଠୀ ଶୁକ୍ରବାର ପ୍ୟାରିସ

ଅଲମ୍ପିକ 2024ର ଉଦଘାଟନୀ ସମାରୋହରେ ସିନ୍ ନଦୀରେ ରାଷ୍ଟ୍ର ପରେଡରେ ପହଂଚିଥିଲେ । ରାଷ୍ଟ୍ରର

ପରେଡ ସମୟରେ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ପାରମ୍ପରିକ ପରିଧାନ ପିନ୍ଧି, ଭାରତୀୟ

ଆଥଲେଟ ଓ ଅଧିକାରୀମାନେ ପ୍ରଶଂସକଙ୍କୁ ହାତ ହଲାଇଥିଲେ । ପ୍ୟାରିସ ବର୍ଷା ସତ୍ତ୍ୱେ ଭାରତର

ଆଥଲେଟ ଓ ଅଧିକାରୀଙ୍କ ଉତ୍ସାହ କମିନଥିଲା ।ପ୍ରତିଷ୍ଠିତ ଫ୍ରାନ୍ସିସ ମିଡଫିଲ୍ଡର ଜିନେଦିନ

ଜିଦାନ ଉଦଘାଟନୀ ସମାରୋହର ଶୁଭାରମ୍ଭ କରିବା ପାଇଁ ଅଲମ୍ପିକ ମଶାଲ ନେଇ ପୂର୍ବ-ରେକର୍ଡ

କରାଯାଇଥିବା ଭିଡିଓରେ ଉପସ୍ଥିତି ହାଜରି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ / ବନ୍ଦନା


 rajesh pande